Film Producer Akshay Parija
ମଙ୍ଗଳବାର ପାଖାପାଖି ୧୦ ଘଣ୍ଟା, ଗତକାଲି ୧୨ ଘଣ୍ଟା ଜେରା। ଅର୍ଚ୍ଚନା ନାଗ ବ୍ଲାକ୍ମେଲ୍ ମାମଲାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜାଙ୍କୁ ଇଡି ମାରାଥନ୍ ଜେରା କରିଛି। ଗତକାଲି ସକାଳ ୧୦ରୁ ରାତି ୧୦, ୧୨ ଘଣ୍ଟାର ଜେରା ପରେ ଇଡି ଅଫିସରୁ ବାହାରିଥିଲେ ଅକ୍ଷୟ ପରିଜା।
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଅକ୍ଷୟ କହିଛନ୍ତି, ଇଡି ତାଙ୍କୁ ଯାହା ପଚାରିଲେ ସେ ସବୁ ତଥ୍ୟ ଦେଇଛନ୍ତି। ନ୍ୟାୟ ମିଳିବା ନେଇ ସେ ଆଶାବାଦୀ ଅଛନ୍ତି। ସେପଟେ ଅକ୍ଷୟଙ୍କ ଓକିଲ କହିଛନ୍ତି ଯେ, ଆମ ପୀଡିତ ଥିଲୁ ଏବଂ FIR ଦେଇଥିଲୁ। ତାହାର ସତ୍ୟାସତ୍ୟ ଜାଣିବାକୁ ଇଡି ଚାହିଁଥିଲା ଏବଂ ସମ୍ପୂର୍ଣ୍ଣ ସହଯୋଗ କରିଥିଲୁ।
ଅଧିକ ପଢ଼ନ୍ତୁ: ନାଗଲୋକର ରହସ୍ୟ ଭେଦିବାକୁ ଆକ୍ସନ ମୋଡ୍ରେ ED ! ଖୋଳୁଛି ହନିଟ୍ରାପ୍ର ଗୁପ୍ତ ସୁଡ଼ଙ୍ଗ
ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସହଯୋଗୀ ତଥା ନାଗ ସାମ୍ରାଜ୍ୟର ସୂତ୍ରଧର ଶ୍ରଦ୍ଧାଞ୍ଜଳିଙ୍କୁ ମଧ୍ୟ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଘାଣ୍ଟିଛି ଇଡି। ସେ ମଧ୍ୟ ଗତକାଲି ସକାଳୁ ଇଡିରେ ହାଜର ହୋଇଥିଲେ। ଉଭୟ ଅକ୍ଷୟ ପରିଜା ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା ହେବ ବୋଲି କୁହାଯାଉଥିବା ବେଳେ ସେଭଳି କିଛି ହୋଇନଥିବା ଅକ୍ଷୟଙ୍କ ଓକିଲ କହିଛନ୍ତି।
ଏହାରି ଭିତରେ ଅର୍ଚ୍ଚନା ନାଗଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବାକୁ ଇଡି ଯୋଜନା କରୁଛି। ଆଜି ଇଡି ପକ୍ଷରୁ ଅର୍ଚ୍ଚନାକୁ ପ୍ରଡକ୍ସନ ପିଟିସନ ଏବଂ ରିମାଣ୍ଡ ପିଟିସନ୍ ଦାଖଲ କରାଯିବ ବୋଲି ଜଣାପଡ଼ିଛି। ଏପରିକି ଆଜି ଜଣେ ବ୍ୟବସାୟୀଙ୍କୁ ହାଜର ହେବାକୁ ଇଡି ସମନ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1669262448.jpg)