Advertisment

ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକ ମୃତ, ପାରାଦୀପ ପୋର୍ଟରୁ ମିଳିଲା ମୃତଦେହ...

ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହାଜରେ ଜଣେ ରୁଷୀୟ ନାଗରିକଙ୍କ ମୃତଦେହ ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Another Russian Found Dead Onboard Cargo Ship in Odisha

Another Russian National Dies In Odisha

ଓଡ଼ିଶାରେ ପୁଣି ଜଣେ ରୁଷୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପାରାଦୀପ ପୋର୍ଟ ଆଙ୍କରେଜ୍‌ରେ ଥିବା ଏକ ଜାହାଜରେ ତାଙ୍କ ମୃତଦେହ ମିଳିଛି। ମୃତକ ହେଲେ ମିଲ୍ ୟାକୁବ୍ ସର୍ଜଇ। ସେ ଜାହାଜର ଚିଫ୍ ଇଞ୍ଜିନିୟର ଥିଲେ। ତେବେ କେମିତି ତାଙ୍କ ମୃତ୍ୟୁ ହେଲା ତାହା ଜଣାପଡ଼ି ନଥିବାବେଳେ ଏନେଇ ପୋର୍ଟ କର୍ତ୍ତୃପକ୍ଷ ମଧ୍ୟ କୌଣସି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି।

Advertisment

ଅଧିକ ପଢ଼ନ୍ତୁ: ରୁଷୀୟ ସାଂସଦଙ୍କ ମୃତ୍ୟୁ ନେଇ ବଢ଼ୁଛି ସସ୍‌ପେନ୍ସ, ଖ୍ରୀଷ୍ଟିୟାନ୍‌ଙ୍କୁ ମାଟିରେ ନପୋତି ପୋଡ଼ାଗଲା କାହିଁକି ?

ଅନ୍ୟପକ୍ଷେ, ରୁଷୀୟ ସାଂସଦ ପାଭେଲ୍ ଆଣ୍ଟୋଭ ଓ ତାଙ୍କ ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିଶନ ରିପୋର୍ଟ ତଲବ କରିଛନ୍ତି। ୪ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ରାୟଗଡ଼ା ଏସ୍‌ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାର ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ୍‌ ଟିମ୍ ରାୟଗଡ଼ା ର ସମ୍ପୃକ୍ତ ହୋଟେଲରେ ପହଞ୍ଚି ଖୋଳତାଡ଼ କରିଛି।କ୍ରାଇମବ୍ରାଞ୍ଚ୍‌ ଡିଏସ୍‌ପି ସରୋଜ କୁମାର ମହାନ୍ତଙ୍କ ନେତୃତ୍ୱରେ ୫ ଜଣିଆ କ୍ରେଇମବ୍ରାଞ୍ଚ୍‌ ଟିମ୍ ଏହି ଖୋଳତାଡ଼ ଚଳାଇଛି।

Advertisment

ସେପଟେ ଘଟଣାକୁ ନେଇ ପୋଲିସ ଡିଜି କହିଛନ୍ତି, ଆବଶ୍ୟକ ପଡିଲେ ଇଣ୍ଟରପୋଲର ସହାୟତା ନିଆଯିବ। ଅଟକ ରୁଷୀୟ ପର୍ଯ୍ୟଟକଙ୍କ ଉପରେ କେନ୍ଦ୍ରୀୟ ଓ ରାଜ୍ୟ ଗୁଇନ୍ଦା ବିଭାଗ ନଜର ରଖିଥିବା ସେ ସୂଚନା ଦେଇଥିଲେ। ହୋଟେଲ ମ୍ୟାନେଜର ଓ ଅନ୍ୟ କର୍ମଚାରୀଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ୍‌। 

Deadbody Found Paradip Port
Advertisment
Advertisment