• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ବିମାନ ଭିତରୁ ଆସିଲା ଖବର । ଜଣେ ମହିଳାଙ୍କୁ ବିମାନରେ କରାଗଲା ଗିରଫ । କାରଣ ହେଲା, ସେ ବିମାନର ୱାସ୍‌ରୁମ୍‌ରେ ଧୁମ୍ରପାନ କରୁଥିଲେ । କିଛି ଦିନ ହେବ ବିମାନ ଭିତରର ଅନେକ ଖବର ଏବେ ଭାଇରାଲ ହେଉଛି । ସୋସିଆଲ ମିଡିଆ ଖୋଲିବା ମାତ୍ରେ ବିଭିନ୍ନ ବିମାନର ଭିତର ଘଟଣା ଦୁର୍ଘଟଣା ନିୟମିତ ବ୍ୟବଧାନରେ ସାମ୍ନାକୁ ଆସୁଛି । ଠିକ୍‌ ସେମିତି ଏକ ଖବର ଏବେ ଆମ ସାମ୍ନାକୁ ଆସିଛି ।

ଏଥିରେ ଜଣେ ମହିଳା ବିମାନ ଭିତରେ ଧୁମ୍ରପାନ କରି ଗିରଫ ହୋଇଛନ୍ତି । ମହିଳାଙ୍କ ବୟସ ୨୪ ବୋଲି ସୂଚନା ଦିଆଯାଇଛି । ଏହି ବିମାନଟି କୋଲକତାରୁ ବେଙ୍ଗାଲୁରୁ ଯାଇଥିଲା । କୋଲକତାରୁ ରାତି ୯.୫୦ରେ ବିମାନ ଉଡ଼ାଣ ଭରିଥିଲା । ବେଙ୍ଗାଲୁରୁରେ ପହଞ୍ଚିବା ପରେ ମହିଳାଙ୍କୁ ଗିରଫ କରାଯାଇଛି । ଗିରଫ କରାଯିବା ପରେ ୩୩୬ ଦଫାରେ ମାମାଲା ରୁଜୁ କରାଯାଇଛି । 

ପୋଲିସର କହିବାନୁଯାୟୀ, ବିମାନର ଷ୍ଟାଫ୍‌ ସନ୍ଦେହ କରିବା ପରେ ରେଷ୍ଟ ରୁମ୍‌ କବାଟ ଖୋଲିଥିଲେ । କାରଣ ସେ ଜାଣିପାରିଥିଲେ ଯେ, ରେଷ୍ଟ ରୁମ୍‌ରେ କେହି ଜଣେ ଧୁମ୍ରପାନ କରୁଥିଲେ । ଆଉ କବାଟ ଖୋଲିବା ପରେ ସେ ଦେଖିଲେ ଡଷ୍ଟବିନ୍‌ରେ ଏକ ସିଗାରେଟ୍‌ର ବଡ୍‌ସ ପଡ଼ିଛି । ପରେ ତାକୁ ପାଣି ପକାଇ ଲିଭାଇଲେ । ମହିଳାଙ୍କୁ ଗିରଫ କରାଯିବା ପରେ ତାଙ୍କୁ ବେଲ୍ ମଧ୍ୟ ମିଳିସାରିଛି ।

ଅଧିକ ପଢ଼ନ୍ତୁ: ବିମାନରେ ବସି ସାରିଥିଲେ କଂଗ୍ରେସ ନେତା ପବନ ଖେଡ଼ା, ବିମାନରୁ ଓହ୍ଲାଇ ଗିରିଫ କଲା ପୋଲିସ

ଅନ୍ୟପଟେ ପୂର୍ବରୁ ମଧ୍ୟ ଏଭଳି ଏକ ଘଟଣା ସାମ୍ନାକୁ ଆସିଥିଲା । ସେଥିରେ ବି ଜଣେ ମହିଳା ଧୁମ୍ରପାନ କରିବେ ବୋଲି ଜିଦ୍‌ କରିଥିଲେ । ଆଉ ଜିଦ୍‌ରେ ଅଟଳ ରହିବା ସହ ନିଜ ପୋଷାକ ଖୋଲି ଦେଇଥିଲେ ।

ତେବେ ପୁରା ଘଟଣାଟି ହେଲା, ମହିଳା ଜଣକ ବିମାନ ଭିତରେ ଧୁମ୍ରପାନ କରିବାକୁ ଯାଉଥିଲେ । କ୍ରିଉ ମେମ୍ବରମାନେ ଧୁମ୍ରପାନ କରିବାକୁ ବାରଣ କରିଥିଲେ । ଯେଉଁଥିପାଇଁ ମହିଳା ଜଣକ ରାଗିଯାଇଥିଲେ । ଆଉ କହିଥିଲେ ମୋତେ ମାରିଦେଲେ ବି ମୁଁ ଧୁମ୍ରପାନ ନିଶ୍ଚୟ କରିବି । ଖାଲି ସେତିକି ନୁହେଁ କ୍ରିଉ ମେମ୍ବର ସହ ଯୁକ୍ତିତର୍କ ହେବାରୁ ମହିଳା ଜଣକ କକ୍‌ପିଟ୍‌ ଭାଙ୍ଗିବାକୁ ବି ଚେଷ୍ଟା କରୁଥିଲେ । ଏହା ଦେଖି ଅନ୍ୟ ପାସେଞ୍ଜେରମାନେ ମଧ୍ୟ ବିରକ୍ତ ହୋଇଥିଲେ । ମହିଳା ଜଣକ କକ୍‌ପିଟ୍‌ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଅନ୍ୟ ଯାତ୍ରୀଙ୍କୁ କହୁଥିଲେ, ତୁମେ ସବୁ ମରିବାକୁ ଯାଉଛ ।

ତେବେ ମହିଳା ଜଣକ କେବଳ ଅନ୍ୟ ଯାତ୍ରୀଙ୍କୁ ଧମକ ଦେଇନଥିଲେ ବରଂ ଜଣେ କ୍ରିଉ ମେମ୍ବରଙ୍କୁ ହାତ ମଧ୍ୟ ଉଠାଇଥିଲେ । ଖାଲି ସେତିକିରେ କଥା ସରି ନାହିଁ, ବଡ଼ ସମସ୍ୟା ସେତେବେଳେ ଉପୁଜିଥିଲା ଯେତେବେଳେ ମହିଳା ଜଣକ ନିଜକୁ ଟଏଲେଟ୍ ଭିତରେ କଏଦ କରିଥିଲେ । ଯେତେ ଡାକିଲେ ବି କବାଟ ଖୋଲି ନଥିଲେ । ଆଉ ଭିତରେ ଥାଇ ଧୁମ୍ରପାନ କରିଥିଲେ । ମହିଳାଙ୍କ ଏଭଳି ଜିଦ୍‌ ଦେଖି ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଥିଲେ । ଏମିତିକି ସମସ୍ତେ ପ୍ରାର୍ଥନା କରିବା ଆରମ୍ଭ କରିଥିଲେ ।

ମହିଳାଙ୍କ ବୟସ ୪୯ ହେବ । ଟଏଲେଟ୍‌ ଭିତରୁ ବାହାରିବା ପରେ ସେ କ୍ରିଉ ମେମ୍ବର ମାନଙ୍କ ଉପରେ ରାଗି ନିଜ ଟପ୍ ଏବଂ ଅନ୍ତବସ୍ତ୍ର ଖୋଲିଦେଇଥିଲେ । ସମସ୍ତଙ୍କ ସାମ୍ନାରେ ନିଜ ଶରୀରକୁ ଏକ୍ସପୋଜ୍‌ କରିଥିଲେ । ଯାତ୍ରୀମାନଙ୍କ ମଧ୍ୟରେ ଅନେକ ନିଜ ପରିବାର ସହ ଯାତ୍ରା କରୁଥିବାରୁ ପାଖରେ କୁନି ପିଲାମାନେ ମଧ୍ୟ ଥିଲେ । ତେଣୁ ଏଭଳି ଦୃଶ୍ୟ ବାପା-ମାଆ ଓ ପିଲାମାନଙ୍କୁ ଲଜ୍ଜିତ କରିଥିଲା । କିଛି କ୍ରିଉ ମେମ୍ବର ଓ ଯାତ୍ରୀ ମିଶି ତାଙ୍କୁ ପୋଷାକ ପିନ୍ଧାଇବାକୁ ଚେଷ୍ଟା କରିଥିଲେ । ହେଲେ ମହିଳା ସେମାନଙ୍କୁ ଖାତିର କରିନଥିଲେ ।

ଏହି ଘଟଣା ପରେ ଫ୍ଲାଇଟ୍‌ କ୍ୟାପ୍‌ଟେନ୍‌ଙ୍କ ନିର୍ଦେଶରେ ମହିଳାଙ୍କୁ ଏକ ପ୍ଲାଷ୍ଟିକ୍‌ ହ୍ୟାଣ୍ଡକପ୍‌ ପକାଯାଇଥିଲା । ଆଉ ବିମାନ ଲ୍ୟାଣ୍ଡ କରିବା ପରେ ତାଙ୍କୁ ପୋଲିସ ଦ୍ୱାରା ଗିରଫ କରାଯାଇଥିଲା ।