Advertisment

Animal Cruelty In Odisha: ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ଆକ୍ସନ୍: ଗିରଫ ହେଲେ କଳାକାର...

ଗଞ୍ଜାମ ହିଞ୍ଜିଳି ଥାନା ରାଳବ ଗାଁରେ ଷ୍ଟେଜ୍ ଉପରେ ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ବନ୍ଧା ହେଲେ କଳାକାର। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ୍ ।

ଅଦ୍ୟତନ ହୋଇଛି
Animal Cruelty In Odisha

Animal Cruelty In Odisha

Advertisment

ଘୁଷୁରୀକୁ ଜୀଅନ୍ତ ଖାଇବା ଘଟଣାରେ ଆକ୍ସନ୍। ଗଞ୍ଜାମ ହିଞ୍ଜିଳି ଥାନା ରାଳବ ଗାଁରେ ଷ୍ଟେଜ୍ ଉପରେ ଘୁଷୁରୀକୁ ଜୀଅନ୍ତା ଖାଇବା ଘଟଣାରେ ବନ୍ଧା ହେଲେ କଳାକାର। ରାକ୍ଷସ ଭୂମିକାରେ ଅଭିନୟ କରିଥିବା କଳାକାର ବିମ୍ବାଧର ଗୌଡଙ୍କୁ ଗିରଫ କରିଛି ପୋଲିସ୍

Advertisment

ଗଞ୍ଜାମ ଜିଲ୍ଲା ହିଂଜିଳି ଥାନା ରାଳବ ଗ୍ରାମରେ ଗତ ୨୬ ତାରିଖରେ ରାମାୟଣ ନାଟକ ପରିବେଷଣ କରାଯାଇଥିଲା। ଏଥିରେ ମଞ୍ଚ ଉପରେ ଜୀଅନ୍ତା ଘୁଷୁରୀକୁ ଝୁଣି ଝୁଣି କଳାକାର ଖାଇଥିବା ଦେଖାଦେଇଥିଲା। ଏଘି ଘଟଣାରେ ହିଂଜିଳି ପୋଲିସ ପୁରୁଷୋତ୍ତମପୁର ଅଞ୍ଚଳର ବିମ୍ବାଧର ଗୌଡଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l 

ଅଧିକ ପଢ଼ନ୍ତୁ: MKCG ମେଡିକାଲ କଲେଜରେରୁ ହଟିନି ରାଗିଂ ବ୍ୟାଧି; ଜୁନିୟରଙ୍କୁ ବ୍ୟକ୍ତିଗତ କାମରେ ଲଗାଉଛନ୍ତି ସିନିୟର !

Advertisment

ନୃଶଂସତାର ଶେଷ ସୀମା । ବର୍ବର...ବୀଭତ୍ସ...ମଞ୍ଚ ଉପରେ କଳା ନାଁରେ କଳଙ୍କ ବୋଳି ଦେଲେ କଳାକାର। ଘଟଣାର ବର୍ଣ୍ଣନା ବି ହୁଏତ ଆପଣଙ୍କୁ ବିଚଳିତ କରିପାରେ। ହେଲେ ଜୀବନ୍ତ ଅଭିନୟର ନିଶା ଏମିତି ଚଢ଼ିଛି ଯେ ମଣିଷତ୍ବର ସବୁ ସୀମା ଯେମିତି ଟପିଯାଇଛନ୍ତି କଳାକାର। ଏମିତି ଘଟିଛି ଗଞ୍ଜାମ ହିଞ୍ଜିଳି ବ୍ଲକ୍ ଅନ୍ତର୍ଗତ ରାଳବ ଗାଁର ଯାତ୍ରାମଂଚ। ରାମାୟଣ କଥାବସ୍ତୁ ଉପରେ ନାଟକ। କିନ୍ତୁ ବୀରାୟୁଧ ରାକ୍ଷସର କ୍ରୁରତାକୁ ଜୀବନ୍ତ କରିବାକୁ ଯାଇ ଅସୁରବେଶୀ କଳାକାର କେତେବେଳେ ବିଷଧର ସାପ ଖେଳାଉଥିଲେ, ତ ପୁଣି ରାକ୍ଷସଠୁ ବଳି ମଂଚ ଉପରେ ଜୀଅନ୍ତା ଘୁଷୁରିକୁ କଲବଲ କରି ଖାଇଥିଲେ। ପୁଣି ଜଣେ ନୁହେଁ, ଦୁଇ ଜଣ ନୁହେଁ ରାକ୍ଷସ ଅଭିନୟରେ ଥିବା ୫ରୁ ୬ କଳାକାର। ସବୁଠୁ ଉଦବେଗର କଥା, ନାଟକ ପ୍ରଦର୍ଶନ ଆଳରେ ମଂଚ ଉପରେ ଏ ଜଘନ୍ୟ କାଣ୍ଡ ଚାଲିଥିଲେ ବି ଉପସ୍ଥିତ ଦର୍ଶକ ଯେମିତି ନୀରବଦ୍ରଷ୍ଟା ସାଜିଥିଲେ, ଉପଭୋଗ କରି ଚାଲିଥିଲେ। ଆଉ ଏବେ ଭିଡିଓଟି ଭାଇରାଲ୍ ହେବା ପରେ ସବୁଠି ଉଦବେଗ ପ୍ରକାଶ ପାଇଛି ।

ଅନ୍ୟପଟେ ଜୀବଜନ୍ତୁଙ୍କ ପ୍ରତି କ୍ରୁରତାର ଆଉ ଏକ ଘଟଣା ବି ସାମ୍ନାକୁ ଆସିଛି । ବାରିପଦା ଦେଇ ଯାଇଥିବା 18 ନମ୍ବର ଜାତୀୟ ରାଜପଥରେ ଏକ ଚାରି ଚକିଆ ଗାଡ଼ିରେ କେହି ନିର୍ଦ୍ଦୟ ଡ୍ରାଇଭର  କୁକୁରକୁ ଘୋଷାରି ଘୋଷାରି ନେବା ବେଳେ ପଛରେ କାରରେ ଯାଉଥିବା ଏକ ପରିବାର ଭିଡିଓଟିକୁ ଉତ୍ତୋଳନ କରି ଛାଡ଼ିଛନ୍ତି। ତେବେ କୁକୁରଟି ମରିଯାଇଥିଲା କି ଜୀଅନ୍ତା ଅବସ୍ଥାରେ ଘୋଷାରି ନିଆଯାଉଥିଲା ତାହା ସ୍ପଷ୍ଟ ହୋଇନଥିଲା ବେଳେ ଡ୍ରାଇଭର ଜଣଙ୍କ କିଭଳି ଏମିତି କ୍ରୁର ଆଚରଣ କଲେ ତାହା ହିଁ ବଡ଼ ପ୍ରଶ୍ନ।

Advertisment

ଅଧିକ ପଢ଼ନ୍ତୁ: ପୁଅ ଦେଲାନି ଟଙ୍କା, ବାପା ବନିଗଲା ଜହ୍ଲାଦ ! ଚାଲିଗଲା ବୋହୂର ଜୀବନ

Odisha News Police Animal Cruelty Pig Actor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ