Advertisment

କାହା ଭୁଲରୁ ଘଟୁଛି ପ୍ରାଣଘାତୀ ବାଣ ବିସ୍ଫୋରଣ ? ସପ୍ତାହକରେ ଗଲାଣି ୭ ଜୀବନ

​​​​​​​ପୋଲିସ ଓ ପ୍ରଶାସନର ଢିଲାପଣକୁ ନେଇ ଉଠିଲା ପ୍ରଶ୍ନ । ସଠିକ୍ SOP ଅନୁପାଳନ ପାଇଁ ପରାମର୍ଶ ।

ଅଦ୍ୟତନ ହୋଇଛି
undefined

Crackers Blast

Advertisment

ଭୟଙ୍କର ବାଣ ବିସ୍ଫୋରଣ ତାଲିକାରେ ନୂଆ ନାଁ ଭୁଷଣ୍ଢପୁର । ପୂର୍ବରୁ ବାଲେଶ୍ୱର, କେନ୍ଦ୍ରାପଡ଼ା, ବାଲିପାଟଣା ଓ ଜଗତସିଂହପୁରରେ ବି ଘଟି ସାରିଛି । 

Advertisment

୧୮ ଅକ୍ଟୋବର ୨୦୧୭ - ଦୀପାବଳି ଅମାବାସ୍ୟାର ପୂର୍ବ ଅପରାହ୍ନ। ବାଲେଶ୍ୱର ଜିଲ୍ଲା ବାହାବଳପୁରରେ ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଯେଉଁଥିରେ ଘଟଣାସ୍ଥଳରେ ୬ ଜଣ ଓ ପରେ ଏସସିବିରେ ଆଉ ୫ ଜଣଙ୍କୁ ମିଶାଇ ମୋଟ ୧୧ ଜଣଙ୍କର ପ୍ରାଣ ଯାଇଥିଲା ।

୧ ନଭେମ୍ବର ୨୦୧୮- ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଭାକରସାହିରେ ଘଟିଥିଲା ଆକସ୍ମିକ ବାଣ ବିସ୍ଫୋରଣ । ପ୍ରଚଣ୍ଡ ଶବ୍ଦ କରି ୫ ବଖରା ଛାତ ଘର ଉଡ଼ି ଯାଇଥିଲା । ଯେଉଁଥିରେ ସେହି ଗାଁର ଏକ ଦଂପତିଙ୍କ ମୃତ୍ୟୁ ଘଟିଥିଲା । 

Advertisment

ଅଧିକ ପଢ଼ନ୍ତୁ: ଲୁଚାଛପାରେ ବାଣ ଭିଡ଼ାବେଳେ ଭୟଙ୍କର ବିସ୍ଫୋରଣ ! ବାପ-ପୁଅଙ୍କ ସହ ୪ ଜୀବନ ଗଲା

୨୩ ନଭେମ୍ବର ୨୦୨୨- କେନ୍ଦ୍ରାପଡ଼ା ସଦର ଥାନା ବାଲିଆରେ କାର୍ତ୍ତିକେଶ୍ୱର ମେଢ଼ ଭସାଣ ଉତ୍ସବ ବେଳେ ଘଟିଥିଲା ପ୍ରାଣଘାତୀ ବାଣ ବିସ୍ଫୋରଣ । ଯେଉଁଥିରେ ୪୫ଜଣ ଆହତ ହୋଇଥିଲେ । କଟକ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ପ୍ରାଣ ଯାଇଥିଲା ।

Advertisment

୨୮ ଫେବ୍ରୁଆରୀ ୨୦୨୩- ମାତ୍ର ୬ଦିନ ତଳେ ଜଗତସିଂହପୁର ଜିଲ୍ଲା ଇଚ୍ଛାପୁରରେ ଏକ ବାଣ ଗୋଦାମରେ ଘଟିଥିଲା ବଡ଼ ବିସ୍ଫୋରଣ । ଯେଉଁଥିରେ ଗୋଦାମ ମାଲିକଙ୍କ ସମେତ ୩ଜଣଙ୍କର ଅକାଳରେ ଜୀବନ ଯାଇଛି ।

ତେବେ ରାଜ୍ୟରେ ବାରମ୍ବାର ଏଭଳି ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ମାନବାଧିକାର କର୍ମୀ ।

ଏଠି ପ୍ରଶ୍ନ କାହା ଭୁଲ୍ ରୁ ଘଟୁଛି ଏଭଳି ଗୋଟିଏ ପରେ ଗୋଟିଏ ପ୍ରାଣଘାତୀ ଅଘଟଣ ? ଏଥିପାଇଁ ଦାୟୀ କିଏ- ସାଧାରଣ ଜନତା ନା ପ୍ରଶାସନ ? ଯଦିଓ ବାଣ ବିକ୍ରିକୁ ନେଇ ସରକାରୀ କଟକଣା ରହିଛି ଓ ବାଣ ଦୋକାନ ଖୋଲିବାକୁ ଲାଇସେନ୍ସ ଜରୁରୀ ସହ ଖୋଲା ସ୍ଥାନରେ ବିକ୍ରିର କଡ଼ା ନିୟମ ଅଛି, କିନ୍ତୁ ଲୁଚାଛପାରେ ବାଣ ତିଆରିକୁ କାହିଁକି ରୋକାଯାଉନି ?

ବେଆଇନ ବାଣ କାରଖାନା ଓ ଗୋଦାମ କାହିଁକି ଖୋଜି ପାଉନି ପୋଲିସ କି ପ୍ରଶାସନ ? ବାଣ ତିଆରି କାମରେ ପିଲା ଓ ମହିଳାଙ୍କୁ ବି ନିୟୋଜିତ କରାଯାଉଥିବାରୁ ଅକାରଣରେ ଯାଉଛି ସେମାନଙ୍କ ଜୀବନ। ସେହିପରି ବେଆଇନ୍ ବାଣ ବିକ୍ରି ଓ ଗୋଦାମ ସ୍ଥଳରେ ଆବଶ୍ୟକ ସୁରକ୍ଷା ଉପକରଣ ରହୁନଥିବାରୁ ବିସ୍ଫୋରଣ ବେଳେ ଏହା ଅଧିକ ପ୍ରାଣଘାତୀ ସାବ୍ୟସ୍ତ ହେଉଛି। ଯଦିଓ ଏନେଇ ଆଇନରେ ଦଣ୍ଡ ବିଧାନ ବ୍ୟବସ୍ଥା ରହିଛି, ହେଲେ ତାର ସଠିକ୍ ଅନୁପାଳନ ହେଉନଥିବାରୁ ପ୍ରତି ବର୍ଷ ନୂଆ ନୂଆ ସ୍ଥାନରେ ଏପରି ଛାତିଥରା ଘଟଣାର ପୁନରାବୃତ୍ତି ଘଟୁଛି ।

Fire Mishap Firecracker Explosion
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ