Advertisment

ମଜାମସ୍ତିରେ ସମସ୍ତେ ଥିଲେ ମସ୍‌ଗୁଲ୍, ତଳେ ଲୋଟିପଡ଼ିଲା ୮ ରକ୍ତ ଜୁଡ଼ୁବୁଡୁ ଶରୀର

ଆଖିବୁଜା ଗୁଳିମାଡ଼ରେ ଘଟଣାସ୍ଥଳରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Shooting At South Africa Birthday Party

Firing

ଚାଲିଛି ବାର୍ଥଡେ ପାର୍ଟି। ସମସ୍ତେ ମଜା ମସ୍ତିରେ ମସ୍‌ଗୁଲ୍। ଖାନାପିନା ବି ଚାଲିଛି। ହଠାତ୍ ଶୁଭିଲା ଗୁଳି ଶବ୍ଦ। କେହି କେହି ଭାବିଲେ ଇଏ ସେଲିବ୍ରେସନର ଗୋଟେ ପାର୍ଟ। ଖୁସିରେ ବାଣ ଫୁଟା ଯାଉଛି। କିନ୍ତୁ ଇଏ ବାଣଫୁଟାର ଶବ୍ଦ ନଥିଲା, ଥିଲା ଆଖିବୁଜା ଗୁଳିମାଡ଼ର ଶବ୍ଦ।

Advertisment

କେହି କିଛି ବୁଝିବା ଆଗରୁ ଚଟାଣରେ ଲୋଟିପଡ଼ିଲା ରକ୍ତ ଜୁଡ଼ୁବୁଡ଼ୁ ଶରୀର। ତା’ପରେ ଭୟରେ ଯିଏ ଯୁଆଡ଼େ ପାରିଲେ ଦୌଡ଼ିବାକୁ ଲାଗିଲେ। ଆଖିବୁଜା ଗୁଳିମାଡ଼ରେ ଘଟଣାସ୍ଥଳରେ ୮ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ ୩ ଜଣ ଗୁରୁତର ଆହତ ହୋଇଛନ୍ତି।

ଅଧିକ ପଢ଼ନ୍ତୁ: ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ !

ସବୁଠୁ ଉଦବେଗଜନକ ବିଷୟ ହେଉଛି ଅପରାଧୀମାନେ ବେଶ୍ କିଛି ସମୟ ହେଲା ସେଠାରେ ଛିଡ଼ାଡୋଇ ସେଲିବ୍ରେସନର ମଜା ନେଉଥିଲେ। ହେଲେ କେହି ସେମାନଙ୍କୁ ଚିହ୍ନି ପାରିନଥିଲେ।

Advertisment

ପାର୍ଟିରେ ସାମିଲ୍ ହୋଇଥିବା ଅନ୍ୟ କେହି ବଂଧୁ ହୋଇଥାଇପାରନ୍ତି ବୋଲି ସମସ୍ତେ ଭାବୁଥିଲେ। କିନ୍ତୁ ଗୁଳିମାଡ଼ି ପରେ ସବୁ କଥା ପଦାକୁ ଆସିଥିଲା।

ସାଉଥ୍ ଆଫ୍ରିକାର ଇଷ୍ଟର୍ନ କେପ୍ ପ୍ରୋଭିନ୍ସରେ ଏହି ଭୟଙ୍କର ଘଟଣା ଘଟିଛି। ପୋଲିସ ଘଟଣାର ତଦନ୍ତ କରୁଛି। ଗତବର୍ଷ ମଧ୍ୟ ଏହି ଅଞ୍ଚଳରେ ଆଖିବୁଜା ଗୁଳିମାଡ଼ରେ ୧୯ ଜଣଙ୍କର ମୃତ୍ୟୁ ଘଟିଥିଲା।

Firing Birthday Celebration
Advertisment
Advertisment