/odishatv-khabar/media/post_attachments/uploadimage/library/16_9/16_9_0/____1670985731.jpg)
Woman Allegedly Gangraped During A B'Day Party Celebration In Bhubaneswar
ବାର୍ଥ ଡେ’ ପାର୍ଟିରେ ମହିଳାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ। ରାଜଧାନୀ ଭୁବନେଶ୍ୱର ରୁ ଏଭଳି ଅଭିଯୋଗ ଆସିଛି। ସୋମବାର ଦିନ ଅଭିଯୋଗକାରିଣୀଙ୍କ ଅଭିଯୋଗକ୍ରମେ ମଞ୍ଚେଶ୍ଵର ଥାନାରେ ମାମଲା ରୁଜୁ କରାଯାଇଥିଲା। ପୋଲିସ୍ ଘଟଣାର ତଦନ୍ତ କରି ୩ ଅଭିଯୁକ୍ତଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ- ମାଲିଙ୍ଗ, ଦୀପକ ଓ ସ୍ଵାଧୀନ।
ସୂଚନା ଅନୁସାରେ, ଗତ ରବିବାର ଦିନ ଅଭିଯୁକ୍ତ ଦୀପକ ଜନ୍ମଦିନ ପାଳନ ପାଇଁ ଏକ ପାର୍ଟିର ଆୟୋଜନ କରିଥିଲେ। ପାର୍ଟି ଚାଲୁ ଥିବାରୁ ଅଧିକ ହୋହାଲ୍ଲା ହେଉଥିଲା। ଏଥିରେ ଅତିଷ୍ଠ ହୋଇ ଜଣେ ମହିଳା ପଡ଼ୋଶୀ ହୋହାଲ୍ଲା ନକରିବାକୁ ସେମାନଙ୍କୁ କହିଥିଲେ। ହେଲେ ଅଭିଯୁକ୍ତମାନେ ତାଙ୍କ କଥାକୁ ଖାତିର କରିନଥିଲେ। ବରଂ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।
ଅଧିକ ପଢ଼ନ୍ତୁ: ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର : ଗଣଦୁଷ୍କର୍ମ ପରେ ଚୁଟି କାଟି ରାସ୍ତାରେ ବୁଲାଇଲେ ଅଭିଯୁକ୍ତ
ରାଜଧାନୀରେ ଚାଞ୍ଚଲ୍ୟ : ବାର୍ଥ ଡେ ପାର୍ଟରେ ମହିଳାଙ୍କୁ ଗଣଦୁଷ୍କର୍ମ, ତିନି ଅଭିଯୁକ୍ତ ଗିରଫ#Odisha#OTV#Rapepic.twitter.com/pIeD5spptn
— ଓଟିଭି (@otvkhabar) December 14, 2022
ପୀଡ଼ିତାଙ୍କ ଚିତ୍କାର ଶୁଣି କିଛି ପଡୋଶୀ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତଙ୍କ କବଳରୁ ସମ୍ପୃକ୍ତ ମହିଳାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହେବା ପୂର୍ବରୁ ପୀଡ଼ିତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଥିବା ଅଭିଯୋଗ ହୋଇଛି।
ଘଟଣାକୁ ନେଇ ଉକ୍ତ ମହିଳା ଓ ତାଙ୍କ ସ୍ୱାମୀ ମଞ୍ଚେଶ୍ଵର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ୍ କିଛି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ପୋଲିସ୍ ଘଟଣାର ତତନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)