Advertisment

Kidnapping In Bhubaneswar: ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ; ରଖିଥିଲେ ୧୦ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ୍...

ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ। ଘଟଣା ଘଟିଛି ଭୁବନେଶ୍ବର ଝାରପଡା ଅଞ୍ଚଳରେ।

author-image
Sujit kumar Swain
ଅଦ୍ୟତନ ହୋଇଛି
Kidnapping In Bhubaneswar

Kidnapping In Bhubaneswar

ଲିଭ୍ ଇନ୍ ରିଲେସନରୁ ଲୋଭ। ପ୍ରେମିକକୁ ଅପହରଣ କରି ପ୍ରେମିକା ଗିରଫ। ଘଟଣା ଘଟିଛି ଭୁବନେଶ୍ବର ଝାରପଡା ଅଞ୍ଚଳରେ। ଅଭିଯୋଗ ଅନୁଯାୟୀ ଲିଭ ଇନ୍‌ରେ ରହୁଥିବା ପ୍ରେମିକା, ତାଙ୍କ ପାର୍ଟନରଙ୍କ ଚରିତ୍ରକୁ ନେଇ ସନ୍ଦେହ କରିଥିଲେ। ତେବେ ସମ୍ପର୍କ କାଟିବା ପୂର୍ବରୁ ପ୍ରେମିକର ଟଙ୍କା ହଡପ ପାଇଁ ଯୋଜନା କରିଥିଲେ। 

Advertisment

ଏମିତିକି ନିଜ ଭଉଣୀଙ୍କ ପ୍ରେମିକକୁ ଲଗାଇ ଯୁବକଙ୍କୁ ଅପହରଣ କରିନେଇଥିଲେ। ଏହା ପରେ ୧୦ ଲକ୍ଷ ଟଙ୍କା ମୁଣ୍ଡ ଜାମିନ ରଖି ଏକ ଭଡା ଘରେ ରଖି ଅତ୍ୟାଚାର କରିଥିବା ଅଭିଯୋଗ ହୋଇଥିଲା। ୪ ଜଣ ସୁପାରି ଅପହରଣକାରୀଙ୍କ ସହ ପ୍ରେମିକାକୁ ଗିରଫ କରିଛି କମିଶନରେଟ ପୋଲିସ। ୧୨ ଘଣ୍ଟାର ଅପରେସନ ପରେ, ବନ୍ଧା ହେଲେ ମାଷ୍ଟର ମାଇଣ୍ଡ ଯୁବତୀ  । ତେବେ ଯୁବତୀ ଜଣକ ଝାଡ଼ଖଣ୍ତ ଅଞ୍ଚଳର ବୋଲି ଜଣା ପଡ଼ିଛି। 

ଅଧିକ ପଢ଼ନ୍ତୁ: କିଟ୍ ଛାତ୍ର ମୃତ୍ୟୁ ଘଟଣାର ନୂଆ ଟ୍ୱିଷ୍ଟ; କର୍ତ୍ତୃପକ୍ଷଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ବାପା

Advertisment

କେମିତି ଧରା ହେଲେ ଅପହରଣକାରୀ ? 

ପୋଲିସ କମିଶନର୍‌ଙ୍କ ସୂଚନ ଅନୁଯାୟୀ, ଗତକାଲି ରାତି ୧୦ଟାରେ ସମୟରେ ଝାରପଡ଼ା ଅଞ୍ଚଳର ସୋମନାଥ ସ୍ୱାଇଁ ନାମକ ଜଣେ ବ୍ୟକ୍ତି ଗୋଟିଏ ଦିନ ହେବ ନିଖୋଜ ଥିଲେ ବୋଲି ଖବର ଆସିଥିଲା । ଏ ବାବଦରେ ତାଙ୍କ ଭଉଣୀ ଏଫ୍‌ଆଇଆର୍‌ ଦେଇଥିଲେ। ଏହା ପରେ ପୋଲିସ ଟିମ୍‌ ସାଙ୍ଗେ ସାଙ୍ଗେ ୩ଟି ଟିମ୍‌ ଗଠନ କରିଥିଲା। ମୋବାଇଲ ଡ଼ାଟା, ଲୋକଙ୍କର ସାହାଯ୍ୟ ଓ ପୂର୍ବ ଘଟଣାବଳୀକୁ ଆଧାର କରି ପୋଲିସ ଖୋଜିବା ଆରମ୍ଭ କରିଥିଲା। ପୂରା ରାତି ପୋଲିସ ଖୋଜିବାରେ ଲାଗିଥିଲା। 

ପୋଲିସ ପକ୍ଷରୁ ପ୍ରଥମେ ଯୁବତୀଙ୍କୁ କୁହାଯାଇଥିଲା ଯେ, ପଇସା ଦେବା ପାଇଁ ଆରେଞ୍ଜ କରୁଛୁ । ତଥାପି ସେମାନେ ସନ୍ଦେହ କରି ଆମ ପାଖକୁ ଆସିନଥିଲେ । ପୋଲିସ ସମସ୍ତ ବୁଦ୍ଧି ଲଗାଇ ସକାଳୁ ସମ୍‌ ମେଡ଼ିକାଲ ନିକଟରେ ଏକ ହୋଟେଲରୁ ୫ ଜଣ ଅପହରଣକାରୀଙ୍କୁ ଗିରଫ କରିବା ସହ ସୋମନାଥଙ୍କୁ ଉଦ୍ଧାର କରିଥିଲା। ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର୍‌ ।

ଅଧିକ ପଢ଼ନ୍ତୁ : କିଟ୍‌ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ; ମିଳିଲା ଝୁଲନ୍ତା ମୃତଦେହ

Kidnapping Bhubaneswar Arrested
Advertisment
Advertisment