• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମାତିଛନ୍ତି ସାଇବର ଅପରାଧୀ । ଡିଜିଟାଲ ପ୍ଲାଟଫର୍ମ ପାଲଟିଛି ଲୁଟେରାଙ୍କ ଠକାମୀର ମାଧ୍ୟମ । ପ୍ରତ୍ୟେକ ଦିନ କେଉଁଠି ନା କେଉଁଠି ଠକେଇ ହେଉଥିବା ଅଭିଯୋଗ ଆସୁଛି । ଲୁଟେରା ମାନେ ଅନଲାଇନ୍‌ ନେଣଦେଣକୁ ନେଇ ସାଧାରଣ ଲୋକଙ୍କ ନିକଟରୁ ଲୁଟ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ବର୍ତ୍ତମାନ ସମୟରେ ପୁଣି ଏକ ବଡ଼ ଠକାମୀର ଖବର ସାମ୍ନାକୁ ଆସିଛି ।

୪୦ ଜଣ ବ୍ୟାଙ୍କ ଗ୍ରାହକଙ୍କ ନିକଟରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଛି । KYC ଏବଂ PAN ବିବରଣୀ ଅପଡେଟ୍‌ କରିବାକୁ କହି ଲୁଟ କରିଛନ୍ତି ଲକ୍ଷାଧିକ ଟଙ୍କା । ସୂଚନା ମୁତାବକ ଗ୍ରାହକଙ୍କ ନିକଟକୁ ଏକ ମେସେଜ ଆସିଥିଲା । ଯେଉଁଥିରେ ଆକାଉଣ୍ଟ ସଂପର୍କିତ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଥିଲା ।

ଅଧିକ ପଢ଼ନ୍ତୁ: ସାବଧାନ ! ସୁନ୍ଦରୀ ଯୁବତୀ ଯୋଗାଇଦେବେ କହି ଲୁଟିଲେଣି ସାଇବର ଲୁଟେରା..

ଶେଷରେ ସମସ୍ତ ତଥ୍ୟ ପ୍ରଦାନ କରିବା ପରେ ଓଟିପି ଦେବାକୁ କୁହାଯାଇଥିଲା । ଗ୍ରାହକମାନେ ଓଟିପି ଦେବା ପରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଇଥିବା ଅଭିଯୋଗ ହୋଇଛି । ଏପରି ଘଟଣା ମୁମ୍ବାଇର ଏକ ଘରୋଇ ବ୍ୟାଙ୍କର ଗ୍ରାହକମାନେ ସାମ୍ନା କରିଛନ୍ତି । ଯାହାକୁ ନେଇ ଥାନାରେ ମଧ୍ୟ ଅଭିଯୋଗ ହୋଇଛି ।

ଅଭିଯୋଗ ହେବା ପରେ ଘଟଣାକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ସାଧାରଣ ନାଗରିକଙ୍କୁ ଏଥି ପ୍ରତି ସାବଧାନ ରହିବାକୁ ଚେତାବନୀ ଦେଇଛି । ସବୁଠାରୁ ବଡ଼ କଥା ହେଉଛି ଏହି ଅଭିଯୋଗ ତାଲିକାରେ ଜଣେ ଟେଲି ଅଭିନେତ୍ରୀ ମଧ୍ୟ ରହିଛନ୍ତି ।

ଅଭିନେତ୍ରୀ ଶ୍ୱେତା ମେମନ ଏହି ଠକେଇର ଶିକାର ହୋଇଥିବା ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ ତାଙ୍କ ନିକଟକୁ ବ୍ୟାଙ୍କ ସଂପର୍କିତ ଏକ କଲ୍‌ ଆସିଥିଲା । ତାଙ୍କୁ ଓଟିପି ଦେବାକୁ କୁହାଯାଇଥିଲା । ଓଟିପି ଦେବା ମାତ୍ରେ ତାଙ୍କ ଆକାଣ୍ଟରୁ ଟଙ୍କା ଡେବିଟ୍‌ ହୋଇଯାଇଥିଲା ।