/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669302463.jpg)
2 Naxal Killed
ଘଞ୍ଚ ଜଙ୍ଗଲରେ ସୁରକ୍ଷାକର୍ମୀ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ । ବଲାଙ୍ଗିର ଗନ୍ଧମାର୍ଦ୍ଦନ ପାହାଡ଼ରେ ହୋଇଛି ଗୁଳି ବିନିମୟ । ଏଥିରେ ଦୁଇ ଜଣ ମହିଳା ମାଓବାଦୀ ନିହତ ହୋଇଛନ୍ତି । ଜଙ୍ଗଲ ଭିତରେ ୫ ଜଣ ନକ୍ସଲ ଥିବା ସୂଚନା ପାଇବା ପରେ ଅପରେସନ୍ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ଏଥିରେ ଦୁଇ ଜଣ ନିହତ ହୋଇଥିବା ବେଳେ ଅନ୍ୟ ୩ ଜଣ ଖସି ପଲାଇଥିବା ଜଣାପଡ଼ିଛି । ଏବେ ବି ଜଙ୍ଗଲରେ କୁମ୍ବିଂ ଅପରେସନ୍ କରାଯାଉଛି, ଖସି ପଲାଇଥିବା ମାଓବାଦୀଙ୍କୁ ଧରିବାକୁ ଅପରେସନ୍ ଜାରି ରହିଥିବା ବଲାଙ୍ଗିର ଏସ୍ପି କହିଛନ୍ତି । ନିହତ ଦୁଇ ମାଓବାଦୀଙ୍କ ପରିଚୟ ମିଳିଛି । ଉଭୟଙ୍କ ଘର ଛତିଶଗଡ଼, ସେମାନଙ୍କ ମୁଣ୍ଡ ପିଛା ୪ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା । ସେପଟେ ଏହି ଏନକାଉଣ୍ଟର ପରେ ମାଓବାଦୀଙ୍କୁ ହିଂସାର ବାଟ ଛାଡ଼ି ମୁଖ୍ୟ ସ୍ରୋତକୁ ଫେରି ଆସିବାକୁ ନିବେଦନ କରିଛନ୍ତି ପୋଲିସ୍ ଡିଜି ।
Advertisment
ଅଧିକ ପଢ଼ନ୍ତୁ: ମିଛରେ ପୋଲିସର ଏନ୍କାଉଣ୍ଟର, ସାଧାରଣ ଲୋକଙ୍କୁ ମାରି କହୁଛି ନକ୍ସଲ !
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)