Advertisment

କପି କରି ଧରାପଡ଼ିଥିଲେ, ଘରେ ରଶି ଲଗାଇ ଝୁଲିପଡ଼ିଲେ

ଗତକାଲି ସନ୍ଧ୍ୟାରେ ଦେବାଶିଷଙ୍କୁ ପରିବାର ଲୋକେ ଏକ କୋଠରୀରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
Plus Two Student Suicide In Berhampur

Suicide

ଯୁକ୍ତ ଦୁଇ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। ବ୍ରହ୍ମପୁରର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ବିଜ୍ଞାନ ଦ୍ୱିତୀୟ ବର୍ଷ ଛାତ୍ର ଦେବାଶିଷ ସେଠୀ। ତାଙ୍କ ଘର ବୈଦ୍ୟନାଥପୁର ଥାନା ସୂର୍ଯ୍ୟ ନଗର ଅଞ୍ଚଳରେ। ଗତକାଲି ଦେବାଶିଷଙ୍କ ଫିଜିକ୍ସ ପରୀକ୍ଷା ଥିଲା। ବ୍ରହ୍ମପୁର ଖଲିକୋଟ ବିଶ୍ୱବିଦ୍ୟାଳୟରେ ସେଣ୍ଟର୍ ପଡ଼ିଥିଲା। ସେଠାରେ କଲେଜର ଆଭ୍ୟନ୍ତରୀଣ ଟିମ୍ ପକ୍ଷରୁ ଚଢାଉ ବେଳେ ଦେବାଶିଷଙ୍କୁ କପି ପାଇଁ ବୁକ୍ କରିଥିଲେ।

Advertisment

କିନ୍ତୁ ଏନେଇ ସେମାନେ ଡେପୁଟି ସେକ୍ରେଟାରୀଙ୍କୁ ଜଣାଇ ନ ଥିବା ଡେପୁଟି ସେକ୍ରେଟାରୀ କୁଳମଣି ଓଝା କହିଛନ୍ତି। ଆଜି ସକାଳୁ ଏନେଇ କଲେଜ କର୍ତ୍ତୃପକ୍ଷ ତାଙ୍କୁ ଜଣାଇଥିବା କହିଛନ୍ତି।

Advertisment

ଗତକାଲି ସନ୍ଧ୍ୟାରେ ଦେବାଶିଷଙ୍କୁ ପରିବାର ଲୋକେ ଏକ କୋଠରୀରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ। ପରେ ବ୍ରହ୍ମପୁର MKCG ମେଡିକାଲକୁ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମୃତ୍ୟୁର କାରଣ କ’ଣ ଓ ସେ କେଉଁଥିପାଇଁ ଏଭଳି ରାସ୍ତା ଆପଣାଇଲେ ସେ ଉପରେ ବୈଦ୍ୟନାଥପୂର ଥାନା ପୋଲିସ ତଦନ୍ତ କରୁଛି ।

Suicide Case Students Suicide Plus Two Exam
Advertisment
Advertisment