/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641143187.jpg)
Covid Guidelines
କୋଲକାତା: ପଶ୍ଚିମବଙ୍ଗରେ ବି ହୁ ହୁ ହୋଇ ବଢୁଛି ସଂକ୍ରମଣ। ଦିନକରେ ଚିହ୍ନଟ ହୋଇଛନ୍ତି ୬ ହଜାର ୧୫୩ ନୂଆ ଆକ୍ରାନ୍ତ। ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ମମତା ସରକାର ରାଜ୍ୟରେ କଡା କୋଭିଡ୍ କଟକଣା ଜାରି କରିଛନ୍ତି। ରାଜ୍ୟରେ ବନ୍ଦ ରହିବ ସମସ୍ତ ସ୍କୁଲ୍, କଲେଜ ଓ ୟୁନିଭର୍ସିଟି। ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ। ସିନେମା ହଲ୍, ବାର୍, ରେଷ୍ଟୁରାଣ୍ଟ ଆଦି ୫୦ ପ୍ରତିଶତରେ ଚାଲିପାରିବ। ରାତି ୧୦ରୁ ସକାଳ ୫ ଟା ଯାଏଁ କେବଳ ଅତ୍ୟାବଶ୍ୟକ ସେବା ଜାରି ରହିବ।
୫୦ ପ୍ରତିଶତ ଯାତ୍ରୀରେ ଚାଲିବ ମେଟ୍ରୋ ଓ ଲୋକାଲ ଟ୍ରେନ୍। ରାଜ୍ୟର ସମସ୍ତ ପର୍ଯ୍ୟଟନ ସ୍ଥଳ ଓ ଚିଡିଆଖାନା ବନ୍ଦ ରହିବ। ସେହିପରି ସୁଇମିଂ ପୁଲ୍, ପାର୍ଲର, ସ୍ପା ଓ ଜିମ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେପଟେ ହରିୟାଣାରେ ସମସ୍ତ ସ୍କୁଲ ଓ କଲେଜ୍ ବନ୍ଦ ଘୋଷଣା କରାଯାଇଛି। ରାଜ୍ୟରେ ସିନେମା ହଲ୍, ଥିଏଟର, ସୁଇମିଂ ପୁଲ୍ ଓ ଜିମ୍ ମଧ୍ୟ ବନ୍ଦ ରହିବ।
ସେହିପରି ମୁମ୍ବାଇରେ ରେକର୍ଡ ସଂକ୍ରମଣ। ଦିନକରେ ଚିହ୍ନଟ ହୋଇଛନ୍ତି ୮ ହଜାରରୁ ଅଧିକ ଅକ୍ରାନ୍ତ। ଓମିକ୍ରନର ଆତଙ୍କ ଭିତରେ ଆଜି ବାଣିଜ୍ୟ ନଗରୀ ମୁମ୍ବାଇରେ ୮ ହଜାର ୩୬ଟି ନୂଆ ମାମଲା ସାମ୍ନାକୁ ଆସିଛି। ଗତକାଲିଠାରୁ ଏହା ୨୭ ପ୍ରତିଶତ ଅଧିକ। ବିଏମସିର ତଥ୍ୟ ଅନୁସାରେ, ଆକ୍ରାନ୍ତଙ୍କ ମଧ୍ୟରୁ ୮୯ ପ୍ରତିଶତ ଲକ୍ଷଣ ବିହୀନ। ମୁମ୍ବାଇର ସଂକ୍ରମଣକୁ ମିଶାଇ ମହାରାଷ୍ଟ୍ରରେ ଦୈନିକ ସଂକ୍ରମଣ ୧୧ ହଜାର ପାର୍ କରିଛି। ଦିଲ୍ଲୀ ପରେ କରୋନାର ହଟସ୍ପଟ୍ ପାଲଟିଛି ମୁମ୍ବାଇ। ସେହିପରି ମହାରାଷ୍ଟ୍ରରେ ଆଜି ଆଉ ୫୦ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)