/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647593849.jpg)
Corona Testing
ଓଡ଼ିଶାରେ ଏଯାଏ ଦେଖା ଦେଇନି ଡେଲ୍ଟାଟ୍ରୋନ୍ ଭାରିଏଣ୍ଟ । ଡେଲ୍ଟାଟ୍ରୋନ୍କୁ ନେଇ ILS ନିର୍ଦ୍ଦେଶକ ଅଜୟ ପରିଡ଼ାଙ୍କ ସୂଚନା । ଭାରତରେ ଗତ ମାସ ପର୍ଯ୍ୟନ୍ତ କେବଳ ଓମିକ୍ରନ୍ ଭାରିଏଣ୍ଟ ଥିଲା । ଡେଲ୍ଟାଟ୍ରୋନ୍ ଭାରିଏଣ୍ଟ ହେଉଛି ଡେଲଟା ଓ ଓମିକ୍ରନ୍ର ମିଳିତ ସବ୍ ଭାରିଏଣ୍ଟ । ଏହାର ସଂକ୍ରମଣ ହାର, କ୍ଲିନିକାଲ ରିପୋର୍ଟ ଓ ସିଭିୟରିଟି ବେଶି ନାହିଁ ।
ସେପଟେ ବିଶ୍ୱର ଅନେକ ଦେଶରେ କରୋନାର ପ୍ରକୋପ କମୁଥିବା ବେଳେ ଚୀନ୍ର ଅନେକ ସହରରେ କରୋନାର ନୂଆ ଲହର ଆତଙ୍କ ଖେଳାଉଛି । ଖାସ୍ କରି ସାଙ୍ଘାଇ ସହରରେ ଅବସ୍ଥା ବିଗିଡିବାରେ ଲାଗିଛି । କରୋନାର ନୂଆ ମାମଲା ସହରବାସୀଙ୍କ ନିଦ ହଜାଇ ଦେଇଛି । ପରିସ୍ଥିତି ଏମିତି ହୋଇଛି କି, ଲକଡାଉନ୍ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଛି ପ୍ରଶାସନ । ଏଥିପାଇଁ ଏବେଠାରୁ ଖାଦ୍ୟ ସାମଗ୍ରୀ ମହଜୁଦ୍ ରଖିବାରେ ଲାଗି ପଡିଛନ୍ତି ସାଙ୍ଘାଇ ସହରବାସୀ ।
ଗତ କିଛି ଦିନ ହେବ ସାଙ୍ଘାଇରେ କରୋନାର ନୂଆ ଭେରିଏଣ୍ଟ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି। ସଂକ୍ରମଣ ରୋକିବାକୁ ଲକଡାଉନର ସାହାର ନେଇଛନ୍ତି ସରକାର । ଏଥିଯୋଗୁଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।
ଅନ୍ୟପଟେ ଖୁସିର ଖବର ହେଲା, ଏବେ ସମସ୍ତ ଘରୋଇ ହସ୍ପିଟାଲରେ ମିଳୁଛି କରୋନାର ବୁଷ୍ଟର୍ ଡୋଜ୍ । ୧୮ ବର୍ଷରୁ ଅଧିକ ବୟସର ସମସ୍ତେ ଦ୍ୱିତୀୟ ଡୋଜ୍ ନେବାର ୯ ମାସ ପରେ ବୁଷ୍ଟର୍ ଡୋଜ୍ ନେଇପାରିବେ ।
ପ୍ରଥମ ଓ ଦ୍ୱିତୀୟ ଡୋଜ୍ରେ ଯେଉଁ କମ୍ପାନିର ଟିକା ନେଇଥିଲେ, ହିତାଧିକାରୀଙ୍କୁ ବୁଷ୍ଟର ଡୋଜ୍ ଭାବେ ସେହି ଟିକା ହିଁ ଦିଆଯିବ । ଘରୋଇ ହସ୍ପିଟାଲରେ ୨୨୫ ଟଙ୍କାରେ କୋଭିଡ୍ ଭ୍ୟାକ୍ସିନ୍ ମିଳିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)