Advertisment

୧୫% ଶିଶୁ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା

କରୋନାକୁ ହରେଇବାକୁ ହେଲେ ଏହାର ବ୍ରହ୍ମାସ୍ତ୍ର ହେଲା ଟିକାକରଣ। ଏହି ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା କଥା ଓ ସମସ୍ତ ନିୟମକୁ ମାନିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି। ଝାରସୁଗୁଡାରେ ଏକ ଟିକାକରଣ କେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି।

author-image
Chandan Shishu
୧୫% ଶିଶୁ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା

Health and Family Director

ଭୁବନେଶ୍ୱର: ସମ୍ଭାବ୍ୟ ୩ୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସମ୍ଭାବ୍ୟ ତୃତୀୟ ଲହର ସେତେଟା ଗୁରୁତର ହେବନାହିଁ ବୋଲି ସମସ୍ତେ ଆକଳନ କରୁଛନ୍ତି। ତଥାପି 15% ଶିଶୁଙ୍କ ଆକ୍ରାନ୍ତ ହେବାର ଆଶଙ୍କାକୁ ଦୃଷ୍ଟିରେ ରଖି ସେହି ଅନୁସାରେ ପ୍ରସ୍ତୁତି କରାଯାଉଛି। ସେଥିଲାଗି ଷ୍ଟେଟ ଲେଭେଲ ଟାସ୍କଫୋର୍ସ ମିଟିଂ ହେବ  ଆଶା, ଅଙ୍ଗନବାଡି କର୍ମୀଙ୍କ ଭଳି ତୃଣମୂଳ ସ୍ତରର ଫ୍ରଣ୍ଟଲାଇନ ଓ୍ୱାର୍କରମାନଙ୍କୁ ତାଲିମ ଦିଆସରିଛି।

Advertisment

ଆଜିଠୁ ଅନଲାଇନ ତାଲିମ ଶିବିର ଜରିଆରେ ପେଡ଼ିଆଟ୍ରିସିଆନ, ମେଡିକାଲ ଅଫିସର ଓ ଷ୍ଟାଫ ନର୍ସମାନଙ୍କୁ ତାଲିମ ଦିଆଯିବ। ଯେଉଁମାନେ କୋଭିଡ ହସ୍ପିଟାଲରେ ଶିଶୁଙ୍କ ଚିକିତ୍ସା ଦାୟିତ୍ୱରେ ରହିବେ ୬ଟି ବ୍ୟାଚରେ ସେମାନଙ୍କୁ ତାଲିମ ଦିଆଯିବ। ପ୍ରାକ୍ଟିକାଲ ତାଲିମ ମଧ୍ୟ ପ୍ରଦାନ ଦିଆଯିବ। ଟିକା ସାର୍ଟିଫିକେଟ ଡାଉନଲୋଡ୍ ନେଇ ହେଲ୍ପ ଡେସ୍କ ଜାରି କରାଯାଇଛି। ତୃତୀୟ ଲହର ଲାଗି ସରକାର ମାନବ ସମ୍ବଳ, ଉପକରଣ ଆଦି ସବୁ କ୍ଷେତ୍ରରେ ପ୍ରସ୍ତୁତ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।

କରୋନାକୁ ହରେଇବାକୁ ହେଲେ ଏହାର ବ୍ରହ୍ମାସ୍ତ୍ର ହେଲା ଟିକାକରଣ। ଏହି ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା କଥା ଓ ସମସ୍ତ ନିୟମକୁ ମାନିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି। ଝାରସୁଗୁଡାରେ ଏକ ଟିକାକରଣ କେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି।  ସମ୍ଭାବ୍ୟ କରୋନା ତୃୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରସ୍ତୁତ ଅଛନ୍ତି। ତେବେ ଏଥିରେ ରାଜ୍ୟବାସୀଙ୍କ ସହଯୋଗ ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Advertisment

କୋଭିଡ୍ ବେଳେ ରାଜ୍ୟରେ କିଭଳି ଅଛି ଅଣସଂକ୍ରମିତ ରୋଗର ସ୍ୱାସ୍ଥ୍ୟସେବା ଖୋର୍ଦ୍ଧା ଜିଲ୍ଲାରେ ଆସିଏମ୍‌ଆର୍ ଷ୍ଟଡିରୁ ସାମ୍ନାକୁ ଆସିଲା ଚିତ୍ର। ୧୫% ଲୋକ ଜରୁରୀ ସେବା ପାଇବାରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇଛନ୍ତି। ୧୪%  ହସ୍ପିଟାଲ ଯିବାରେ କିମ୍ବା ଔଷଧ କିଣିବା ପାଇଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। ୩୭% ଲୋକ କ୍ରୋନିକ ଡିଜିଜ ଚିକିତ୍ସା ପାଇଁ ସମସ୍ୟାକୁ ସାମ୍ନା କରିଛନ୍ତି। ୨୯% ଆର୍ଥିକ ସମସ୍ୟା ଓ ୧୬% ସଂକ୍ରମଣ ଡରରେ ମେଡିକାଲ ଯାଇ ନାହାନ୍ତି। ଖୋର୍ଦ୍ଧା ଜିଲ୍ଲାକୁ ନେଇ ହୋଇଥିବା ICMR ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି।

Odisha News Covid Appropriate Behaviour ICMR
Advertisment
Advertisment