• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର: ଜଟଣୀ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କୁ କରୋନା । ଖାଲି ସୁର ନୁହଁନ୍ତି ତାଙ୍କ ପତ୍ନୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି । ସୁର ଏବେ ସଂଗରୋଧରେ ଅଛନ୍ତି । ସେ କରୋନା ଆକ୍ରାନ୍ତ ହୋଇଥିବା ଖବର ଜଣାପଡ଼ିବା ପରେ ତାଙ୍କ ଶୁଭେଛୁ ଓ ସମର୍ଥକଙ୍କ ସହ ବହୁ ରାଜନୈତିକ ବ୍ୟକ୍ତି ବିଶେଷ ବି ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ତେବେ ନିକଟରେ ସୁରଙ୍କ ସଂସ୍ପର୍ଷରେ ଆସିଥିବା ପ୍ରତ୍ୟେକ ଲୋକଙ୍କୁ କରୋନା ପରୀକ୍ଷା ପାଇଁ କୁହାଯାଇଛି । ସେମାନେ ତୁରନ୍ତ ନିଜର କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ନିଜକୁ ସଂଗରୋଧରେ ରଖନ୍ତୁ ବୋଲି ପରାମର୍ଶ ଦିଆଯାଇଛି ।

ସେହିପରି ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । ହାଇଦ୍ରାବାଦର ଗାଚିବାଓ୍ୱଲି ହସ୍ପିଟାଲରେ ଏବେ ବିଶ୍ୱଭୂଷଣ ଚିକିତ୍ସାଧୀନ ଅଛନ୍ତି । ବିଭିନ୍ନ ମହଲରୁ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।