• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଆସିଲା ଆଉ ଏକ ଖୁସି ଖବର । ସାରା ବିଶ୍ୱକୁ କରିବ ଆସ୍ୱସ୍ଥ । ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରୋନା ଟିକା କୋଭୋଭାକ୍ସକୁ ମିଳିଲା ଅନୁମତି । ଜରୁରୀ ବ୍ୟବହାର ପାଇଁ କୋଭୋଭାକ୍ସ ଟିକାକୁ DCGIର ଅନୁମତି । -୧୨ ବର୍ଷରୁ ଉର୍ଦ୍ଧ୍ୱ ପିଲା ଏବଂ ପ୍ରାପ୍ତ ବୟସ୍କଙ୍କୁ ଦିଆଯିବ କୋଭୋଭାକ୍ସ ।

ଅନ୍ୟପଟେ ୫ରୁ ୧୨ ବର୍ଷର ଶିଶୁଙ୍କୁ କରୋନା ଟିକା ଦେବାକୁ ପ୍ରସ୍ତୁତ ହେଲା କର୍ବେଭାକ୍ସ ଟିକା । ପିଲାଙ୍କୁ ଏହି ଟିକା ଦେବାକୁ ଡିସିଜିଆଇର ଅନୁମତି ଲୋଡ଼ିଛି କର୍ବେଭାକ୍ସ ଟିକା ପ୍ରସ୍ତୁତକାରୀ କମ୍ପାନୀ ବାୟୋଲୋଜିକାଲ୍ ଇ’ । ଟିକାର ଜରୁରୀକାଳୀନ ବ୍ୟବହାର ଲାଗି ଅନୁମତି ଲୋଡ଼ିଛି ଏହି କମ୍ପାନୀ । 

ଶିଶୁଙ୍କୁ ଏହି ଟିକା ପ୍ରଦାନ ନେଇ କମ୍ପାନୀ ପକ୍ଷରୁ ସମସ୍ତ ତଥ୍ୟ ରଖାଯାଇଛି । ୫ରୁ ୧୨ ବର୍ଶରୁ ଶିଶୁଙ୍କୁ ଏହି ଟିକା ପ୍ରଦାନ କରାଯିବ । ଖୁବଶୀଘ୍ର DCGI ଟିକାର ବ୍ୟବହାର ନେଇ ନିଷ୍ପତ୍ତି ନେବ । ଟିକାର ସୁରକ୍ଷା ଏବଂ ରୋଗ ପ୍ରତିରୋଧକାରୀ ଶକ୍ତି ସୃଷ୍ଟି କରୁଥିବା ତଥ୍ୟର ସମୀକ୍ଷା ପରେ ଅନୁମତି ପ୍ରଦାନ କରାଯିବ ବୋଲି ସୂଚନା ରହିଛି । ଟିକାର ଦର ଟିକସକୁ ବାଦ ଦେଲେ ୧୪୫ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହାକୁ ନିର୍ଦ୍ଧାରିତ ବ୍ୟବଧାନରେ ୨ ଥର ନେବାକୁ ହେବ । ବାୟୋଲୋଜିକାଲ ଇ କମ୍ପାନୀଠାରୁ ସରକାର ପ୍ରାୟ ୫ କୋଟି ଡୋଜ୍ କ୍ରୟ କରିଥିବା ସୂଚନା ରହିଛି ।