• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

୭ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ କୋଭିଡ୍ ଟିକାକୁ ଅନୁମତି । ପୁଣେ ସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟଟ୍‌ର କୋଭୋଭ୍ୟାକ୍ସ ଟିକାକୁ ଅନୁମତି ଦେଲେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ- DCGI । ଜରୁରୀକାଳୀନ ସ୍ଥିତିରେ ନିୟନ୍ତ୍ରିତ ବ୍ୟବହାର ପାଇଁ କୋଭୋଭ୍ୟାକ୍ସ କୋଭିଡ୍ ଟିକାକୁ ଅନୁମତି ଦିଆଯାଇଛି । ଏଥିସହ DCGI ପକ୍ଷରୁ ଜେନୋଭା ବାୟୋ ଫାର୍ମାସୁଟିକାଲ୍ସର ୨ ଡୋଜ୍ mRNA କୋଭିଡ୍ ଭ୍ୟାକ୍ସିନକୁ ମଧ୍ୟ ଅନୁମତି ଦିଆଯାଇଛି । ଏହାକୁ ୧୮ ଓ ତଦୁର୍ଦ୍ଧ ପ୍ରାପ୍ତ ବୟସ୍କଙ୍କ ପାଇଁ ଅନୁମତି ଦିଆଯାଇଛି । ୨ରୁ ୮ ଡିଗ୍ରୀ ସେଲସିୟସରେ ସୁରକ୍ଷିତ ରହୁଥିବା ଏହା ପ୍ରଥମ କୋଭିଡ୍ ଭ୍ୟାକ୍ସିନ୍ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ରାଜ୍ୟରେ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ବିଏମସିକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । BMC କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ପ୍ରିନସପାଲ୍ ସେକ୍ରେଟାରୀ ନିକୁଞ୍ଜ ଧଳ ଚିଠି ଲେଖି ତାଗିଦ କରିଛନ୍ତି । ବିଏମସିରେ ଟିକାକରଣ ଉତ୍ସାହଜନକ ନୁହଁ । ଧିରେ ଧିରେ ବଢିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏଣୁ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

୧୨ରୁ ୧୪ ବର୍ଷ ବୟସ ବର୍ଗର ୪୨ ହଜାର ୬୨୭ ଜଣଙ୍କୁ ଟିକାକରଣ କରିବାର ଥିଲା । କିନ୍ତୁ ଆଜି ଯାଏଁ ମାତ୍ର ୧୬ ହଜାର ୬୨୭ ଜଣ ପ୍ରଥମ ଡୋଜ୍ ନେଇଛନ୍ତି । ମାତ୍ର ୩୯ ପ୍ରତିଶତ ଲକ୍ଷ୍ୟପୂରଣ ହୋଇଛି । ସେହିପରି ୧୫ ରୁ ୧୭ ବର୍ଷ ବୟସ ବର୍ଗର ୬୨ ହଜାର ୬୮୦ ଜଣଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । କିନ୍ତୁ ଟିକା ନେଇଛନ୍ତି ମାତ୍ର ୫୦ ହଜାର ୬୫୧ ଜଣ । ଅର୍ଥାତ୍‌ ୮୧ ପ୍ରତିଶତ ଲକ୍ଷ୍ୟପୂରଣ ହୋଇଛି । ସବୁଠାରୁ ନୈରାଶ୍ୟଜନକ ହେଇଛି ପ୍ରିକସନ୍ ଡୋଜ୍ । ଆଜି ଯାଏଁ ୯୯୩ ଜଣ ସ୍ୱାସ୍ଥ୍ୟକର୍ମୀ, ୧୬ ହଜାର ୮୦୪ FLW ପ୍ରିକସନ୍ ଡୋଜ୍ ନେଇଛନ୍ତି । ୬୦ ବର୍ଷରୁ ଅଧିକ ବର୍ଗ ବୟସର ମାତ୍ର ୬୬ ହଜାର ୧୬୪ ଜଣ ପ୍ରିକସନ୍ ଡୋଜ୍ ନେଇଛନ୍ତି ।