Advertisment

ବ୍ରହ୍ମପୁରରେ ପୂଜା କଟକଣା: ମାଆଙ୍କ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ

ପୂଜା ମଣ୍ଡପରେ କୋଭିଡ୍ ନିୟମାବଳୀ ଭଙ୍ଗ ହେଲେ ପୂଜା କମିଟି ଦାୟୀ ରହିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି। କେବଳ ଏତିକି ନୁହେଁ, ଏଥର ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ନବରାତ୍ରି ଦାଣ୍ଡିଆ ପାଳନକୁ ସଂପୂର୍ଣ୍ଣ ଭାବେ ମନା କରାଯାଇଛି।

author-image
Chandan Shishu
undefined

Guidelines Of Durga Puja

ବ୍ରହ୍ମପୁର: ଦୁର୍ଗା ପୂଜା ଲାଗି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କଟକଣା ଜାରି କରାଯାଇଛି। କଟକଣା ଅନୁସାରେ ମହାନଗର ଅଞ୍ଚଳରେ ଦୁର୍ଗା ପୂଜା ଆୟୋଜନ ହେବ। ନୂଆ ନିୟମ ଅନୁସାରେ ପୂଜା ମଣ୍ଡପକୁ ତିନିପଟରୁ ସଂପୂର୍ଣ୍ଣ ଆବଦ୍ଧ କରାଯିବ। ସେହିପରି ଚତୁର୍ଥ ପଟ ବା ସାମନା ପଟକୁ ଏଫରି ଭାବେ ଢଙ୍କା ଯିବ, ଯେପରି କୌଣସି ଶ୍ରଦ୍ଧାଳୁ ମାଆଙ୍କ ମୂର୍ତ୍ତି ଦର୍ଶନ କରିପାରିବେ ନାହିଁ।

Advertisment

ସେହିପରି ମାଆଙ୍କ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ହେବନି। ପୂଜା ବେଳେ ମଣ୍ଡପରେ କର୍ତ୍ତା ଓ ପୂଜକଙ୍କୁ ମିଶାଇ ୫ ଜଣରୁ ଅଧିକ ରହିପାରିବେନି। ପୂଜା ମଣ୍ଡପରେ ଉପସ୍ଥିତ ସମସ୍ତେ କୋଭିଡ୍ ନିୟମାବଳୀ ମାନିବେ। ଏଥର ପୂଜା ପରେ ଭସାଣ ଶୋଭାଯାତ୍ରା କରାଯିବ ନାହିଁ। ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରିବାକୁ ନିର୍ଦ୍ଦେଶ ରହିଛି।

ତେବେ ପୂଜା ମଣ୍ଡପରେ କୋଭିଡ୍ ନିୟମାବଳୀ ଭଙ୍ଗ ହେଲେ ପୂଜା କମିଟି ଦାୟୀ ରହିବ ବୋଲି ମହାନଗର ନିଗମ ପକ୍ଷରୁ କୁହାଯାଇଛି। କେବଳ ଏତିକି ନୁହେଁ, ଏଥର ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ନବରାତ୍ରି ଦାଣ୍ଡିଆ ପାଳନକୁ ସଂପୂର୍ଣ୍ଣ ଭାବେ ମନା କରାଯାଇଛି।

Advertisment

ଏହା ପୂର୍ବରୁ ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ପୂଜା ଗାଇଡଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ। ୧୦ ଦିନ ପାଇଁ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁ କଟକଣା ଅଧିକ କଡା କରାଯାଇଛି। ଅକ୍ଟୋବର ୧୧ରୁ ୨୦ ଯାଏ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‌ କର୍ଫ୍ୟୁ ଲାଗୁ କରାଯିବ। ଯେପରି ଗହଳି ନହୁଏ, ଏଥିପ୍ରତି ଧ୍ୟାନ ଦେବେ ସ୍ୱତନ୍ତ୍ର ସ୍କାଡ୍‌। 

BeMC Durga Puja Puja Guidelines
Advertisment
Advertisment