• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ । ବିମାନ ଯାତ୍ରୀଙ୍କ ପାଇଁ କୋଭିଡ୍ ନିୟମ କଡ଼ାକଡ଼ି କରିଛି DGCA । ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଦିଲ୍ଲୀ ହାଇକୋର୍ଟଙ୍କ ଏକ ନିର୍ଦ୍ଦେଶ ବଳରେ ଏହି କଟକଣା ଲାଗୁ କରାଯାଇଛି । କେବଳ ବିଶେଷ କ୍ଷେତ୍ରରେ ମାସ୍କ ଖୋଲିବା ଅନୁମତି ମିଳିବ । ସବୁଠାରୁ ବଡ଼ କଥା ହେଲା ଯେଉଁମାନେ ନିୟମ ଉଲ୍ଲଂଘନ କରିବେ ସେମାନଙ୍କୁ ନୋ ଫ୍ଲାଏ ଲିଷ୍ଟରେ ରଖାଯିବାକୁ ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ, ପୁଣି ଦେଶରେ କଡ଼ ଲେଉଟାଇଲାଣି ମହାମାରୀ କରୋନା । ଗଲା କିଛି ଦିନ ହେଲା ଲଗାତାର ଭାବେ ଦେଶରେ କରୋନା ଗ୍ରାଫ୍ ବଢ଼ିବାରେ ଲାଗିଛି । ଗତ ୬ ତାରିଖରେ ଦେଶରେ ୪ ହଜାର ୫୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ୯ ଜଣଙ୍କ କରୋନାଜନିତ ମୃତ୍ୟୁ ଘଟିଥିଲା । ୨ ହଜାର ୭ଶହ ୭୯ ଜଣ କରୋନାରୁ ସୁସ୍ଥ ହୋଇଥିଲେ । ବର୍ତ୍ତମାନ ସାରା ଦେଶରେ ପାଖାପାଖି ୩୦ ହଜାର ଆକ୍ଟିଭ୍ କେସ୍‌ ରହିଛି । କରୋନାକୁ ମାତ ଦେବାକୁ ଦେଶରେ ଟିକାକରଣ ଜାରି ରହିଛି । ତେବେ ମେ ପ୍ରଥମ ସପ୍ତାହ ପରେ ଦୈନିକ ସଂକ୍ରମଣ ହାର ଖସି ଖସି ଆସୁଥିଲାବେଳେ ଜୁନ୍ ମାସ ଆରମ୍ଭରୁ ପୁଣି ବଢ଼ି ଚାଲିଛି ଗ୍ରାଫ୍ ।