Advertisment

ରାଜ୍ୟରେ ୩୦୦ ଟପିଲା ଦୈନିକ ସଂକ୍ରମଣ ସଂଖ୍ୟା

ରାଜ୍ୟରେ ଚିନ୍ତା ବଢ଼ାଉଛି କରୋନା ସଂକ୍ରମଣ...୨୪ ଘଣ୍ଟାରେ ଆଉ ୩୪୬ ଆକ୍ରାନ୍ତ ଚିହ୍ନଟ...

author-image
Otv Khabar Bureau
ଅଦ୍ୟତନ ହୋଇଛି
undefined

Odisha sees highest single-day spike in Covid19 cases

ରାଜ୍ୟରେ ପୁଣି ବଢୁଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ୩ ଶହ ଟପିଛି । ୨୪ ଘଣ୍ଟାରେ ଆଉ ୩୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୋକାଲ କେସ୍ ୧୪୪ ରହିଥିବାବେଳେ କ୍ୱାରେଣ୍ଟିନରୁ ୨୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୦ ହଜାର ୫୩୮କୁ ବୃଦ୍ଧି ପାଇଛି । ଆକ୍ଟିଭ କେସ୍ ୧୩୧୦ ଥିବାବେଳେ ୧୨ ଲକ୍ଷ ୮୦ ହଜାର ୪୯ ଆକ୍ରାନ୍ତ ସୁସ୍ଥ ହେଲେଣି ।

Advertisment

ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୪୯ ଜଣ ଆକ୍ରାନ୍ତ ବାହାରିଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୮୯ ଜଣ କଟକରୁ ୫୧, ବାଲେଶ୍ୱରରୁ ୭, ଭଦ୍ରକରୁ ୪, ଢେଙ୍କାନାଳରୁ ୧, ଗଂଜାମରୁ ୧, ଜଗତସିଂହପୁରରୁ ୭, ଯାଜପୁରରୁ ୪, ଝାରସୁଗୁଡ଼ାରୁ ୨, କଳାହାଣ୍ଡିରୁ ୧, କେନ୍ଦୁଝରରୁ ୧, ଖୋର୍ଦ୍ଧାରୁ ୧୮୯, ମୟୂରଭଂଜରୁ ୨, ନୟାଗଡରୁ ୧, ନୂଆପଡ଼ାରୁ ୭, ପୁରୀରୁ ୪, ରାୟଗଡ଼ାରୁ ୫, ସମ୍ବଲପୁରରୁ ୫, ସୁନ୍ଦରଗଡରୁ ୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୪୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment

ରାଜ୍ୟରେ ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ଏବଂ ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କଟକରେ ସିଏମ୍‌ସି ପକ୍ଷରୁ ଓ ଭୁବନେଶ୍ୱରରେ ବିଏମ୍‌ସି ପକ୍ଷରୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

ଏହାସହ ବାହାରକୁ ଗଲେ ବା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ କରିବା ସହ ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତ୍ୱ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ମଲ୍, ଦୋକାନରେ ସାମାଜିକ ଦୂରତ୍ୱ ନରହିଲେ ମାଲିକ ଦାୟୀ ରହିବେ ବୋଲି ସିଏମ୍‌ସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ବାହାରେ ଛେପ ନପକାଇବା ଓ ନିୟମିତ ହାତ ଧୋଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଅନ୍ୟପକ୍ଷେ, ଦେଶରେ ମଧ୍ୟ ଦିନକୁ ଦିନ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ୧୬,୧୦୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଆକ୍ଟିଭ୍ କେସ୍ ୧,୧୧,୭୧୧ ରହିଥିବାବେଳେ ୪,୨୮,୬୫,୫୧୯ ଆକ୍ରାନ୍ତ ସୁସ୍ଥ ହେଲେଣି ।

Coronavirus COVID-19 COVID Updates In Odisha
Advertisment
Advertisment