Advertisment

ଭୁବନେଶ୍ୱର ପରେ ଏବେ କଟକରେ ମାସ୍କ ବାଧ୍ୟତାମୂଳକ

କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି...

author-image
Otv Khabar Bureau
ଅଦ୍ୟତନ ହୋଇଛି
Covid19: Masks now mandatory for people in Cuttack; CMC issues advisory

Covid19: Masks now mandatory for people in Cuttack; CMC issues advisory

ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ହେଲା । କଟକରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା ସିଏମ୍‌ସି । କୋଭିଡ଼ ସଂକ୍ରମଣ ବଢ଼ିବାରୁ ପ୍ରଶାସନ କଟକଣା କଡ଼ା କରିଛି । କଟକରେ ରହୁଥିବା ଲୋକଙ୍କ ସମେତ କଟକକୁ ଆସୁଥିବା ଲୋକ ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରାଯାଇଛି ।

Advertisment

ସେହିପରି ବାହାରକୁ ଗଲେ ବା ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା ଜରୁରୀ କରାଯାଇଛି । ଏହାସହ ସର୍ବସାଧାରଣ ସ୍ଥାନରେ ୨ ମିଟର ସାମାଜିକ ଦୂରତ୍ୱ ପାଇଁ ବି ନିର୍ଦ୍ଦେଶ ଦିଆଯାଇଛି । ମଲ୍, ଦୋକାନରେ ସାମାଜିକ ଦୂରତ୍ୱ ନରହିଲେ ମାଲିକ ଦାୟୀ ରହିବେ ବୋଲି ସିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି ।

Advertisment

ଅନ୍ୟପକ୍ଷେ, ଗତ ଗୁରୁବାର ଦିନ ବିଏମସି ପକ୍ଷରୁ ଭୁବନେଶ୍ୱରରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଛି । ସର୍ବସାଧାରଣ ସ୍ଥାନରେ ମାସ୍କ ପରିଧାନ ବାଧ୍ୟତାମୂଳକ କରାଯାଇଥିବାବେଳେ ମାସ୍କ ପରିଧାନ ସହ ୨ ମିଟର ସାମାଜିକ ଦୂରତ୍ୱ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ବାହାରେ ଛେପ ପକାଇବା ମନା, ନିୟମିତ ହାତ ଧୋଇବାକୁ ପରାମର୍ଶ ଦିଆଯାଇଥିବା ସହ ସପିଙ୍ଗ ମଲ୍, ଦୋକାନରେ ସାମାଜିକ ଦୂରତ୍ୱ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ରାଜ୍ୟରେ ଦୈନିକ ସଂକ୍ରମଣ ସଂଖ୍ୟା ଆଜି ବି ୨ ଶହ ଉପରେ ରହିଛି । ରାଜ୍ୟରେ ୨୪ ଘଣ୍ଟାରେ ଆଉ ୨୩୧ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୋକାଲ କେସ୍- ୯୬ ରହିଥିବାବେଳେ କ୍ୱାରେଣ୍ଟିନରୁ ୧୩୫ ଆକ୍ରାନ୍ତ ଥିବା ସୂଚନା ମିଳିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯, କଟକରୁ ୩୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେପଟେ ରଥଯାତ୍ରାରେ ଜନ ସମାଗମକୁ ଯୋଗୁଁ ସଂକ୍ରମଣ ବଢିଛି କି ନାହିଁ ୧୦ରୁ ୧୫ରୁ ଦିନ ମଧ୍ୟରେ ଜଣାପଡିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।   

COVID-19 CMC
Advertisment
Advertisment