Advertisment

୨ ଦିଗକୁ ଗୁରୁତ୍ୱ ଦେଲେ ଆଉ ମାଡ଼ିବନି ଓମିକ୍ରନ୍ !

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ୍ ଆକ୍ରାନ୍ତ କେବଳ ଭାତ ହାଣ୍ଡିରୁ ଗୋଟିଏ ଲେଖାଏଁ ଏବେ କେବଳ ଏତିକି ଚିହ୍ନଟ ହୋଇଛନ୍ତି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ବଢ଼ିଯିବ।

author-image
Chandan Shishu
ଅଦ୍ୟତନ ହୋଇଛି
omicron Variant

omicron Variant

ଭୁବନେଶ୍ୱର: ଓଡ଼ିଶାରେ ପଶିଲା ଓମିକ୍ରନ୍। ରାଜ୍ୟରୁ ଚିହ୍ନଟ ହେଲେ ୨ ଓମିକ୍ରନ୍ ଆକ୍ରାନ୍ତ। ଜଣେ ଆକ୍ରାନ୍ତ ନାଇଜେରିଆ ଫେରନ୍ତା, ଅନ୍ୟ ଜଣେ କତାର୍ ଫେରନ୍ତା। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟର ଉଭୟ ଓମିକ୍ରନ୍ ଆକ୍ରାନ୍ତ ସୁସ୍ଥ ଅଛନ୍ତି। ଜଣେ ଲକ୍ଷଣବିହୀନ ହୋଇଥିବା ବେଳେ ଅନ୍ୟ ଜଣଙ୍କଠାରେ ସ୍ୱଳ୍ପ ଲକ୍ଷଣ ଅଛି। ଉଭୟ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କ ଆରଟିପିସିଆର ଟେଷ୍ଟ କରାଯାଇଛି ଓ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି। ତେଣୁ ଓମିକ୍ରନ୍‌କୁ ନେଇ ଆତଙ୍କିତ ନହେବାକୁ ସେ ପରାମର୍ଶ ଦେଇଛନ୍ତି। ଟିକା ନେବା ପରେ ବି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

Advertisment

ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ, ନଭେମ୍ବର ୨୧ ପରଠାରୁ ବିଦେଶରୁ ମୋଟ ୮ ହଜାର ୮୦୦ ବ୍ୟକ୍ତି ରାଜ୍ୟକୁ ଆସିଛନ୍ତି। ସେମାନଙ୍କ ଭିତରୁ ପାଖାପାଖି ୧୬୦୦ ଜଣ ଆଟ୍ ରିସ୍କ କଣ୍ଟ୍ରି ଫେରନ୍ତା। ବିଦେଶ ଫେରନ୍ତାଙ୍କ ଭିତରୁ ମୋଟ ୧୨ ଜଣ RTPCR ପଜିଟିଭ୍ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଜିନମ୍ ସିକ୍ୱେନ୍ସିଂ ହୋଇଥିବା ୪ ଜଣଙ୍କ ରିପୋର୍ଟ ନେଗେଟିଭ ଆସିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଜିନମ୍ ସିକ୍ୱେନ୍ସିଂ ବେଳେ ୨ ଜଣ ଓମିକ୍ରନ୍ ପଜିଟିଭ ହୋଇଥିବା ଜଣାପଡ଼ିଛି।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ, ରାଜ୍ୟରେ ଚିହ୍ନଟ ହୋଇଥିବା ଦୁଇ ଓମିକ୍ରନ୍ ଆକ୍ରାନ୍ତ କେବଳ ଭାତ ହାଣ୍ଡିରୁ ଗୋଟିଏ ଲେଖାଏଁ ଏବେ କେବଳ ଏତିକି ଚିହ୍ନଟ ହୋଇଛନ୍ତି। ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଢେର୍ ବଢ଼ିଯିବ। ଓମିକ୍ରନ୍ ସଂକ୍ରମଣକୁ ରୋକିବାକୁ ସରକାର ଖାଲି ଆକ୍ରାନ୍ତଙ୍କ ପ୍ରାଥମିକ କଣ୍ଟାକ୍ଟକୁ ଟ୍ରାକ୍ କଲେ ହେବନି ବରଂ ସେକେଣ୍ଡାରୀ କଣ୍ଟାକ୍ଟମାନଙ୍କୁ ମଧ୍ୟ ଟ୍ରାକ୍ କରିବାକୁ ହେବ। ଅଧିକ ନମୁନାର ଜିନମ୍ ସିକ୍ୱେନ୍ସିଂ କରିବାକୁ ହେବ। ଏହାଛଡ଼ା ନୂଆବର୍ଷ ଆସୁଥିବାରୁ ଜନ ସମାବେଶ, ପିକନିକ ଉପରେ କଟକଣା ଲଗାଇବା ଦରକାର ବୋଲି ବିଶେଷଜ୍ଞ ମତ ଦେଇଛନ୍ତି। ଏମିତିକି ପଞ୍ଚାୟତ ନିର୍ବାଚନକୁ ଘୁଞ୍ଚାଇବା ଲାଗି ମଧ୍ୟ ପରାମର୍ଶ ଦେଇଛନ୍ତି।

Advertisment

ଏହାଭିତରେ ଦେଶରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ଡବଲ୍ ସେଞ୍ଚୁରୀ ଛୁଇଁଛି। ମହାରାଷ୍ଟ୍ର ଓ ଦିଲ୍ଲୀରୁ ୫୪ ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି। ତେଲେଙ୍ଗାନାରୁ ୨୦, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮, କେରଳରୁ ୧୫ ଓ ଗୁଜରାଟରୁ ୧୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି। ତେବେ ସେମାନଙ୍କ ମଧ୍ୟରୁ ୭୭ ଜଣ ସୁସ୍ଥ ହୋଇଛନ୍ତି ଅବା ବିଦେଶ ପଳାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସେପଟେ ଆମେରିକାରେ ଚିହ୍ନଟ ହେଉଥିବା କୋଭିଡ୍ ପଜିଟିଭଙ୍କ ମଧ୍ୟରୁ କେବଳ ଓମିକ୍ରନ ଭାରିଆଣ୍ଟ ୭୩ ପ୍ରତିଶତ ବୋଲି ଜଣାପଡ଼ିଛି। ମାତ୍ର ୨୧ ଦିନରେ ୩ ପ୍ରତିଶତରୁ ୭୩ ପ୍ରତିଶତକୁ ବୃଦ୍ଧି ପାଇବା ଚିନ୍ତାର କାରଣ ସାଜିଛି। ତେବେ ଏହା ଡେଲଟା ଭାରିଆଣ୍ଟ ଭଳି ଏହା ଘାତକ ହେଉନଥିବା କୁହାଯାଇଛି।

ରିପୋର୍ଟ: କପିଳେନ୍ଦ୍ର ପ୍ରଧାନ

Omicron Cases In Odisha COVID19 Omicron Variant
Advertisment
Advertisment