Advertisment

'ସପିଂ ମଲ୍‌ରେ ଭିଡ଼ ଏଡ଼ାଇବା ପାଇଁ ରହିବେ ସ୍ୱତନ୍ତ୍ର ସ୍କ୍ୱାଡ୍'

ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ା ଯାଇଛି। ଏହି ଦୁଇ ସହରରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ ବୋଲି ସୂଚନା ମିଳିଛି ।

author-image
Chandan Shishu
Mall in Twin City

Mall in Twin City

ଭୁବନେଶ୍ୱର: କୋଭିଡ୍‌ ସଂକ୍ରମଣକୁ ନେଇ ପୁଣି ଚେତାବନୀ ଦେଲେ ସ୍ୱାସ୍ଥ୍ୟ ବିଶେଷଜ୍ଞ। କେବଳ ସେତିକି ନୁହେଁ, ସଂକ୍ରମଣ ବଢିଲେ କଣ୍ଟେନମେଣ୍ଟ କରାଯିବ। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ପାର୍ବଣ ଭିଡ଼ ଉପରେ ସ୍ୱତନ୍ତ୍ର ନଜର ରଖିବ ସ୍ୱାସ୍ଥ୍ୟ ବିଭାଗ। ଭିଡ଼ ବଢିଲେ ସଂକ୍ରମଣ ବଢି ପାରେ। ତେଣୁ ପୂର୍ବ ଗାଇଡ଼ ଲାଇନକୁ କଡାକଡି ପାଳନ କରିବା ପାଇଁ ଗୃହ ବିଭାଗ ଗୁରୁତ୍ୱ ଦେଇଛି। ବିଶେଷ କରି ମାର୍କେଟରେ କିଣାକିଣି ବେଳେ ଭିଡ଼କୁ ଏଡ଼ାଇବା ପାଇଁ ସ୍ବତନ୍ତ୍ର ସ୍କ୍ୱାଡ୍ ନଜର ରଖିବ ବୋଲି ଆଜି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Advertisment

ଯେଉଁ ଅଞ୍ଚଳରେ ସଂକ୍ରମଣ ବଢ଼ିବ, ସେଠାରେ ପୁଣି କଣ୍ଟେନମେଣ୍ଟ ଓ ମାଇକ୍ରୋ କଣ୍ଟେନମେଣ୍ଟ କରାଯିବ। କଟକ ଓ ଭୁବନେଶ୍ୱରରେ ସଂକ୍ରମଣ କମିଥିଲେ ମଧ୍ୟ ଭୟ ରହୁଛି। ତେଣୁ ଟ୍ୱିନ୍ ସିଟିର ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। 

ଗତକାଲି ବିଜୟ ମହାପାତ୍ର କହିଥିଲେ ଯେ ପାର୍ବଣବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି। ଖୋର୍ଦ୍ଧା ଜିଲାରେ ସଂକ୍ରମଣ କମୁଥିଲେ ମଧ୍ୟ ଅଧିକ ଭୟ ରହୁଛି। ତେଣୁ ଆମେ ଅଧିକା ଭିଡ଼ କରିବା ନାହିଁ, ଅଧିକ ସମୟ ବାହାରେ ଏକାଠି ରହିଲେ ସଂକ୍ରମଣ ବଢିପାରେ। ଏହାକୁ ଦୃଷ୍ଟିରେ ରଖି ପାର୍ବଣରେ ଘରୁ ବାହାରିବା ଅନୁଚିତ। 

Advertisment

ପାର୍ବଣକୁ ଦୃଷ୍ଟିରେ ରଖି କଟକ ଓ ଭୁବନେଶ୍ୱରରେ ନାଇଟ୍ କର୍ଫ୍ୟୁ ଅବଧି ବଢ଼ା ଯାଇଛି। ଏହି ଦୁଇ ସହରରେ ଅକ୍ଟୋବର ୧୧ରୁ ୨୦ ତାରିଖ ଯାଏଁ ରାତି ୮ଟାରୁ ସକାଳ ୫ ଯାଏଁ ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ। ରାଜ୍ୟର ଅନ୍ୟ ସମସ୍ତ ପୌରାଞ୍ଚଳରେ ନାଇଟ୍ କର୍ଫ୍ୟୁ ପୂର୍ବଭଳି ରାତି ୧୦ଟାରୁ ସକାଳ ୫ଟା ଯାଏ ଜାରି ରହିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ କମୁଛି। ୨୪ ଘଣ୍ଟାରେ ରାଜ୍ୟରେ ୪୭୮ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୧୮ ବର୍ଷରୁ କମ୍‌ବର୍ଗର ୫୭ ଜଣ ଆକ୍ରାନ୍ତ ଅଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୮୧ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୯୭ ରହିଛି। 

Odisha COVID19 Shoping Mall
Advertisment
Advertisment