/odishatv-khabar/media/post_attachments/uploadimage/library/16_9/16_9_0/IMAGE_1638369851.jpg)
new Covid Variant
ଭୁବନେଶ୍ୱର: କରୋନାର ନୂଆ ଭ୍ୟାରିଆଣ୍ଟ ପରେ ରାଜ୍ୟରେ କୋଭିଡ୍ ସ୍ଥିତି ନେଇ ସମୀକ୍ଷା କରିବା ସହ କୋଭିଡ଼ ନିୟମ କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା ବେଳେ ପୋଲିସକୁ ମଧ୍ୟ ସଜାଗ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଓମିକ୍ରନ ଭାରିଆଣ୍ଟ୍ ସମ୍ପର୍କରେ ସ୍ୱତନ୍ତ୍ର କ୍ୟାମ୍ପେନ କରି ସଚେତନତା ସୃଷ୍ଟି କରିବା ସହ ଲୋକଙ୍କୁ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ବଜାୟ ରଖିବା, ହାତ ଧୋଇବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
୧ମ, ୨ୟ ଲହରରେ ଯେଭଳି କାମ କରିଥିଲେ, ସେଭଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଲୋକଙ୍କୁ ସଚେତନ କରିବାକୁ I&PR ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ସ୍ୱତନ୍ତ୍ର କ୍ୟାମ୍ପେନ କରି ସଚେତନତା ସୃଷ୍ଟି ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସଚେତନତା ପାଇଁ ମିଶନ ଶକ୍ତି, ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ସାମିଲ ପାଇଁ କହିଛନ୍ତି। ଏନେଇ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବା ସହ କୋଭିଡ ସୁରକ୍ଷା ନିୟମ ମାନିବାକୁ ଲୋକଙ୍କୁ ଅପିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେପଟେ ଘାତକ ଓମିକ୍ରନ ସଂକ୍ରମଣ ରୋକିବାକୁ ସଜାଗ ହୋଇଛି ଭାରତ। ବିଦେଶରୁ ଭାରତକୁ ଆସୁଥିବା ଯାତ୍ରୀଙ୍କ ଲାଗୁ ହେଲା ନୂଆ ଗାଇଡଲାଇନ୍। ଓମିିକ୍ରନ ଚିହ୍ନଟ ହୋଇଥିବା ଦେଶରୁ ଆସୁୁଥିବା ବିମାନ ଯାତ୍ରୀ ବିମାନବନ୍ଦରରେ ପହଞ୍ଚିବା କ୍ଷଣି ସେମାନଙ୍କର କୋଭିଡ୍ ଟେଷ୍ଟ କରାଯିବ। ରିପୋର୍ଟ ନେଗେଟିଭ୍ ଆସିଲେ ବିମାନବନ୍ଦରରୁ ବାହାରକୁ ଯିବାକୁ ଅନୁମତି ମିଳିିବ। ଏପଟେ ମହାରାଷ୍ଟ୍ରରେ ସମସ୍ତ ବିଦେଶାଗତଙ୍କ ପାଇଁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍ ବ୍ୟବସ୍ଥା କରାଯାଇଛି। ସଂକ୍ରମିତ ଦେଶରୁ ଆସୁଥିବା ଲୋକଙ୍କ ପାଇଁ ତିନିଟି ଆରଟିପିସିଆର୍ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସିବାର ଦ୍ୱିତୀୟ, ଚତୁର୍ଥ ଓ ସପ୍ତମ ଦିନରେ ପରୀକ୍ଷା ପାଇଁ କୁହାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)