/odishatv-khabar/media/post_attachments/uploadimage/library/16_9/16_9_0/IMAGE_1637381584.jpg)
Jatra Pendal
ଭୁବନେଶ୍ୱର: ଯାତ୍ରା କଳାକାରଙ୍କ ପାଇଁ ବଡ଼ ଖୁସି ଖବର । ଦୀର୍ଘ ଦିନ ପରେ ପୁଣି ମିଳିଲା ସୁଯୋଗ । ଏଣିକି ମଞ୍ଚ ଉପରେ କଳାକାର ଦେଖାଇବେ ଅଭିନୟର ଯାଦୁ । ଏଣିକି ଦୁଲୁକିବ ଅପେରା ମଞ୍ଚ ।
ଯାତ୍ରା, ଅପେରା, ଡ୍ରାମା ଆଦି ପାଇଁ SRCଙ୍କ ନୂଆ ଗାଇଡଲାଇନ । ଏଣିକି ଆୟୋଜନ ହୋଇପାରିବ ଯାତ୍ରା କିମ୍ବା ଅପେରା । ହେଲେ ଏଥିପାଇଁ ରହିଛି କଟକଣା । କୋଭିଡ୍ କଟକଣା ଭିତରେ ଉତ୍ସବ ପାଳନ ନେଇ ମିଳିଲା ଅନୁମତି ଦେଇଛନ୍ତି ଏସ୍ଆର୍ସି । ଆଜିଠାରୁ ନୂଆ ଗାଇଡ୍ଲାଇନ୍ ଲାଗୁ ନେଇ SRCଙ୍କ ସୂଚନା ।
ସବୁ ଜିଲ୍ଲାପାଳ, ଏସ୍ପି ଓ ମ୍ୟୁନିସିପାଲ କମିଶନରଙ୍କଠାରୁ ଯାତ୍ର, ଅପେରା କିମ୍ବା ଡ୍ରାମା ପାଇଁ ଅନୁମତ ନେବା ଜରୁରୀ ବୋଲି କହିଛନ୍ତି ଏସ୍ଆର୍ସି । ତେବେ ଖୋଲା ଆକାଶ ତଳେ ପଡ଼ିଆରେ ଅତିବେଶିରେ ୨ ହଜାର ଲୋକ ସାମାଜିକ ଦୂରତ୍ୱ ରଖି ବସିପାରିବାର ଅପୁମତି ରହିଛି ।
ଅନ୍ୟପଟେ ଯାତ୍ରା କିମ୍ବା ଅପେରା ପାଇଁ ଅନଲାଇନ୍ରେ ଟିକେଟ୍ ବିକ୍ରି କରିବାକୁ ପରାମର୍ଶ ଦିଆଯାଇଛି । ନଚେତ୍ ଟିକେଟ୍ ବିକ୍ରି ପାଇଁ ଅଧିକରୁ ଅଧିକ ଟିକେଟ୍ କାଉଣ୍ଟର ବ୍ୟବସ୍ଥା କରିବାକୁ ଏସ୍ଆର୍ସି ପରାମର୍ଶ ଦେଇଛନ୍ତି ।
ଖାଲି ସେତିକି ନୁହେଁ ଇଣ୍ଡୋର ହଲ୍ରେ ବସିବା କ୍ଷମତାର ୫୦%ରୁ ଅଧିକ ଦର୍ଶକ ବସିପାରିବେ ନାହିଁ ବୋଲି କୁହାଯାଇଛି । ସେହିଭଳି ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଖୋଲିବା ପାଇଁ ଅନୁମତି ରହିଛି । ସ୍ଥାନୀୟ ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷଙ୍କୁ ମଧ୍ୟ ସଂଖ୍ୟା ନିର୍ଦ୍ଧାରଣ କ୍ଷମତା ଦିଆଯାଇଥିବା ଏସ୍ଆର୍ସି ସ୍ପଷ୍ଟ କରିଛନ୍ତି । ଅର୍ଥାତ୍ ଜିଲ୍ଲାପାଳ କିମ୍ବା ସ୍ଥାନୀୟ ପ୍ରଶାସନ ଚାହିଁଲେ ପରିସ୍ଥିତିକୁ ଦେଖି କଟକଣା କୋହଳ କିମ୍ବା କଡ଼ାକଡ଼ି କରିପାରିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)