Advertisment

'ଜରୁରୀ ନଥିଲେ ହସ୍ପିଟାଲ ଆସନି'

ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ଗତକାଲି ନୂଆ ଗାଇଡଲାଇନ୍ ଜାରି କରାଯାଇଥିଲା।

author-image
Chandan Shishu
Hospital

Hospital

ବଢ଼ି ଚାଲିଥିବା ସଂକ୍ରମଣ ନେଇ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି SCB ମେଡିକାଲ କଲେଜ ଅଧ୍ୟକ୍ଷ ପ୍ରଫେସର ଦତ୍ତେଶ୍ୱର ହୋତା। କୋଭିଡ଼ ପାଇଁ ଆତଙ୍କିତ ହୁଅନ୍ତୁନି, ସତର୍କ ରହନ୍ତୁ, ନିୟମ ମାନନ୍ତୁ। କରୋନା ଚିକିତ୍ସା ପାଇଁ SCBରେ ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। କିଛି ଅସୁବିଧା ହେଲେ ଆମ ପାଖକୁ ଆସନ୍ତୁ, ସୁବିଧାର ଉପଯୋଗ କରନ୍ତୁ ବୋଲି ସେ କହିଛନ୍ତି।

Advertisment

ସେପଟେ ହସ୍ପିଟାଲରେ ପର୍ଯ୍ୟାପ୍ତ ବେଡ୍, ଆଇସିୟୁ, ମେଡିସିନ୍ ମହଜୁଦ ରହିଛି। ନିହାତି ଜରୁରୀ ନଥିଲେ ଅନ୍ୟରୋଗୀ ହସ୍ପିଟାଲ ନଆସିବାକୁ ପରାମର୍ଶ ଦେଇଛନ୍ତି। ମେଡିକାଲ ଛାତ୍ରମାନେ ସୁରକ୍ଷିତ ଅଛନ୍ତି। କିଛି ଡାକ୍ତର ସଂକ୍ରମିତ ହୋଇଥିଲେ, ଏବେ ସେମାନେ ସୁସ୍ଥ ଥିବା ସେ କହିଛନ୍ତି। 

ପ୍ରକାଶଥାଉକି, ଗତକାଲି ରାଜ୍ୟର ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ପାଇଁ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ  ନୂଆ ଗାଇଡଲାଇନ୍ ଜାରି କରାଯାଇଥିଲା। ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକ ଅତି ଜରୁରୀ ନଥିଲେ ଆଡମିସନକୁ ଅଗ୍ରାହ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରେ କରାଯାଇପାରୁଥିବା ଅସ୍ତ୍ରୋପଚାରକୁ ବନ୍ଦ କରାଯିବ। OPD ଓ IPD ମଧ୍ୟକୁ ଗଣମାଧ୍ୟମର ପ୍ରବେଶକୁ ବାରଣ କରାଯାଇଛି।

Advertisment

ସେହିପରି ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ। ଅନ୍ୟମାନଙ୍କୁ ପ୍ରବେଶ ଉପରେ କଟକଣା ଲାଗିବ। OPD ପେସେଣ୍ଟ ଲୋଡ୍ କମ୍ ପାଇଁ ଟେଲିମେଡିସିନ୍ ବ୍ୟବସ୍ଥା ପରାମର୍ଶ ସହ ଟେଲିମେଡିସିନ୍ ସେବା ପାଇଁ 24X7 କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। 

Omicron Cases In Odisha COVID19 Omicron Variant
Advertisment
Advertisment