Advertisment

ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ

ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର।

author-image
Chandan Shishu
ପର୍ଯ୍ୟଟକଙ୍କ ପାଇଁ ଖୋଲିବ ନନ୍ଦନକାନନ

Nandankanan Zoological Park

ଭୁବନେଶ୍ୱର: ଅଗଷ୍ଟ ମାସର ଗାଇଡ୍‌ଲାଇନ୍‌ରେ ପର୍ଯ୍ୟଟନ ସ୍ଥଳ ଓ ପ୍ରାଣୀ ଉଦ୍ୟାନ ଖୋଲିବା ନେଇ ଅନୁମତି ମିଳିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତି। ମଙ୍ଗଳବାର ଖୋଲିପାରେ ନନ୍ଦନକାନନ। ସ୍ଥିତି ଅନୁଧ୍ୟାନ ପରେ ଏହି ସୂଚନା ଦେଇଛନ୍ତି ନନ୍ଦନକାନନ ନିର୍ଦ୍ଦେଶକ ମନୋଜ ମହାପାତ୍ର। ଚିଡ଼ିଆଖାନା ଖୋଲିଲେ ବି ଭିତରେ ବ୍ୟାଟେରି ଚାଳିତ ଗାଡ଼ିକୁ ଅନୁମତି ମିଳିବ ନାହିଁ। ଏମିତିକି ବୋଟିଂ ପାଇଁ ମଧ୍ୟ ଅନୁମତି ଦିଆଯିବ ନାହିଁ। ଅଳ୍ପ ସଂଖ୍ୟକ ଦର୍ଶକଙ୍କୁ ନନ୍ଦନକାନନ ଭିତରକୁ ଛଡ଼ାଯିବ। 

Advertisment

ନନ୍ଦନକାନନ ଖୋଲିବା ନେଇ ରାଜ୍ୟ ସରକାର ଅଗଷ୍ଟ ଗାଇଡଲାଇନ୍‌ ଅନୁମତି ଦେଇଛନ୍ତି। ଦୀର୍ଘ ଦିନ ପରେ ପ୍ରାଣୀ ଉଦ୍ୟାନ ଖୋଲିବାକୁ ଅନୁମତି ମିଳିଥିବାରୁ କେଉଁ ଆଧାରରେ ନନ୍ଦନକାନନ ଖୋଲାଯିବ ତାହାର ତର୍ଜମା କରିଥିଲେ ନିର୍ଦ୍ଦେଶକ ମନୋଜ ମହାପାତ୍ର। 

ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଏ ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ। ତେବେ ପର୍ଯ୍ୟଟକଙ୍କୁ ରାତ୍ରୀଯାପନ ପାଇଁ ଅନୁମତି ନାହିଁ। କେବଳ ଦିନରେ ଭିତରକନିକା ବୁଲିପାରିବେ ପର୍ଯ୍ୟଟକ କୁମ୍ଭୀର ପ୍ରଜନନ ପାଇଁ ୩ ମାସରୁ ଅଧିକ ସମୟ ହେବ ବନ୍ଦ ଥିଲା। ଭିତରକନିକା ଅଗଷ୍ଟ ମାସର ଗାଇଡଲାଇନ୍ ଆସିବା ପରେ ଜାତୀୟ ଉଦ୍ୟାନ ଖୋଲିବା ପାଇଁ ବନ ବିଭାଗ ନିଷ୍ପତ୍ତି ନେଇଛି।

Advertisment

ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି ପ୍ରବେଶ ପଥ ଦେଇ ପର୍ଯ୍ୟଟକମାନେ ଭିତରକନିକା ମଧ୍ୟକୁ ପ୍ରବେଶ କରିପାରିବେ। ପର୍ଯ୍ୟଟକଙ୍କ ଭ୍ରମଣ ପାଇଁ ବନବିଭାଗ ପକ୍ଷରୁ ସରକାରୀ ଓ ଘରୋଇ ବୋଟ୍ ପ୍ରସ୍ତୁତ କରାଯାଉଛି। ବର୍ତ୍ତମାନ ପର୍ଯ୍ୟଟକମାନେ ରାତ୍ରି ଯାପନ କରିପାରିବେ ନାହିଁ। ଖୁବଶୀଘ୍ର ଏନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି।

Odisha News Nandankanan Covid Appropriate Behaviour Odisha Tourism
Advertisment
Advertisment