Advertisment

ଘରେ ରହି କରୋନା ଟିକା ନେବେ ଶାରିରୀକ ଅକ୍ଷମ ବ୍ୟକ୍ତି

ମୋବାଇଲ ଟିମ୍ ଘରକୁ ଯାଇ ଟିକା ଦେବେ। କେନ୍ଦ୍ରକୁ ଯାଇ ଟିକାନେବାକୁ ଅକ୍ଷମ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଦିଆଯାଇଛି। ଭିନ୍ନକ୍ଷମ ଓ ଚଲାବୁଲା କରିପାରୁନଥିବା ଲୋକଙ୍କୁ ଘରେ କୋଭିଡ ଟିକା ଦିଆଯିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଥିଲା।

author-image
Chandan Shishu
Door step Vaccination

Door step Vaccination

ଭୁବନେଶ୍ୱର: ଘରେ ରହି ଟିକା ନେବେ ଶାରିରୀକ ଅକ୍ଷମ ବ୍ୟକ୍ତି। ଟିକାଦାନ କେନ୍ଦ୍ର ଯାଇ ଟିକା ନେବାକୁ ଅକ୍ଷମ ବ୍ୟକ୍ତିଙ୍କ ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶଯ୍ୟାଶାୟୀ, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ଲାଗି ସରକାରଙ୍କ ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ଏ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଶଯ୍ୟାଶାୟୀ, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ଘରକୁ ଯାଇ ଟିକା ଦିଆଯିବ। ଏଥିଲାଗି ଗୋଟିଏ ଗୋଟିଏ ମୋବାଇଲ ଟିମ୍ ଗଠନ ହୋଇଛି।

Advertisment

ସୂଚନା ପାଇବା ପରେ ମୋବାଇଲ ଟିମ୍ ଘରକୁ ଯାଇ ଟିକା ଦେବେ। କେନ୍ଦ୍ରକୁ ଯାଇ ଟିକାନେବାକୁ ଅକ୍ଷମ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ତାଲିକା ଦେବାକୁ ଜିଲ୍ଲାପାଳମାନଙ୍କୁ ଚିଠି ଦିଆଯାଇଛି।

ଗତ ସେପ୍ଟେମ୍ବର ୨୩ରେ ଭିନ୍ନକ୍ଷମ ଓ ଚଲାବୁଲା କରିପାରୁନଥିବା ଲୋକଙ୍କୁ ଘରେ କୋଭିଡ ଟିକା ଦିଆଯିବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁମତି ଦେଇଥିଲା। ଦେଶର କୋଭିଡ ସ୍ଥିତି ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଥିଲେ ଯେ, ଯଦିଓ ସଂକ୍ରମଣ କମିଛି କିନ୍ତୁ ଏଯାଏ ପୁରାପୁରି ସରି ନାହିଁ । କରୋନାର ଦ୍ୱିତୀୟ ଲହର ଲଗାତର ୧୨ ସପ୍ତାହ ହେଲା ସାପ୍ତାହିକ ପଜିଟିଭିଟି ରେଟ୍ ୩ ପ୍ରତିଶତ ତଳେ ରହୁଛି ଏବଂ ଆରୋଗ୍ୟ ହାର ୯୭ ପ୍ରତିଶତରୁ ଅଧିକ ରହୁଛି ।

Advertisment

ରାଜ୍ୟରେ ୨୪ ଘଣ୍ଟାରେ ୪୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୩ ଆକ୍ରାନ୍ତ ହୋଇଛନ୍ତି। କ୍ୱାରେଣ୍ଟିନରୁ ୨୬୫, ଲୋକାଲ କେସ୍ ୧୮୮ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୨୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି।  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୮ ହଜାର ୮୧୯କୁ ବୃଦ୍ଧି ହୋଇଛି। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛି ସୂଚନା ଓ ଲୋକସମ୍ପର୍କ ବିଭାଗ।

COVID Vaccination Disable Person
Advertisment
Advertisment