Advertisment

ଦରକାର ହେଲେ ଆସିବ ନୂଆ ଗାଇଡଲାଇନ୍‌: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଦିନକରେ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୯୭, ଲୋକାଲ୍ କେସ୍ ୨୮୩ ଚିହ୍ନଟ ହୋଇଛନ୍ତି।

author-image
Chandan Shishu
Odisha health services director

Odisha health services director

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ ବଢୁଛି ସଂକ୍ରମଣ, ଆଗକୁ ବି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢିବ। ଯେହେତୁ ଅନ୍ୟରାଜ୍ୟ ବା ସହରରେ ସଂକ୍ରମଣ ବଢୁଛି ସେହି ତୁଳନାରେ ଆମର ଏଠାରେ ସଂକ୍ରମଣ ଡେରିରେ ହେଲେ ମଧ୍ୟ ବଢିବ। ଏଥିଲାଗି ରାଜ୍ୟ ସରକାର ପ୍ରସ୍ତୁତ ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Advertisment

ସଂକ୍ରମଣ କମାଇବାକୁ ହେଲେ ଆମକୁ ସଜାଗ ହେବାକୁ ପଡିବ। ଏହା ସହ ଆମର ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ପଡିବ। ଯେତେବେଳେ ଆବଶ୍ୟକ ହେବ, ସରକାର ଇନପୁଟ ନେଇ ନୂଆ ମାର୍ଗଦର୍ଶିକା ଜାରି କରିବେ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି। ଆଜି ଅପରାହ୍ନ ୫ଟାରେ କୋଭିଡ୍ ସ୍ଥିତି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଏଥିରେ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ।  ଗତ କିଛି ଦିନ ଧରି ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢିବାରେ ଲାଗିଛି। 

ରାଜ୍ୟରେ ଦିନକରେ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୯୭, ଲୋକାଲ୍ କେସ୍ ୨୮୩ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୯ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୩ ଜଣ ସଂକ୍ରମିତ ଚିହ୍ନଟ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି ହୋଇଛି। 

Advertisment

ରାଜ୍ୟରେ ଆରମ୍ଭ ହୋଇଛି ୧୫ରୁ ୧୮ ବର୍ଷ ମଧ୍ୟରେ ଥିବା ଯୁବକ ଯୁବତୀଙ୍କ ଟିକାକରଣ। ସମୁଦାୟ ୯୩୯ କେନ୍ଦ୍ରରେ ଟିକାକରଣ ହେଉଛି। ପ୍ରଥମ ଦିନରେ ରାଜ୍ୟରେ ୮୦ ହଜାର ୧୨୯ ଜଣ ପ୍ରଥମ ଡୋଜ ଟିକା ନେଇଛନ୍ତି। ଆଉ ୩୧ ଲକ୍ଷ କିଶୋର କିଶୋରି ପ୍ରଥମ ଡୋଜ ନେବେ। ଟିକାକରଣକୁ ନଜର ରଖି ଆଗକୁ ବି ସ୍ୱତନ୍ତ୍ର ଟିକାକରଣ କେନ୍ଦ୍ର ବଢାଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।  

COVID19 Omicron Variant Omicron Cases In Odisha
Advertisment
Advertisment