Advertisment

ଭିଡ ନ କମିଲେ ଆଗୁଆ ଆସିପାରେ ୩ୟ ଲହର

କରୋନା ସଂକ୍ରମଣର ପ୍ରଭାବ ରାଜ୍ୟରେ କମୁଥିଲେ ହେଁ ସନ୍ତୋଷଜନକ ନୁହେଁ। ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟାରେ ଏବେ ବି ଲାଗି ପାରୁନି ରୋକ। ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି।

author-image
Minati Mishra
ଅଦ୍ୟତନ ହୋଇଛି
ଭିଡ ନ କମିଲେ ଆଗୁଆ ଆସିପାରେ ୩ୟ ଲହର

bijaya mohapatra

ଭୁବନେଶ୍ୱର:କରୋନା ସଂକ୍ରମଣର ପ୍ରଭାବ ରାଜ୍ୟରେ କମୁଥିଲେ ହେଁ ସନ୍ତୋଷଜନକ ନୁହେଁ। ଅନ୍ୟପକ୍ଷେ ମୃତ୍ୟୁ ସଂଖ୍ୟାରେ ଏବେ ବି ଲାଗି ପାରୁନି ରୋକ। ଦିନକୁ ଦିନ ବଢୁଛି ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରୁ ସର୍ବାଧିକ ମୃତ୍ୟୁ ସଂଖ୍ୟା ସାମ୍ନାକୁ ଆସିଛି। ଆଜି ୫୯ ଜଣ କରୋନା ରୋଗୀ ଆଖି ବୁଜିଥିବା ଜଣାଯାଇଛି।  ଅନ୍ୟପକ୍ଷେ ଦେଶରେ ଭାକ୍ସିନେଶନ ପକ୍ରିୟା ଚାଲିଥିଲେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା କମୁନି।  ଭ୍ୟାକ୍ସିନ ନେଇଥିବା ବ୍ୟକ୍ତିଙ୍କ ଇନ୍‌ଫେକ୍ସନ ରେଟ୍ ଦଶମିକ ୧୩ ପ୍ରତିଶତ ରହୁଥିବା ଜଣାଯାଇଛି।  ଏନେଇ ମଲ୍ଟିପୁଲ୍ ଷ୍ଟଡି କରାଯାଉଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।  

Advertisment

ଏହାସହ ଗର୍ଭବତୀ ମହିଳାଙ୍କ ଭ୍ୟାକ୍ସିନେସନ୍ ପାଇଁ ନିର୍ଦ୍ଦିଷ୍ଟ ଏସ୍ଓପି ଅଛି।  ଛୁଆ ଉପରେ ଏହାର ପ୍ରଭାବ ପଡ଼ିପାରେ।  ତେଣୁ ଆମେ ଧୀରେ ଧୀରେ ଏସ୍ଓପି ଆଧାରରେ ଯିବୁ ବୋଲି ସେ ସୂଚନା ଦେଇଛନ୍ତି । ତେବେ କରୋନା ଗାଇଡ ଲାଇନ୍ ଲୋକ ମାନୁନଥିବାରୁ ସଂକ୍ରମଣ ବଢିବା ଆଶଙ୍କା ଥିବା ନେଇ ସେ ପୁଣି ସତର୍କ କରାଇଛନ୍ତି । ତୃତୀୟ ଲହରୀ ସେପ୍ଟେମ୍ବର ଆଡ଼କୁ ହବ ବୋଲି ଅନୁମାନ କରାଯାଉଥିଲା। ଯଦି ଏଭଳି ଅବସ୍ଥା ଲାଗି ରହେ ତେବେ ଆଗରୁ ମଧ୍ୟ ତୃତୀୟ ଲହର ଆସିପାରେ ବୋଲି ସେ ଆଶଙ୍କା କରିଛନ୍ତି।

Advertisment

 ସୂଚନାଥାଉ କି,   ଆଜି  ରାଜ୍ୟରେ  ସର୍ବାଧିକ ୫୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାସହ କରୋନାଜନିତ ମୋଟ ମୃତ୍ୟୁ ସଂଖ୍ୟା ୪ ହଜାର ୩୫୮କୁ ବୃଦ୍ଧି ପାଇଛି । ସେହପରି ୨୪ ଘଣ୍ଟାରେ ୨ ହଜାର ୬୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୧୪୯୫ ଥିବାବେଳେ  ଓ  ଲୋକାଲ କେସ୍ ରହିଛି ୧୧୦୭। ଏହାକୁ ମିଶାଇ   ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮କୁ ବୃଦ୍ଧି ପାଇଛି । 

COVID-19 Odisha COVID-19 Update
Advertisment
Advertisment