Advertisment

ରାଜ୍ୟରେ ଦିନକରେ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି ହୋଇଛି।

author-image
Chandan Shishu
ଅଦ୍ୟତନ ହୋଇଛି
Odisha Corona Situation

Odisha Corona Situation

ଭୁବନେଶ୍ୱର: ରାଜ୍ୟରେ ଦିନକରେ ୬୮୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୩୯୭, ଲୋକାଲ୍ କେସ୍ ୨୮୩ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୧୯ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୩ ଜଣ ସଂକ୍ରମିତ ଚିହ୍ନଟ ଅଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୫୬ ହଜାର ୬୬୦କୁ ବୃଦ୍ଧି ହୋଇଛି। 

Advertisment

ଗତକାଲି ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଚିହ୍ନଟଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୪୬, ଲୋକାଲ୍ କେସ୍ ୧୭୮। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।  

Advertisment

ଓମିକ୍ରନ ସଂକ୍ରମଣ ନେଇ ସମୀକ୍ଷା ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ରାଜ୍ୟରେ ଅକ୍ସିଜେନ୍ ଅଭାବ ହେବନି। ଶିଶୁଙ୍କ ପାଇଁ ମୋଟ୍ ୧ ହଜାର ୧୭୯ଟି ବେଡ୍ ପ୍ରସ୍ତୁତ ରଖାଯାଇଛି। ସେହିପରି ୯୩୭ଟି ଜେନେରାଲ୍ ବେଡ୍, ୨୪୨ଟି ICU ଏବଂ ୧୧୦ଟି ଭେଣ୍ଟିଲେଟର ରହିଛି। ଯଦି ଆବଶ୍ୟକ ପଡେ, ତେବେ ବେଡ୍ ସଂଖ୍ୟା ବଢ଼ାଇବାକୁ ପ୍ରଶାସନକୁ କୁହାଯାଇଛି। ଓମିକ୍ରନ୍ ସନ୍ଦିଗ୍ଧଙ୍କ ଜିନମ ସିକ୍ୟୁଏନ୍ସ ଆଉ କେଉଁଠି ହୋଇପାରିବ ସେ ନେଇ ନିର୍ଦ୍ଦେଶ ବି ଦିଆଯାଇଛି। ତାସହ ଟିକାକରଣକୁ ଅଗ୍ରଗତି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

COVID19 Omicron Variant Omicron Cases In Odisha
Advertisment
Advertisment