Advertisment

ଗୁଜୁରାଟରେ କରୋନାର XE ଭ୍ୟାରିଆଣ୍ଟ ଠାବ

ବ୍ୟକ୍ତି ଜଣକ ମାର୍ଚ୍ଚ ୧୩ରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ।

author-image
Chandan Shishu
ଅଦ୍ୟତନ ହୋଇଛି
Covid New Variant

Covid New Variant

ଗୁଜୁରାଟରେ XE ଭ୍ୟାରିଆଣ୍ଟ ଠାବ। ଗୁଜୁରାଟର ଜଣେ ବ୍ୟକ୍ତି କରୋନା ଭାଇରସ୍‌ର ନୂଆ ଭ୍ୟାରିଆଣ୍ଟ ତଥା ଓମିକ୍ରନ୍‌ର ସବ୍ ଭ୍ୟାରିଆଣ୍ଟ XEରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କିଛି ଦିନ ତଳେ ଗୁଜୁରାଟରେ XM ଭ୍ୟାରିଆଣ୍ଟ ମଧ୍ୟ ଚିହ୍ନଟ କରାଯାଇଥିଲା। ତେବେ ୨ ଆକ୍ରାନ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ଅଧିକ ସୂଚନା ଦିଆଯାଇନାହିଁ। 

Advertisment

ଗୁଜୁରାଟରେ ଏକ୍ସଇ ଭାରିଏଣ୍ଟରେ ଆକ୍ରାନ୍ତ ହୋଇଥିବା ବ୍ୟକ୍ତି ଜଣକ ମାର୍ଚ୍ଚ ୧୩ରେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ମାତ୍ର ଗୋଟିଏ ସପ୍ତାହ ଯାଏଁ ତାଙ୍କ ଅବସ୍ଥା ଭଲ ଥିଲା। କିନ୍ତୁ ଯେତେବେଳେ ନମୂନା ଟେଷ୍ଟର ରେଜଲ୍ଟ ଆସିଥିଲା ସେତେବେଳେ ସେ XE ଭାରିଏଣ୍ଟରେ ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତେବେ ଉକ୍ତ ବ୍ୟକ୍ତିଙ୍କ କୌଣସି ଗୁରୁତର ଲକ୍ଷଣ ନାହିଁ। ଏଥିପାଇଁ ଅଯଥା ଭୟଭୀତ ନହେବାକୁ ସରକାର ପରାମର୍ଶ ଦେଇଛନ୍ତି।

ଚଳିତ ସପ୍ତାହରେ XE ଭ୍ୟାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ନେଇ ସୂଚନା ଦିଆଯାଇଥିଲା। ମୁମ୍ବାଇରେ କରୋନା ଭାଇରସ୍‌ର XE ଭ୍ୟାରିଆଣ୍ଟ ଚିହ୍ନଟ ହୋଇଥିବା ନେଇ ପିଆଇବି ମହାରାଷ୍ଟ୍ର ଟ୍ୱିଟ୍‌ କରି ସୂଚନା ଦେଇଥିଲା। କିନ୍ତୁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏହାକୁ ଖଣ୍ଡନ କରିଥିଲା। ବର୍ତ୍ତମାନର ତଥ୍ୟ ଓ ପ୍ରମାଣ ଅନୁସାରେ ଭାରତରେ ନୂଆ ଭ୍ୟାରିଆଣ୍ଟର ଉପସ୍ଥିତି ନଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। 

Advertisment

ସେପଟେ ଦେଶରେ କୋଭିଡ୍ ସଂକ୍ରମଣ କମୁଥିବା ବେଳେ ୫ଟି ରାଜ୍ୟରେ କିନ୍ତୁ ଆଖିଦୃଶିଆ ଭାବେ କମୁନି ସଂକ୍ରମଣ । ଏହି ୫ ରାଜ୍ୟ ହେଲା କେରଳ, ଦିଲ୍ଲୀ, ହରିଆଣା, ମହାରାଷ୍ଟ୍ର ଓ ମିଜୋରାମ୍ । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଏହି ୫ ରାଜ୍ୟର ସ୍ୱାସ୍ଥ୍ୟ ବିଭାଗକୁ ଚିଠି ଲେଖି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।କୋଭିଡ୍ ସଂକ୍ରମଣ ଉପରେ ସତର୍କ ଦୃଷ୍ଟି ରଖିବା ଏବଂ ଦରକାର ପଡିଲେ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଚିଠି ମାଧ୍ୟମରେ ପରାମର୍ଶ ଦେଇଛନ୍ତି ରାଜେଶ ଭୂଷଣ । ଟେଷ୍ଟିଂ, ଟ୍ରାକିଂ, ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ । 

Advertisment
Advertisment