• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • କୋଭିଡ଼ ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇପାରିବ

  • କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା

କୋଭିଡ଼ ପଜିଟିଭ ଥିଲେ ବି ଜରୁରୀ ଅପରେସନ କରାଯାଇପାରିବ । ଏନେଇ ପ୍ରେସମିଟରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲଙ୍କ ସୂଚନା ଦେଇଛନ୍ତି । ଏମ୍ସ ପକ୍ଷରୁ କରାଯାଇଥିବା ରିସର୍ଚ୍ଚ ଅନୁସାରେ ଅପରେସନ ହୋଇପାରିବ ବୋଲି କହିଛନ୍ତି । ଲବ୍ ଅଗ୍ରଓ୍ୱାଲ ପୂର୍ବରୁ ଏନେଇ ବାରଣ ଥିଲା, ନୂଆ ରିସର୍ଚ୍ଚ ଅନୁସାରେ ଅନୁମତି ଦିଆଯାଇଥିବା ସେ କହିଛନ୍ତି।

ସେପଟେ ଦେଶରେ ପୁଣି ବଢ଼ିଲା ଦୈନିକ ସଂକ୍ରମଣ ଦେଶରେ ଦିନକରେ ୧ ଲକ୍ଷ ୭୨ ହଜାର ୪୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଦୈନିକ ପଜିଟିଭିଟି ହାର ୧୦.୯୯ ପ୍ରତିଶତ ହୋଇଛି। ସେପଟେ ଦେଶରେ ଦିନକରେ ୧୦୦୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ଦେଶରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୯୮ ହଜାର ୯୮୩କୁ ବୃଦ୍ଧି ପାଇଛି । ୧୫ ଲକ୍ଷ ୩୩ ହଜାର ୯୨୧ ଜଣ ସଂକ୍ରମିତ ଥିବାବେଳେ ଦେଶରେ ୩ କୋଟି ୯୭ ଲକ୍ଷ ୭୦ ହଜାର ୪୧୪ ସୁସ୍ଥ ହୋଇଛନ୍ତି ।

ସେପଟେ ରାଜ୍ୟରେ ଗୋଟିଏ ଦିନରେ ଆଉ ୩ ହଜାର ୬୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୧୧୫ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୧,୫୧୪ ରହିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୫୧୫ ଜଣ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୫୯ ହଜାର ୪୦୫କୁ ବୃଦ୍ଧି ପାଇଛି ।