/odishatv-khabar/media/post_attachments/uploadimage/library/16_9/16_9_0/COVID_19_1681380654.jpg)
COVID-19
ଦେଶରେ ଦୁଇଗୁଣା ହେଲା କରୋନା ସଂକ୍ରମଣ । କିଛି ଦିନ ହେଲା ସଂକ୍ରମିତଙ୍କ ସଂଖ୍ୟା ୫ ହଜାର ଉପରେ ରହୁଥିବା ବେଳେ, ଆଜି ୧୦ ହଜାର ପାର୍ ହୋଇଛି ସଂକ୍ରମଣ । ୨୪ ଘଣ୍ଟାରେ ଦେଶରେ ୧୦ ହଜାର ୧ଶହ ୫୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିଭଳି ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪୪ ହଜାର ୯୯୮କୁ ବୃଦ୍ଧି ପାଇଛି ।
୧୦,୧୫୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ଏବେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କ ସଂଖ୍ୟା ୪୪,୯୯୮କୁ ବୃଦ୍ଧି ପାଇଛି। ତେବେ ବିଶେଷଜ୍ଞମାନଙ୍କ କହିବା କଥା ଏହା କରୋନାର ଏକ ‘ଫ୍ରେଶ ୱେଭ’ ଭଳି ଲାଗୁ ନାହିଁ। ଏହା ଏକ ‘ଏଣ୍ଡେମିକ ସାଇକେଲ୍’ ଭଳି ଲାଗୁଛି। ଆଉ ୧୦/୧୨ ଦିନ ପର୍ଯ୍ୟନ୍ତ ସଂକ୍ରମଣ ହାର ବଢ଼ିବ। ତା’ପରେ ଏହା ଧୀରେ ଧୀରେ ହ୍ରାସ ପାଇବ। ସଂକ୍ରମଣ ବଢ଼ିବା ସତ୍ତ୍ୱେ ବହୁତ କମ୍ ଲୋକ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି। ଆଶା କରାଯାଉଛି ଆଗାମୀ ଦିନରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିବ।
ଏବେ XBB.1.16 ଯୋଗୁ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। XBB.1.16 ହେଉଛି ଓମିକ୍ରନର ଏକ ସବ୍-ଭେରିଏଣ୍ଟ। ଗତକାଲି ଆସିଥିବା ରିପୋର୍ଟ ଅନୁଯାୟୀ ଗୋଟିଏ ଦିନରେ ୭,୮୩୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ଯାହା ଗତ ୨୨୩ ଦିନରେ ସର୍ବାଧିକ ଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)