• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କାହିଁକି ଅଚାନକ ମାଡ଼ିଚାଲିଛି କରୋନା ? ଏହାପଛରେ କେଉଁ ଭାରିଆଣ୍ଟର ଭୂମିକା? ବିଶେଷଜ୍ଞଙ୍କ ମତରେ ଏବେ କେବଳ ଦେଶରେ ନୁହେଁ, ବିଦେଶରେ ମଧ୍ୟ ଓମିକ୍ରନର ଏକ ନୂଆ ରୂପ XBB 1.16 ର ଦବଦବା ରହିଛି ।...

ଗତ ୨୪ ଘଣ୍ଟାରେ ଦେଶରେ କୋଭିଡ୍ -୧୯ ସଂକ୍ରମଣ ସଂଖ୍ୟା ୩,୬୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୦,୦୦୦ ଉପରେ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁସାରେ, ଦେଶରେ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୬୪୧ କରୋନାଭାଇରସ୍ ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି । ଗତ କିଛି ଦିନ ଧରି ଦୈନିକ ସଂକ୍ରମଣ ପ୍ରାୟ ୩ ହଜାର ପାଖାପାଖି ରହୁଛି। ସେହିପରି ସପ୍ତାହକ ମଧ୍ୟରେ ସଂକ୍ରମଣ ୨ ଗୁଣରୁ ଅଧିକ ବେଗରେ ବ୍ୟାପିଛି।...

ଲଗାତାର ଭାବେ ୩ ହଜାର ପାଖାପାଖି ଦୈନିକ ସଂକ୍ରମଣ ପହଞ୍ଚିଛି। ସପ୍ତାହକ ମଧ୍ୟରେ ୨ ଗୁଣରୁ ଅଧିକ ବେଗରେ ବ୍ୟାପିଛି । ସଂକ୍ରମଣ ୨ଗୁଣ ହେବାକୁ ନେଉଛି ମାତ୍ର ୪ରୁ ୫ ଦିନ ସମୟ । ଏସବୁ ତଥ୍ୟ ଜନସାଧାରଣଙ୍କ ମନରେ ଆଶଙ୍କା ଉପୁଜାଉଛି ଯେ, ପୁଣି ଦେଶରେ ଆସୁନି ତ କରୋନାର ଆଉ ଏକ ଲହର? ଗତ ୨୪ ଘଣ୍ଟା ଭିତରେ ଭାରତରେ ୩ହଜାର ୬୪୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାର୍ଚ୍ଚ ୧୯ରୁ ୨୫ ଭିତରେ ସାରା ଦେଶରେ ୮ହଜାର ୭୮୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ସପ୍ତାହରେ ଅର୍ଥାତ୍  ମାର୍ଚ୍ଚ ୨୬ରୁ ଏପ୍ରିଲ ୧ ମଧ୍ୟରେ ସାମ୍ନାକୁ ଆସିଛନ୍ତି ୧୮ ହଜାର ୪୫୦ ନୂଆ କରୋନା ସଂକ୍ରମିତ ।

ଏହି ହିସାବରେ ଦେଖିଲେ ସଂକ୍ରମଣ ୨.୧ ଗୁଣ ବେଗରେ ବ୍ୟାପିଛି । ଜାନୁଆରୀ ୨୦୨୨ର ତୃତୀୟ ଲହର ପରେ ଏହା ସବୁଠୁ ଅଧିକ ବେଗରେ ସଂକ୍ରମଣ ବୋଲି ଜଣାପଡ଼ିଛି । ଏବେବି ଦେଶରେ ସକ୍ରିୟ ସଂକ୍ରମିତ ସଂଖ୍ୟା ରହିଛି ୨୦ହଜାର ଉପରେ । ଗତ ୨୪ ଘଣ୍ଟା ଭିତରେ କରୋନାରେ ୧୧ ଜଣଙ୍କର ଜୀବନ ଯାଇଛି । ଡେଲି ପଜିଟିଭିଟି ରେଟ୍ ରହିଛି ୬.୧୨ ପ୍ରତିଶତ । ତେବେ ଚିନ୍ତାର ବିଷୟ ହେଉଛି, ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ, ପ୍ରତି ୪ରୁ ୫ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୨ ଗୁଣ ହାରରେ ବଢ଼ିଚାଲିଛି ।...

କରୋନା ସଂକ୍ରମଣର ସବୁଠୁ ସଂଗୀନ ସ୍ଥିତି ରହିଛି କେରଳରେ । ସେଠି ୨ ସପ୍ତାହ ଭିତରେ ପ୍ରାୟ ୩ ଗୁଣ ବଢ଼ିଛି ସଂକ୍ରମଣ । ଗୋଆ, ଦିଲ୍ଲୀ, ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶରେ ବି କରୋନା ଅଚାନକ ମାଡ଼ି ଚାଲିଛି । କର୍ଣ୍ଣାଟକ ଓ ତାମିଲନାଡ଼ୁରେ ଏହା ଧିରେ ଧିରେ ବୃଦ୍ଧି ପାଉଥିବା ବେଳେ ତେଲେଙ୍ଗାନାରେ ହ୍ରାସ ପରିଲକ୍ଷିତ ହୋଇଛି ।...