• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ଭୁବନେଶ୍ୱର: ପିଲାଏ ସୁରକ୍ଷିତ ତ ଦେଶ ସୁରକ୍ଷିତ। ୧୨ରୁ ୧୪ ବର୍ଷ ପିଲାଙ୍କ ପାଇଁ ବି ଆସିଗଲା କୋଭିଡ୍ ସୁରକ୍ଷା କବଚ। ଆସନ୍ତା ୧୬ ତାରିଖରୁ ଆରମ୍ଭ ହେବ ଏହି ବର୍ଗର ପିଲାଙ୍କୁ ଟିକାକରଣ। ଦିଆଯିବ ବାୟୋଲୋଜିକାଲ-ଇର କୋର୍ବେଭାକ୍ସ ଟିକା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ୍ ମାଣ୍ଡଭିୟ ଆଜି ଏ ନେଇ ଟ୍ୱିଟ୍ କରିଛନ୍ତି। ୧୨ରୁ ୧୩ ଓ ୧୩ରୁ ୧୪ ବର୍ଷ ମଧ୍ୟରେ ପହଞ୍ଚିଥିବା ପିଲାଙ୍କୁ ଭ୍ୟାକ୍ସିନ ଦିଆଯିବ, ଯେଉଁମାନେ ୨୦୦୮, ୨୦୦୯ ଓ ୨୦୧୦ ମସିହାରେ ଜନ୍ମ ନେଇଥିବେ। ଏହାପୂର୍ବରୁ ୧୫ରୁ ୧୮ ବର୍ଷର କିଶୋରଙ୍କୁ ଟିକା ଦାନ ଚାଲିଛି।

ଯେହେତୁ ସ୍କୁଲ ଖୋଲିଲାଣି ଓ ପରୀକ୍ଷା ସମୟ ଚାଲିଛି, ତେଣୁ କରୋନା ସଂକ୍ରମଣରୁ କିଶୋରମାନଙ୍କୁ ରକ୍ଷା ପାଇଁ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ବରୂପ ୧୨ରୁ ୧୪ବର୍ଷ ପିଲାଙ୍କୁ ଟିକାକରଣ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଘୋଷଣା ପରେ ଭଭୟ ପିଲା ଓ ଅଭିଭାବକ ଆଶ୍ୱସ୍ତ ହୋଇଥିବାବେଳେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମଧ୍ୟ ସ୍ୱାଗତ କରିଛନ୍ତି। ସେପଟେ ୬୦ ବର୍ଷରୁ ଊର୍ଦ୍ଧ୍ୱ ସମସ୍ତଙ୍କୁ ପ୍ରିକସନ ଡୋଜ୍ ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ଏଥିଲାଗି ଥିବା କୋମଅର୍ବିଡିଟି କ୍ଲଜ୍‌କୁ ହଟାଇ ଦିଆଯାଇଛି।

ଦେଶରେ କୋଭିଡ୍ କୋପ ଦୃତ ଗତିରେ ହ୍ରାସ ପାଉଛି। ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇ ୩ ହଜାର ତଳେ ରହିଥିବାବେଳେ ଟେଷ୍ଟ ପଜିଟିଭିଟ୍ ରେଟ୍ ମଧ୍ୟ ୦.୪୭ ପ୍ରତିଶତକୁ କମିଛି। ହେଲେ ଚୀନ୍ ସହ ଜର୍ମାନୀ ଓ ବ୍ରିଟେନ୍ରେ ପୁଣି ଟେନସନ ବଢ଼ାଇଲାଣି। ସଂକ୍ରମଣ ଚୀନ୍‌ରେ କ୍ଷୀପ୍ର ସଂକ୍ରମଣ କରୁଥିବା ଷ୍ଟେଲଥ୍ ଓମିକ୍ରନ୍ ଭୂତାଣୁ ମାଡ଼ି ମାଡ଼ି ଚାଲିଛି। ଗତ ୨୪ ଘଣ୍ଟାରେ ମଧ୍ୟରେ ୧୩୩୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମହାମାରୀ ଆରମ୍ଭରୁ ଚୀନ୍ରେ ଏଭଳି କ୍ଷୀପ୍ର ସଂକ୍ରମଣ ଦେଖିବାକୁ ମିଳିନଥିଲା।

ପ୍ରାୟ ୯୦ ଲକ୍ଷ ଲୋକ ବସବାସ କରୁଥିବା ଚାନଚୁଙ୍ଗ ସହର ସମେତ ଆଉ କିଛି ବଡ଼ ସହରରେ ବି ଲକଡାଉନ୍ ଜାରି ରହିଛି। ସେଠି ପରିବାରର ମାତ୍ର ଜଣେ ସଦସ୍ୟଙ୍କୁ ପ୍ରତି ଦୁଇ ଦିନରେ ଥରେ ବାହାରକୁ ବାହାରିବାକୁ ଅନୁମତି ମିଳିଛି। ବ୍ରିଟେନ୍‌ରେ ବି ପୁଣି ବେକାବୁ ହେବାରେ ଲାଗିଛି କରୋନା। ଗତ ୨୪ ଘଣ୍ଟାରେ ସେଠାରେ ୭୨ ହଜାର ୮ଶହରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗତ ୭ଦିନ ଧରି ଦୈନିକ ସଂକ୍ରମଣ ସଂଖ୍ୟା ହାର ୮୦ ହଜାର ଉପରେ ରହିଛି।

ସେମିତି ଜର୍ମାନୀରେ ବି କରୋନା ପୁଣି ମହାସଂକ୍ରମଣ ରୂପ ନେଇଛି, ସେଠାରେ ଗତ ୨୪ ଘଣ୍ଟାରେ ୭୨ ହଜାରରୁ ଅଧିକ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବାବେଳେ ଗତ ସପ୍ତାହକର ତଥ୍ୟ ଭିତରେ ଦିନେ ଦିନେ ଦେଢ଼ ଲକ୍ଷ ଉପରକୁ ବି ସଂକ୍ରମଣ ଗ୍ରାଫ୍ ଚଢ଼ି ସାରିଲାଣି। ଏଭଳି ସ୍ଥିତିରେ ବାହାର ଦେଶରୁ ଆତଯାତ ଲାଗି ରହିଲେ ଭାରତକୁ ବି ଖୁବଶୀଘ୍ର ଚତୁର୍ଥ ଲହର ଛୁଇଁଯିବା ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।

ରିପୋର୍ଟ: ପବନ ତିଓ୍ୱାରୀ, କପିଳେନ୍ଦ୍ର ପ୍ରଧାନ