Advertisment

ଏନସିଡିସି ନିର୍ଦ୍ଦେଶକଙ୍କ ସୂଚନା- ଦେଶରେ ୬ ମାସ ଭିତରେ କମିବ କରୋନା

କରୋନା ମହାମାରୀରେ ଖୁବ୍‌ ଶୀଘ୍ର ଲାଗିବ ଲଗାମ୍ ।  ଶେଷ ହେବ କୋଭିଡ ବିରୋଧରେ ଚାଲିଥିବା ଯୁଦ୍ଧ। ଏମିତି ଆଶ୍ୱାସନାବାଣୀ ଶୁଣାଇଛନ୍ତି ନାଶନାଲ ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ (NCDC)  ନିର୍ଦ୍ଦେଶକ ଡକ୍ଟର ସୁଜିତ ସିଂ।

author-image
Minati Mishra
ଅଦ୍ୟତନ ହୋଇଛି
covid will be controlled in country

covid will be controlled in country

ନୂଆଦିଲ୍ଲୀ: କରୋନା ମହାମାରୀରେ ଖୁବ୍‌ ଶୀଘ୍ର ଲାଗିବ ଲଗାମ୍ ।  ଶେଷ ହେବ କୋଭିଡ ବିରୋଧରେ ଚାଲିଥିବା ଯୁଦ୍ଧ। ଏମିତି ଆଶ୍ୱାସନାବାଣୀ ଶୁଣାଇଛନ୍ତି ନାଶନାଲ ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ (NCDC)  ନିର୍ଦ୍ଦେଶକ ଡକ୍ଟର ସୁଜିତ ସିଂ।

Advertisment

ଡ. ସିଂଙ୍କ କହିବା ଅନୁଯାୟୀ,  ଆସନ୍ତା ୬ ମାସରେ ଦେଶରେ ଆସିବ ଏଣ୍ଡେମିକ୍ ସ୍ଥିତି। ନାସନାଲ ସେଣ୍ଟର ଫର ଡିଜିଜ୍ କଂଟ୍ରୋଲ  ନିର୍ଦ୍ଦେଶକ ଡର ସୁଜିତ ସିଂ କହିଛନ୍ତି, ଦେଶରେ କରୋନା ମହାମାରୀ ବିରୋଧରେ ଚାଲିଥିବା ଯୁଦ୍ଧ ଆସନ୍ତା ୬ ମାସ ମଧ୍ୟରେ ନିୟନ୍ତ୍ରଣକୁ ଆସିଯିବା ଅନୁମାନ କରାଯାଉଛି । ଦେଶରେ ଚାଲିଥିବା ଟିକାକରଣ ଅଭିଯାନ କରୋନାରୁ ମୁକ୍ତି ଦେବ ବୋଲି  ସେ କହିଛନ୍ତି ।

Advertisment

ବର୍ତ୍ତମାନ ସୁଦ୍ଧା ଦେଶରେ ୭୫ କୋଟି ଲୋକଙ୍କୁ ଟିକା ଦିଆଯାଇ ସାରିଛି  । ଭ୍ୟାକସିନର ଫଳପ୍ରଦତା ୭୦ ପ୍ରତିଶତ ଧରାଗଲେ ପ୍ରାୟ ୫୦ କୋଟି ଲୋକଙ୍କୁ ଇମ୍ୟୁନିଟି ମିଳିସାରିଛି  । ଟିକାର ଗୋଟିଏ ଡୋଜ୍ ନେଲେ ୩୦ରୁ ୩୧ ପ୍ରତିଶତ ଇମ୍ୟୁନିଟି ମିଳିଥାଏ । ଦେଶରେ ଏଯାଏଁ ୩୦ କୋଟି ଲୋକ ଟିକାର ପ୍ରଥମ ଡୋଜ୍ ନେଇସାରିଥିବାରୁ ସେମାନଙ୍କ ଶରୀରରେ ରୋଗ ବିରୋଧରେ ଲଢିବା ପାଇଁ ଇମ୍ୟୁନିଟି ରହିଛି।

ତେଣୁ ଆସନ୍ତା ୬ ମାସ ମଧ୍ୟରେ ଦେଶ କରୋନାର ଏଣ୍ଡେମିକ୍ ସ୍ଥିତିରେ ପହଁଚିଯିବ। ଏନସିଡିସି ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ , ଭାରତରେ ଏବେ କରୋନାର କୌଣସି ନୂଆ ଭାରିଏଣ୍ଟ ଦେଖାଯାଇନି ।  ତେବେ କରୋନାର ଗୋଟିଏ ନୂଆ ଭାରିଏଣ୍ଟ ଦେଶରେ ତୃତୀୟ ଲହର ଆଣିପାରିବ ନାହିଁ ବୋଲି ମତ ଦେଇଛନ୍ତି ଏନସିଡିସି ନିର୍ଦ୍ଦେଶକ ସୁଜିତ ସିଂ  ।

ସୂଚନାଥାଉ କି, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦ ହଜାର ୫୭୦ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ୪୩୧ ଜଣ ରୋଗୀଙ୍କ ମୃତ୍ୟୁ ଘଟି। ୨୪ ଘଣ୍ଟା ମଧ୍ୟରେ ୩୮ ହଜାର ୩୦୩ ଜଣ ଼ରୋଗୀ କରୋନାକୁ ମାତ୍‌ ଦେଇ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ କୋଭିଡ ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୩୩ ଲକ୍ଷ ୪୭ ହଜାର ୩୨୫ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪୩ ହଜାର ୯୨୮ ଛୁଇଁଛି। ଏବେ ଦେଶରେ ଆକ୍ଟିଭ ସଂଖ୍ୟା ୩ ଲକ୍ଷ ୪୨ ହଜାର ୯୨୩ ଅଛି। 

ସବୁଠାରୁ ଖୁସିର କଥା, ଦିଲ୍ଲରେ ଗତ ୨୪ ଘଣ୍ଟା ମଧ୍ୟରେ କାହାରି ମୃତ୍ୟୁ ଘଟିନାହିଁ। ତେବେ ୫୭ ନୂଆ ମାମଲା ସାମ୍ନାକୁ ଆସିଛି। 

India COVID19 Updates COVID19
Advertisment
Advertisment