Advertisment

୧୫ ଦିନ ଭିତରେ ୫ ଗୁଣା ବଢିଗଲା ଦିଲ୍ଲୀରେ କୋଭିଡ୍ ସଂକ୍ରମଣ ହାର

୨୦ ତାରିଖରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ NDMA ପକ୍ଷରୁ ବସିବ ବୈଠକ

author-image
Chandan Shishu
Delhi Covid 19 Cases

Delhi Covid 19 Cases

ରାଜଧାନୀ ଦିଲ୍ଲୀରେ ପୁଣି ତୋଡ଼ ଦେଖାଇଲାଣି କୋଭିଡ୍। ଗଲା ୧୫ ଦିନ ଭିତରେ ସଂକ୍ରମଣ ହାରରେ ୫ ଗୁଣା ବୃଦ୍ଧି। ଦିଲ୍ଲୀରେ ବଢୁଥିବା କୋଭିଡ୍  ସଂକ୍ରମଣକୁ ଦେଖି ଲୋକାଲ ସର୍କଲ ନାଁରେ ଏକ ସଂସ୍ଥାର ସର୍ଭେ ଅନୁସାରେ ଗଲା ୧୫ ଦିନ ଭିତରେ ଦିଲ୍ଲୀରେ ୫୦୦ ପ୍ରତିଶତ ସଂକ୍ରମଣ ବଢ଼ିଛି। ଦିଲ୍ଲୀ ଏନସିଆରରେ ରହୁଥିବା ୧୯ ପ୍ରତିଶତ ଲୋକଙ୍କୁ ନେଇ କରାଯାଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ, ଗଲା ୧୫ ଦିନ ଭିତରେ ଏହି ଲୋକଙ୍କ ମଧ୍ୟରୁ ସାମାନେ ନିଜେ କିମ୍ବା ନିଜର ନିକଟ ସମ୍ପର୍କୀୟ, କେହି ନା କେହି କରୋନାରେ ସଂକ୍ରମିତ ହୋଇଛନ୍ତି।

Advertisment

ଏହି ସର୍ଭେରେ ୧୧ ହଜାର ୭୪୩ ଜଣ ଲୋକ ସାମିଲ ହୋଇଥିଲେ। ସେପଟେ ଗତ ୨୪ ଘଣ୍ଟା ଭିତରେ ଦିଲ୍ଲୀରେ ମୋଟ ୪୬୧ ନୂଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମହାନଗରୀରେ ଦୁଇ ସପ୍ତାହ ତଳେ ଥିବା ଶୂନ ଦଶମିକ ୫ ପ୍ରତିଶତ ପଜିଟିଭିଟି ରେଟ୍ ଏବେ ୫ ଦଶମିକ ୩୩ ପ୍ରତିଶତକୁ ବଢ଼ିଛି।

ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୨୦ ତାରିଖରେ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ NDMA ପକ୍ଷରୁ ଏକ ବୈଠକ ଡକାଯାଇଛି। ସେପଟେ ସଂକ୍ରମଣକୁ ଦେଖି ଦିଲ୍ଲୀରେ ସ୍କୁଲଗୁଡ଼ିକ ପାଇଁ ନିୟମ କଡ଼ାକଡ଼ି କରାଯାଇଛି।

Advertisment
COVID-19 Corona
Advertisment
Advertisment