Advertisment

ସ୍ୱାସ୍ଥ୍ୟ ସେବାକୁ ନେଇ ଆସିଲା ଗାଇଡଲାଇନ୍‌: ଗଣମାଧ୍ୟମକୁ OPD ଓ IPD ମନା

ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ। ଅନ୍ୟମାନଙ୍କୁ ପ୍ରବେଶ ଉପରେ କଟକଣା ଲାଗିବ।

author-image
Chandan Shishu
undefined

Covid Hospital

ଭୁବନେଶ୍ୱର: ରାଜ୍ୟର ସମସ୍ତ ମେଡିକାଲ କଲେଜ ହସ୍ପିଟାଲ ଓ ଅନ୍ୟ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହେଲା ନୂଆ ଗାଇଡଲାଇନ୍। ସ୍ୱାସ୍ଥ୍ୟସେବା ଅନୁଷ୍ଠାନଗୁଡ଼ିକ ଅତି ଜରୁରୀ ନଥିଲେ ଆଡମିସନକୁ ଅଗ୍ରାହ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପରେ କରାଯାଇପାରୁଥିବା ଅସ୍ତ୍ରୋପଚାରକୁ ବନ୍ଦ କରାଯିବ। OPD ଓ IPD ମଧ୍ୟକୁ ଗଣମାଧ୍ୟମର ପ୍ରବେଶକୁ ବାରଣ କରାଯାଇଛି।

Advertisment

ଗୁରୁତର ରୋଗୀଙ୍କ ପାଇଁ ଜଣେ ଆଟେଣ୍ଡାଣ୍ଟଙ୍କୁ ଅନୁମତି ମିଳିବ। ଅନ୍ୟମାନଙ୍କୁ ପ୍ରବେଶ ଉପରେ କଟକଣା ଲାଗିବ। OPD ପେସେଣ୍ଟ ଲୋଡ୍ କମ୍ ପାଇଁ ଟେଲିମେଡିସିନ୍ ବ୍ୟବସ୍ଥା ପରାମର୍ଶ ସହ ଟେଲିମେଡିସିନ୍ ସେବା ପାଇଁ 24X7 କଣ୍ଟ୍ରୋଲ ରୁମ୍ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି। 

ଏଥିସହ କମିଟି ଗଠନ କରି ଟେଲିମେଡିସିନ୍ ସେବା ଯୋଗାଇବାକୁ ପରାମର୍ଶ ଦେଇଛି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶାଳୟ। ରାଜ୍ୟର ସମସ୍ତ ମେଡିକାଲ କଲେଜ୍ ହସ୍ପିଟାଲ ସହ କ୍ୟାପିଟାଲ ହସ୍ପିଟାଲ୍, RGH ରାଉରକେଲା, ସବୁ ଜିଲ୍ଲାର ମୁଖ୍ୟ ମେଡିକାଲ ଓ PHO ପାଇଁ ଏହି ଗାଇଡଲାଇନ୍ ଜାରି କରାଯାଇଛି।

Advertisment

ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୧୦ ହଜାର ଟପିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦,୦୫୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୫୮୩୩ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ରହିଛି। ୪୨୨୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୮୭୨ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୧ ଲକ୍ଷ ୧ ହଜାର ୬୦୬କୁ ବୃଦ୍ଧି ପାଇଛି।

Omicron Cases In Odisha COVID19 Omicron Variant
Advertisment
Advertisment