• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

News Highlights

  • ବନ୍ଦ ହୋଇଯିବ କୋଭିଡ୍‌ କେୟାର ସେଣ୍ଟର ।

    ରୋଗୀ ଥିଲେ ସୁସ୍ଥ ହେବା ପର୍ଯ୍ୟନ୍ତ ଚାଲୁ ରହିବ ।

    ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ୱାସ୍ଥ୍ୟ ସଚିବ ।

ଭୁବନେଶ୍ୱର: ଏଣିକି ବନ୍ଦ ହେବ କୋଭିଡ୍‌ କେୟାର ସେଣ୍ଟର । ରାଜ୍ୟରେ କୋଭିଡ୍ ସଂକ୍ରମଣ ହ୍ରାସ ପାଇଥିବାରୁ ସରକାରୀ ଓ ବେସରକାରୀ କୋଭିଡ୍ କେୟାର ସେଣ୍ଟର ଗୁଡ଼ିକ ବନ୍ଦ ହେବ । ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିଷ୍ପତି ନିଆଯାଉଛି । ଯଦି କେଉଁ କୋଭିଡ୍‌ କେୟାର ସେଣ୍ଟରରେ ରୋଗୀ ଚିକିତ୍ସିତ ହେଉଥିବେ ତେବେ ସେଠାରେ ସେମାନେ ସୁସ୍ଥ ହେବା ପର୍ଯ୍ୟନ୍ତ ସେଣ୍ଟର ଚାଲୁ ରହିବ । ଅନ୍ୟପକ୍ଷରେ ସମ୍ଭାବ୍ୟ ତୃତୀୟ ଲହରର ସଂକ୍ରମଣକୁ ନଜରରେ ରଖି ଡେଡିକେଟେଡ୍ କୋଭିଡ୍ ହେଲ୍ପ ସେଣ୍ଟର ଓ ଡେଡିକେଟେଡ୍ କୋଭିଡ୍ କେୟାର ସେଣ୍ଟର ଖୋଲା ରହିବ । ଯଦି କୌଣସି ଆକ୍ରାନ୍ତ ଚିକିତ୍ସିତ ହେଉ ନଥିବେ ତେବେ ସରକାରଙ୍କ ଦ୍ୱାରା ପରିଚାଳିତ ଘରୋଇ କୋଭିଡ୍ ହସ୍ପିଟାଲ ବନ୍ଦ କରାଯିବ । ଏନେଇ ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । କୋଭିଡ୍ ଟେକ୍ନିକାଲ କମିଟିର ସୁପାରିସ ଆଧାରରେ ଏହି ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ କାହିଁକି କରୋନା ଜନିତ ମୃତ୍ୟୁ ସଂଖ୍ୟାକୁ ଲୁଚାଉଛନ୍ତି ରାଜ୍ୟ ସରକାର ? ବିଭିନ୍ନ ମହଲରେ ଏଭଳି ଅନେକ ପ୍ରଶ୍ନ ଉଠିବା ପରେ ଡିଏମ୍ଇଟି ସିବିକେ ମହାନ୍ତି ପୁଣି ଥରେ ପ୍ରତିକ୍ରିୟା ରଖିଛନ୍ତି । ଗୋଟିଏ ଦିନରେ ଆସୁଥିବା ମୃତ୍ୟୁସଂଖ୍ୟା ସେହି ନିର୍ଦ୍ଧିଷ୍ଟ ଦିନର ନୁହେଁ । ବିଭିନ୍ନ ସ୍ତରରେ ଅଡିଟ୍ କରାଯାଇ କୋଭିଡ ମୃତ୍ୟୁସଂଖ୍ୟାକୁ ଘୋଷଣା କରାଯାଉଛି ବୋଲି ସିବିକେ କହିଛନ୍ତି । ସରକାର ମୃତ୍ୟୁସଂଖ୍ୟାକୁ ଲୁଚେଇ ନାହାନ୍ତି ।

ପୂର୍ବରୁ କୋଭିଡ ଓ ନନ୍ କୋଭିଡ ମୃତ୍ୟୁକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । କେଉଁ କାଟାଗୋରୀରେ କେଉଁ ମୃତ୍ୟୁ ଯିବ, ସେନେଇ ସରକାରଙ୍କ ପକ୍ଷରୁ ନିର୍ଦେଶ ମିଳିବା ପରେ ମୃତ୍ୟୁ ତଥ୍ୟର ଅଡିଟ କରାଯାଇଛି । କରୋନା ପିକ୍‌ ସମୟରେ ଡାକ୍ତର ମାନେ ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ରହୁଥିଲେ । ଏବେ ରୋଗୀ ସଂଖ୍ୟା କମିବା ପରେ ଅଡିଟ କରାଯାଇ ତଥ୍ୟ ଆସୁଛି ବୋଲି କହିଛନ୍ତି ସିବିକେ ।

କଟକ, ଭୁବନେଶ୍ୱରରେ ସଂକ୍ରମଣ ଗତ ୧୦ ଦିନ ତୁଳନାରେ କମିଛି । ତଥାପି ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ରହିଥିବା ସ୍ୱୀକାର କରିଛନ୍ତି ସେ । ଏଥିପାଇଁ ସ୍ୱତନ୍ତ୍ର ଫୋକସ୍‌ କରିବା ସହ ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍ସକୁ ବଢାଯାଇଛି ବୋଲି ସିବିକେ ମହାନ୍ତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।