• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦେଶରେ ଗୋଟିଏ ଦିନରେ ପୁଣି ୨ ଲକ୍ଷ ୩୫ ହଜାର ୫୩୨ କରୋନା ଆକ୍ରାନ୍ତ ଚିହ୍ନଟ । ଏହାସହ ଦେଶରେ ଦୈନିକ ପଜିଟିଭିଟି ହାର ୧୩.୩୯ ପ୍ରତିଶତରେ ପହଞ୍ଚିଛି । ସେପଟେ ଦିନକରେ ୮୭୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ମଧ୍ୟ ଖବର ସାମ୍ନାକୁ ଆସିଛି । ତେବେ ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪ ଲକ୍ଷ ୯୩ ହଜାର ୧୯୮କୁ ବୃଦ୍ଧି ପାଇଛି । ସେହିଭଳି ଏବେ ପୁରା ଦେଶରେ ଅକ୍ଟିଭ୍ କେସ୍‌ ୨୦ ଲକ୍ଷ ୦୪ ହଜାର ୩୩୩ ରହିଥିବା ବେଳେ ସୁସ୍ଥ ହେଲେଣି ୩ କୋଟି ୮୩ ଲକ୍ଷ ୬୦ ହଜାର ୭୧୦ ।

ସେହିଭଳି ଓଡ଼ିଶାରେ ଗୋଟିଏ ଦିନରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଅଡିଟ୍ ପ୍ରୋସେସ୍‌ରେ ଆଉ ୧୫ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗର ସୂଚନା ମିଳିଛି । ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ବରଗଡ଼ ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ହୋଇଛି ।

କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡ଼ା, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁ ହୋଇଛି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮ ହଜାର ୫୭୫କୁ ବୃଦ୍ଧି ପାଇଛି ।

ସେପଟେ ରାଜ୍ୟରେ ଆଜି ପୁଣି ୪ ହଜାର ୮୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨,୮୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୨,୦୩୩ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୬୭୧ ଚିହ୍ନଟ । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ ୧,୨୫୩ ଆକ୍ରାନ୍ତ ଚିହ୍ନଟ । ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୨ ଲକ୍ଷ ୪୧ ହଜାର ୬୮କୁ ବୃଦ୍ଧି ।