• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡ଼ିଶାରେ ବି କାୟା ବିସ୍ତାର କଲାଣି କରୋନା । ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଲୋକାଲ୍ କେସ୍ ୩୦୩ ରହିଥିବା ବେଳେ କ୍ୱାରେଣ୍ଟିନରୁ ୪୨୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୩୦ ଜଣ ଆକ୍ରାନ୍ତ । ତେବେ ସୁନ୍ଦରଗଡ଼ରୁ ୧୫୭, ଖୋର୍ଦ୍ଧାରୁ ୯୬, ସମ୍ବଲପୁରରୁ ୮୮ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩ ଲକ୍ଷ ୧୮ ହଜାର ୮୭୫କୁ ବୃଦ୍ଧି ପାଇଛି । ଅନ୍ୟପଟେ ରାଜ୍ୟରେ ଏବେ ଆକ୍ଟିଭ କେସ୍ ୫୮୫୧ ରହିଥିବା ବେଳେ ସୁସ୍ଥ ହେଲେଣି ୧୩ ଲକ୍ଷ ୩ ହଜାର ୮୨୩ ଜଣ ।

ସେହିଭଳି ଦେଶରେ ବି ବଢ଼ିଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ  ଦେଶରେ ୧୮ ହଜାର ୭୩୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୪୦ ଜଣଙ୍କ ଜୀବନ ନେଇଛି ମୃତ । ଏହି ୪୦ ମୃତ୍ୟୁକୁ ମିଶାଇ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୬ ହଜାର ୬୮୯କୁ ବୃଦ୍ଧି ପାଇଛି । ଅନ୍ୟପଟେ ଦେଶରେ ଏବେ ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୪ ହଜାର ୯୩୩ ରହିଛି । ତେବେ ଏବେ ସୁଦ୍ଧା କରୋନାରୁ ସୁସ୍ଥ ହେଲେଣି ୪ କୋଟି ୩୪ ଲକ୍ଷ ୮୪ ହଜାର ୧୧୦ ଜଣ ।

ଅନ୍ୟପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ସରକାର ମାଗଣା ବୁଷ୍ଟର ଡୋଜ୍‌ ସୁବିଧା କରିଛନ୍ତି । ହେଲେ ଓଡ଼ିଶାରେ ଏଥିପ୍ରତି ଲୋକଙ୍କ ଆଗ୍ରହ ବଢ଼ୁନି । ଯାହାକୁ ନେଇ ଅଧିକ ଚିନ୍ତା ବଢ଼ିଛି । ଚିନ୍ତା ବଢ଼ାଇଛି ବୁଷ୍ଟର ଡୋଜ ଟିକାକରଣ । ବୁଷ୍ଟର ଡୋଜ୍ ନେବା ପାଇଁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳୁନି ଆଗ୍ରହ । ଫଳରେ ରାଜ୍ୟର ୮୭ ପ୍ରତିଶତ ଲୋକେ ବୁଷ୍ଟର ଡୋଜ୍ ନେଇ ନାହିଁନ୍ତି । ଆଉ ଏହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ପ୍ରକଟ କରିଛି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ରାଜ୍ୟର ୨୫ ଲକ୍ଷ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନଥିବା ବେଳେ କଟକ, ଖୋର୍ଦ୍ଧା, ଜଗତସିଂହପୁର, ସୁନ୍ଦରଗଡ, ପୁରୀ, ଅନୁଗୁଳ ଭଳି ଜିଲ୍ଲାରେ ପ୍ରଥମ ଡୋଜ ଟିକାକରଣ ୯୦ ପ୍ରତିଶତରୁ କମ ରହିଛି । କେନ୍ଦ୍ର ସରକାରଙ୍କ ଦ୍ୱାରା କରଯାଉଥିବା ମାଗଣା ଟିକାକରଣକୁ ଆଉ କମ ଦିନ ବାକି ଥିବାରୁ ସମସ୍ତଙ୍କୁ ତୁରନ୍ତ ବୁଷ୍ଟର ଡୋଜ ନେବା ପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଅନୁରୋଧ କରିଛନ୍ତି । ଏହାସହ ବିଭାଗ ପକ୍ଷରୁ ବିଜ୍ଞପ୍ତି ମାଧ୍ୟମରେ ବାରମ୍ୱାର ଲୋକଙ୍କୁ ସଚେତନ କରାଯାଉଛି ।