• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ରାଜ୍ୟରେ ଆଜି ବି ଶହେ ଟପିଲା କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଆଉ ୧୬୧ କରୋନା ସଂକ୍ରମିତ ଚିହ୍ନଟ । ଲୋକାଲ କେସ୍ ୬୬ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟିନରୁ ୯୫ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୨୪ ଆକ୍ରାନ୍ତ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧତ୍କ ୬୦ ଆକ୍ରାନ୍ତ ଚିହ୍ନଟ । ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୯,୬୦୨କୁ ବୃଦ୍ଧି । ଆକ୍ଟିଭ୍ କେସ୍- ୬୨୯ ରହଇଥିବା ବେଳେ ସୁସ୍ଥ ହେଲେଣି ୧୨,୭୯,୭୯୪ ଆକ୍ରାନ୍ତ ।

ଅନ୍ୟପଟେ ଦିନକରେ ଦେଶରେ ୧୪,୫୦୬ କରୋନା ଆକ୍ରାନ୍ତ ଚିହ୍ନଟ । ୩୦ ମୃତ । ଦେଶରେ କରୋନା ମୃତ୍ୟୁସଂଖ୍ୟା ୫ ଲକ୍ଷ ୨୫ ହଜାର ୭୭କୁ ବୃଦ୍ଧି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୯୯ ହଜାର ୬୦୨କୁ ବୃଦ୍ଧି । ତେବେ ସୁସ୍ଥ ହେଲେଣି ୪ କୋଟି ୨୮ ଲକ୍ଷ ୮ ହଜାର ୬୬୬ ଆକ୍ରାନ୍ତ ।

ତେବେ ଏହାରି ଭିତିରେ ଏକ ଖୁସି ଖବର ସାମ୍ନାକୁ ଆସିଛି । ୭ରୁ ୧୨ ବର୍ଷ ବୟସର ପିଲାଙ୍କ ପାଇଁ କୋଭିଡ୍ ଟିକାକୁ ଅନୁମତି ମିଳିଛି । ପୁଣେ ସ୍ଥିତ ସେରମ୍ ଇନ୍‌ଷ୍ଟିଚ୍ୟଟ୍‌ର କୋଭୋଭ୍ୟାକ୍ସ ଟିକାକୁ ଅନୁମତି ଦେଲେ ଡ୍ରଗ୍ସ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ- DCGI । ଜରୁରୀକାଳୀନ ସ୍ଥିତିରେ ନିୟନ୍ତ୍ରିତ ବ୍ୟବହାର ପାଇଁ କୋଭୋଭ୍ୟାକ୍ସ କୋଭିଡ୍ ଟିକାକୁ ଅନୁମତି ଦିଆଯାଇଛି । ଏଥିସହ DCGI ପକ୍ଷରୁ ଜେନୋଭା ବାୟୋ ଫାର୍ମାସୁଟିକାଲ୍ସର ୨ ଡୋଜ୍ mRNA କୋଭିଡ୍ ଭ୍ୟାକ୍ସିନକୁ ମଧ୍ୟ ଅନୁମତି ଦିଆଯାଇଛି । ଏହାକୁ ୧୮ ଓ ତଦୁର୍ଦ୍ଧ ପ୍ରାପ୍ତ ବୟସ୍କଙ୍କ ପାଇଁ ଅନୁମତି ଦିଆଯାଇଛି । ୨ରୁ ୮ ଡିଗ୍ରୀ ସେଲସିୟସରେ ସୁରକ୍ଷିତ ରହୁଥିବା ଏହା ପ୍ରଥମ କୋଭିଡ୍ ଭ୍ୟାକ୍ସିନ୍ ବୋଲି ସୂଚନା ମିଳିଛି ।

ଅନ୍ୟପଟେ ରାଜ୍ୟରେ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ବିଏମସିକୁ ଚିଠି ଲେଖିଛି ସ୍ୱାସ୍ଥ୍ୟ ବିଭାଗ । BMC କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗର ପ୍ରିନସପାଲ୍ ସେକ୍ରେଟାରୀ ନିକୁଞ୍ଜ ଧଳ ଚିଠି ଲେଖି ତାଗିଦ କରିଛନ୍ତି । ବିଏମସିରେ ଟିକାକରଣ ଉତ୍ସାହଜନକ ନୁହଁ । ଧିରେ ଧିରେ ବଢିଚାଲିଛି କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା । ଏଣୁ ଟିକାକରଣ ଉପରେ ଗୁରୁତ୍ୱ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି ।

ସେହିଭଳି ପୁରୀ ରଥଯାତ୍ରାକୁ ମଝିରେ ଆଉ ମାତ୍ର ଦୁଇ ଦିନ ଥିବା ବେଳେ ହଠାତ୍ ସଂକ୍ରମଣ ବଢିବାକୁ ନେଇ ବଢିଛି ଚିନ୍ତା । କାରଣ ଯାତ୍ରା ପାଇଁ ଶ୍ରୀକ୍ଷେତ୍ରକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତ ଆସିବେ । ଏଥିଯୋଗୁ ସଂକ୍ରମଣ ବଢିବା ଆଶଙ୍କା କରାଯାଉଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏହି ସମୟରେ ଦୈନିକ ୫୦ ହଜାର ଟେଷ୍ଟିଂ କରାଯିବ । ଟିକାକରଣ ବଢାଇବା ସହ ୧୦ଲକ୍ଷ ମାସ୍କ ବଣ୍ଟନ ପାଇଁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଯେଉଁମାନଙ୍କର ଲକ୍ଷଣ ଥିବ, ସେମାନେ ପୁରୀ ନଯିବାକୁ କୁହାଯାଇଛି ।