Advertisment

ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍, ୭ ଦିନ ଯାଏ କଟକଣା

ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ କଟକଣା ଲାଗୁ ହେବ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
containment zones

containment zones

ରାଜଧାନୀ ଭୁବନେଶ୍ୱରରେ ବଢ଼ିଲା କଣ୍ଟେନମେଣ୍ଟ ଜୋନ୍। ଭୁବନେଶ୍ୱରରେ ଆଉ ୭ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। BMC(ଭୁବନେଶ୍ୱର ମହାନଗର ନିଗମ) ପକ୍ଷରୁ ଭୁବନେଶ୍ୱର ଦକ୍ଷିଣପୂର୍ବ ଜୋନ୍‌ର ଆଉ ୭ଟି ସ୍ଥାନ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା ହୋଇଛି। ଏକାଧିକ ପଜିଟିଭ ଚିହ୍ନଟ ପରେ ବିଏମ୍‌ସି ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। 

Advertisment

କଣ୍ଟେନମେଣ୍ଟ ଅଞ୍ଚଳରେ ୭ ଦିନ କଟକଣା ଲାଗୁ ହେବା ସହ ଏହି ସମୟରେ BMC ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବ। ସୂଚନାଥାଉ କି, ଗତକାଲି ୧୧ଟି ସ୍ଥାନକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଥିଲା BMC। କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବା ପରେ ବିଏମ୍‌ସିର ନର୍ଥ ଜୋନ୍‌ର ୪ଟି ଓ ଦକ୍ଷିଣପୂର୍ବ ଜୋନ୍‌ର ୭ଟି ସ୍ଥାନ କଣ୍ଟେନମେଣ୍ଟ କରାଯାଇଛି।

ସେପଟେ ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍‌ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୬୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

Advertisment
Bhubaneswar COVID19 Containment Zones Containment Zones In Bhubaneswar
Advertisment
Advertisment