Advertisment

ପୁଣି କାୟା ବିସ୍ତାର କଲାଣି କରୋନା, ୩୭ ଜଣଙ୍କ ମଧ୍ୟରେ ଜଣେ ଶିଶୁ ଆକ୍ରାନ୍ତ

ବ୍ରିଟେନ୍‌ରେ ପୁଣି କାୟା ବିସ୍ତାର କଲାଣି କରୋନା । ଆମେରିକା ପରେ ବ୍ରିଟେନରେ ମଧ୍ୟ ସ୍କୁଲ୍‌ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏହାପରେ ସଂକ୍ରମଣ ବଢ଼ିଥିବା କୁହାଯାଉଛି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Corona

Corona

ବ୍ରିଟେନ୍‌ରେ ପୁଣି କାୟା ବିସ୍ତାର କଲାଣି କରୋନା । ଆମେରିକା ପରେ ବ୍ରିଟେନରେ ମଧ୍ୟ ସ୍କୁଲ୍‌ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲା । ଏହାପରେ ସଂକ୍ରମଣ ବଢ଼ିଥିବା କୁହାଯାଉଛି । ୭ ରୁ ୧୧ ବର୍ଷ ବୟସର ପ୍ରତ୍ୟେକ ୩୭ ପିଲାଙ୍କ ମଧ୍ୟରେ ଜଣେ ଶିଶୁ କରୋନା ସଂକ୍ରମିତ ହେଉଥିବା ସୂଚନା ମିଳିଛି ।

Advertisment

ସେପ୍ଟେମ୍ବର ୧ ରୁ ଅଧିକାଂଶ ସ୍କୁଲ ଖୋଲିବା ପରେ, ସେପ୍ଟେମ୍ବର ୧୧ ପର୍ଯ୍ୟନ୍ତ ସ୍କୁଲ ମାନଙ୍କରେ ନିୟମିତ ଭାବରେ କରୋନା ପରୀକ୍ଷଣ କରାଯାଇଥିଲା । ଏହି ପରୀକ୍ଷା ସମୟରେ ୨.୭୪ ପ୍ରତିଶତ ପିଲା ସଂକ୍ରମିତ ଥିବା ଜଣାପଡିଛି । ପରିସଂଖ୍ୟାନ ବିଭାଗର ସୂଚନାନୁସାରେ, ଇଂଲଣ୍ଡରେ ପ୍ରତିଦିନ କୋଭିଡ ପରୀକ୍ଷଣରେ ପ୍ରତି ୮୦ ଜଣଙ୍କ ମଧ୍ୟରୁ ଜଣେ ପଜିଟିଭ୍ ଥିବା ଦେଖାଯାଉଛି । ଶନିବାର ବ୍ରିଟେନରେ ୩୦,୧୪୪ ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଥିଲା । ଖାଲି ସେତିକି ନୁହେଁ ଗୋଟିଏ ଦିନରେ ୧୬୪ ଜଣଙ୍କ କରୋନା ଜନିତ ମୃତ୍ୟୁ ହୋଇଥିବା କଥା ମଧ୍ୟ ରିପୋର୍ଟରୁ ଜଣାପଡ଼ିଛି । ଏନେଇ ଏବେ ବିଭିନ୍ନ ଆନ୍ତଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ସେପଟେ ସ୍କଟଲ୍ୟାଣ୍ଡର ମନ୍ତ୍ରୀ ନିକୋଲା ଷ୍ଟର୍ଜନ୍ ଆମ୍ବୁଲାନ୍ସ ବ୍ୟବସ୍ଥା ପାଇଁ ସେନାର ସହାୟତା ଲୋଡିଛନ୍ତି । ଏଥିସହିତ ଇଂଲଣ୍ଡର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ବିଦ୍ୟାଳୟଗୁଡ଼ିକୁ ୩ ଲକ୍ଷ ଏୟାର ମନିଟର ଯୋଗାଇ ଦେଇଛି । ଏହାଦ୍ୱାରା ଶ୍ରେଣୀଗୃହରେ ବାୟୁ ନିରନ୍ତର ଭାବରେ ଯାଞ୍ଚ କରାଯାଇପାରିବ । ପ୍ରଫେସର କ୍ୟାଥରିନ୍ ନୋଆକିସଙ୍କ ଅନୁଯାୟୀ, ଭେଣ୍ଟିଲେଟେଡ୍ ଶ୍ରେଣୀଗୃହରେ ସଂକ୍ରମଣ ହେବାର ଆଶଙ୍କା ୭୦ ପ୍ରତିଶତ କମିଯାଏ । ବ୍ରିଟେନର ଡାକ୍ତରଖାନାଗୁଡ଼ିକରେ କରୋନା ସଂକ୍ରମଣରେ ପୀଡିତ ହଜାର ହଜାର ରୋଗୀଙ୍କ ପାଇଁ ନୂତନ ଆଣ୍ଟିବଡିର ଚିକିତ୍ସା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମୟରେ କରୋନା ସଂକ୍ରମଣ ରୋକିବା ପାଇଁ “ରୋନାପ୍ରେବ୍” ନାମକ ଏକ ଆଣ୍ଟିବଡିର ବ୍ୟବହାର କରାଯାଇଥିଲା।

ବ୍ରିଟେନର ସ୍ୱାସ୍ଥ୍ୟମନ୍ତ୍ରୀ ସାଜିଦ୍ ଜାଭିଦ୍ କହିଛନ୍ତି ଯେ ଅଧିକ ସଂକ୍ରମିତ ଥିବା ରୋଗୀଙ୍କ ପାଇଁ ଆମେ ଡାକ୍ତରଖାନାରେ ନୂତନ ଚିକିତ୍ସା ଆରମ୍ଭ କରିଛୁ। ଏହି ଚିକିତ୍ସା ମାଧ୍ୟମରେ ଆମେ ଆସନ୍ତା ସପ୍ତାହରୁ ସଂକ୍ରମିତ ଲୋକଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବୁ । ସେ ଆହୁରି କହିଛନ୍ତି ଯେ ଏହି ଔଷଧ ସେହି ରୋଗୀ ମାନଙ୍କୁ ଦିଆଯିବ ଯେଉଁ ମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥିବ ଏବଂ ଟୀକାକରଣ ପରେ ମଧ୍ୟ ଆଣ୍ଟିବଡି ସୃଷ୍ଟି ହୋଇ ପାରୁନଥିବ।

Britain Corona Virus
Advertisment
Advertisment