Advertisment

କୋଭିସିଲ୍‌ଡକୁ ଦେଲା ଅନୁମତି, ହେଲେ ଭାକ୍ସିନେଶନ ସାର୍ଟି‍‍ଫିକେଟକୁ ନେଇ ପ୍ରଶ୍ନ ଉଠାଇଲା ବ୍ରିଟେନ

ଭାରତର ତୀବ୍ର ପ୍ରତିବାଦ ପରେ ନରମିଲା ବ୍ରିଟେନ । ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ କୋଭିସିଲ୍ଡ ଟିକାକୁ ନେଇ ବ୍ରିଟେନ ତାର ପୂର୍ବ ନିଷ୍ପତ୍ତି ବଦଳାଇଲା। ଏଣିକି କୋଭିସିଲ୍‌ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ ।

author-image
Minati Mishra
ଅଦ୍ୟତନ ହୋଇଛି
Britain bent on recognizing covishield

Britain bent on recognizing covishield

ନୂଆଦିଲ୍ଲୀ: ଭାରତର ତୀବ୍ର ପ୍ରତିବାଦ ପରେ ନରମିଲା ବ୍ରିଟେନ । ଭାରତର କାର୍ଯ୍ୟାନୁଷ୍ଠାନ ଚେତାବନୀ ପରେ କୋଭିସିଲ୍ଡ ଟିକାକୁ ନେଇ ବ୍ରିଟେନ ତାର ପୂର୍ବ ନିଷ୍ପତ୍ତି ବଦଳାଇଲା। ଏଣିକି କୋଭିସିଲ୍‌ଡ ଟିକା ନେଇଥିବା ବ୍ୟକ୍ତି ବ୍ରିଟେନ ଯାଇପାରିବେ । ପୂର୍ବରୁ କୋଭିସିଲ୍ଡକୁ ଗ୍ରହଣ କରିନଥିଲେ ବ୍ରିଟେନ ସରକାର।  କୋଭିସିଲ୍ଡ ନେଇ ବ୍ରିଟେନ ଗଲେ କ୍ୱାରେଣ୍ଟିନ ବାଧ୍ୟତାମୂଳକ ରହିଥିଲ। ହେଲେ  ଏନେଇ ଭାରତ ସରକାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ବ୍ରିଟେନ ପ୍ରତି କାର୍ଯ୍ୟାନୁଷ୍ଠାନ ପାଇଁ ଚେତାବନୀ ଦେଇଥିଲେ ।

Advertisment

ପର୍ବରୁ ଆମେରିକା ସମେତ ବିଶ୍ୱର ଅନ୍ୟ ସମସ୍ତ ଦେଶ କୋଭିସିଲ୍‌ଡକୁ ଅନୁମତି ଦେଇଥିଲେ। କୋଭିସିଲ୍‌ଡ ନେଇଥିବା ବ୍ୟକ୍ତିଙ୍କୁ ଯାତ୍ରା ପାଇଁ ସବୁଦେଶ  ଅନୁମତି ଦେଇଥିଲା। ହେଲେ ବ୍ରିଟେନ ଏହାକୁ ଅନୁମତି ଦେଇ ନ ଥିଲା। ଏବେ କୋଭିସିଲ୍‌ଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ଅନୁମତି ସିନା ଦେଇଛି, ହେଲେ ଭାକ୍ସିନେଶନ ସାର୍ଟିଫିକେଶକୁ ନେଇ ପ୍ରଶ୍ନ ଉଠାଇଛି ବ୍ରିଟେନ୍‌। 

Advertisment

ବ୍ରିଟିଶ ସରକାରଙ୍କ ନୂଆ ଗାଇଡ ଲାଇନରେ ଭାରତର ଭାକ୍ସିନେଶନ ସାର୍ଟିଫିକେଟ୍‌ରେ ସମସ୍ୟା ଥିବା କୁହାଯାଇଛି। ଏଥିରେ ୪ଟି ଭାକ୍ସିନର ଫର୍ମଲେଶନ ଉପରେ ସୂଚନା ରହିଛି। ଏଥିରେ ଏଷ୍ଟ୍ରାଜେନେକା କୋଭିସିଲ୍‌ଡ (AstraZeneca Covishield), ଏଷ୍ଟ୍ରାଜେନେକା ଭେକ୍ସଜେବରିଆ, ମାର୍ଡନା ଟେକେଡାକୁ ମାନ୍ୟତା ପ୍ରାପ୍ତ ଟିକା ଭାବରେ ଉଲ୍ଲେଖ କରାଯାଇଛି। 

ବ୍ରିଟେନ ପକ୍ଷରୁ କୁହାଯାଇଛି, କୋଭିସିଲ୍‌ଡ ୨ଟି ଡୋଜ୍‌ ନେଇଥିବା ବ୍ୟକ୍ତି ବ୍ରିଟେନ ଆସିପାରିବେ। ଏକଥା ମଧ୍ୟ କୁହାଯାଇଛି ଯେ, କୋଭିସିଲ୍‌ଡ ନେଇଥିବା ବ୍ୟକ୍ତି ବ୍ରିଟେନ ଆସିଲେ କ୍ୱାରେଣ୍ଟିନ୍‌ରେ ରହିବାକୁ ପଡ଼ିବ। ଏଥିସହତ କୋଭିସିଲ୍‌ଡ ସାର୍ଟିଫିକେଟକୁ ନେଇ ପ୍ରଶ୍ନ ଉଠାଇଛି।  ବ୍ରିଟିଶ ସରକାରଙ୍କ ନୂଆ ଗାଇଡ ଲାଇନ ଅନୁସାରେ ଭାରତର ଭାକ୍ସିନ ସାର୍ଟିଫିକେଟରେ ସମସ୍ୟା ରହିଛି। ଏଥିରେ ୪ଟି ଭାକ୍ସିନର ଫର୍ମୁଲେଶନ ସମ୍ପର୍କରେ କୁହାଯାଇଛି। 

 ଏହି ଗାଇଡ ଲାଇନ୍‌ରେ କୁହାଯାଇଛି, କୋଭିସିଲ୍‌ଡର ଦୁଇଟି ଡୋଜ ନେଇଥିବା ଭାରତୀୟଙ୍କୁ ଏବେ ବି କ୍ୱାରେଣ୍ଟିନରେ ରହିବାକୁ ପଡ଼ିବ। ବ୍ରିଟିଶ ସରକାର କହିଛନ୍ତି, ଭାକ୍ସିନ ସାର୍ଟିଫିକେଟକୁ ନେଇ ବ୍ରିଟେନ ଭାରତ ସରକାରଙ୍କ ସହ ଆଲୋଚନା କରୁଛନ୍ତି। 

COVID-19 Britain Covishield
Advertisment
Advertisment