/odishatv-khabar/media/post_attachments/uploadimage/library/16_9/16_9_0/IMAGE_1659411103.jpg)
Faridabad janwar corona vaccine anchovax animal vaccine successful trial on zoo animals
ଏଣିକି ପଶୁଙ୍କୁ ହେବନି କରୋନା । ଦିଆଯିବ କଭିଡ ଭ୍ୟାକ୍ସିନ । କରୋନା କବଳରୁ ରକ୍ଷା କରିବା ପାଇଁ ପଶୁଙ୍କ ନିମନ୍ତେ କରୋନା ଟିକା ପ୍ରସ୍ତୁତ କରାଯାଇଛି । ପଶୁପକ୍ଷୀ ଯେପରି କୋଭିଡର ଶିକାର ନହୁଅନ୍ତୁ ତାହାକୁ ଦୃଷ୍ଟିରେ ରଖି ପାଇଁ ପଶୁଙ୍କୁ ଟିକା ଦିଆଯିବାର ନିଷ୍ପତ୍ତି ନିଆଯାଇଛି । ତେଣୁ ପଶୁଙ୍କୁ ଆଙ୍କୋଭାକ୍ସା ନାମକ ଟିକା ଦିଆଯିବ ବୋଲି ଭାରତୀୟ କୃଷି ଅନୁସନ୍ଧାନର ବୈଜ୍ଞାନିକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଦେଶର ବିଭିନ୍ନ ପ୍ରାଣୀ ଉଦ୍ୟାନର ପଶୁଙ୍କ ଉପରେ ଆଣ୍ଡି-କରୋନା ଟିକାକୁ ପରୀକ୍ଷା କରାଯିବା ପରେ ଏହ ସଫଳତାର ସହ ଏହି ଟିକା ପ୍ରସ୍ତୁତ କରାଯାଇଛି । ଏହାସହ ଗୁଜୁରାଟର ଜୁନାଗଡ ସ୍ଥିତ ସାକରବାଗ୍ ପ୍ରାଣୀ ଉଦ୍ୟାନର ଚିତାବାଘ ଓ ସିଂହଙ୍କୁ ଏହି ଟିକା ଦିଆଯାଇଛି । ଏହାର ଠିକ୍ ୨୧ ଦ୍ନ ପରେ ସେମାନଙ୍କୁ ବୁଷ୍ଟର ଜୋଡ୍ ମଧ୍ୟ ଦିଆଗଲା । ଟିକାକରଣର ୪୨ ଦିନ ପରେ ଟିକା ଦିଆଯାଇଥିବା ପଶୁଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ, ସେମାନଙ୍କ ରୋଗ ପ୍ରତିରୋଧକର ଶକ୍ତି ପୂର୍ବ ଅପେକ୍ଷା ଆହୁରି ଅଧିକ ବଢଯାଇଛି । କେବଳ ଏତିକି ନୁହେଁ ଟିକାକରଣର ପ୍ରତ୍ୟେକ ଡୋଜ୍ ପରେ ସେମାନେ କୋଭିଡ୍ ମହାମାରୀରୁ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି ।
ଏନେଇ ଜଣେ ବରିଷ୍ଠ ବୈଜ୍ଞାନିକ ଡ. ନବୀନ କହିଛନ୍ତି, କୋଭିଡ୍ର ପ୍ରଥମ ଲହର ସମୟରେ ପଶୁ ପକ୍ଷୀମାନେ ମଧ୍ୟ ଏଥିରେ ଆକ୍ରାନ୍ତ ହେବାର ଘଟଣା ସାମ୍ନାକୁ ଆସିଲା । ତେଣୁ ସେମାନଙ୍କୁ କୋଭିଡ ମହାମାରୀରୁ ରକ୍ଷା କରିବା ପାଇଁ ଦ୍ୱିତୀୟ ଲହର ସମୟରେ ଆମେ ଭ୍ୟାକ୍ସିନ୍ ତିଆରି କରିବା ଆରମ୍ଭ କରିଥିଲୁ । ଯାହାର ନାମ ‘ଆଙ୍କୋଭାକ୍ସା’ ରଖାହୋଇଛି ।
ସୂଚନା ଅନୁସାରେ, ଏହି ଟିକାକୁ ପ୍ରଥମେ ମୂଷା ଓ ଠେକୁଆଙ୍କ ଉପରେ ପ୍ରୟୋଗ କରାଯାଇଥିଲା । ପରବର୍ତ୍ତୀ ପର୍ଯ୍ୟାରେ ସେନାବାହୀନିର କୁକୁରଙ୍କ ଉପରେ ପ୍ରୟୋଗ କରାଯାଇଥିଲା ।ଶେଷ ପର୍ଯ୍ୟାରେ ସାକରବାଗ୍ ପ୍ରାଣୀ ଉଦ୍ୟାନର ଚିତାବାଘ ଓ ସିଂହଙ୍କୁ ଏହି ଟିକା ଦିଆଯାଇଥିଲା । ଯାହାର ଫଳାଫଳ ସକାରାତ୍ମକ ବୋଲି ହୋଇଛି । ଏମିତିକି ପଶୁଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଟିକା ସେମାନଙ୍କ ଉପରେ ଭଲ ପ୍ରଭାବ ପକାଇବା ସହ ତାଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଭଲ ରହିଛି । ତେବେ ଗୋଟିଏ ପ୍ରାଣୀକୁ ମୋଟ୍ ୨ ଟି ଡୋଜ୍ ଦିଆଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)