Advertisment

ସିଲ୍ ହେଲା ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ

ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କରାଗଲା। ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ ଏହି ମାର୍କେଟକୁ ସିଲ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମରେ ରବିବାର ସଟ୍ ଡାଉନ ଥିବାବେଳେ  ଏହି ମାର୍କେଟ ଖୋଲା ଥିଲା।

author-image
Minati Mishra
ଅଦ୍ୟତନ ହୋଇଛି
ସିଲ୍  ହେଲା  ଭୁବନେଶ୍ୱର ୪ ନମ୍ବର ମାଛ ମାର୍କେଟ

unit 4 bbsr non veg matket sealed

ଭୁବନେଶ୍ୱର: ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କରାଗଲା। ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ ଏହି ମାର୍କେଟକୁ ସିଲ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମରେ ରବିବାର ସଟ୍ ଡାଉନ ଥିବାବେଳେ  ଏହି ମାର୍କେଟ ଖୋଲା ଥିଲା। ଏହାକୁ ଦେଖିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି। 

Advertisment

କରୋନା କମିନଥିବାରୁ ଭୁବନଶ୍ୱରରେ ଏବେ ମଧ୍ୟ ସପ୍ତାହାନ୍ତ ସଟଡାଉନ୍ ଜାରି ରହିଛି  । ପ୍ରତି ଶନିବାର, ରବିବାର ପୁରା ସଟଡାଉନ୍ ରହୁଛି ରାଜଧାନୀ। ହେଲେ ସେହି କଟକଣାକୁ ଉଲ୍ଲଂଘନ କରି ଆଜି ୪ ନମ୍ବର ମାଛ ମାର୍କେଟ ଖୋଲା ଯାଇଥିଲା  । ତେଣୁ ବିଏମ୍‌ସି ପକ୍ଷରୁ ଏପରି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଇ ମାର୍କେଟକୁ ବନ୍ଦ କରାଯାଇଛି ।  ଅନ୍ୟପକ୍ଷେ ବ୍ୟବସାୟୀମାନେ ମଧ୍ୟ କହିଛନ୍ତି, ସଟ୍‌ଡାଉନରେ ଆଦୌ ଦୋକାନ ନ ଖୋଲିବାକୁ ସମସ୍ତଙ୍କୁ ସଂଘ ପକ୍ଷରୁ କୁହାଯାଇଥିଲା।  ଯେଉଁମାନେ ଏହାକୁ ଉଲ୍ଲଂଘନ କରିଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁନୁଷ୍ଠାନ ହେବ ।

ଏ ସମ୍ପର୍କରେ ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି, ୪ ନମ୍ବର ମାଛ ମାର୍କେଟର ଗୋଦାନ, ହୋଲସେଲର, ରିଟେଲର ସବୁ ସିଲ କରାଯାଇଛି। କାରଣ କୋଭିଡର ଗାଇଡଲାଇନ ଯେଉଁମାନେ ନ ମାନିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ରହିଛି। ସଂଘ ସହ ପରାମର୍ଶ କରି ବ୍ୟବସାୟୀମାନଙ୍କୁ ୨ ଥର ଚେତାବନୀ ଦିଆଯାଇଥିଲା। ଏପରିକି ସଂଘ କର୍ମକର୍ତ୍ତାମାନେ ଏଇ ସପ୍ତାହରେ ଆଦୌ ମାର୍କେଟ ଖୋଲାଯିବ ନାହିଁ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ।

Advertisment

ସୂଚନାଥାଉ କି, କରୋନାର ୨ୟ ଲହର ସାରା ରାଜ୍ୟରୁ ସାମାନ୍ୟ ହ୍ରାସ ପାଇଥିଲେ ବି ଖୋର୍ଦ୍ଧା, ପୁରୀ,କଟକ ଜିଲ୍ଲା ଚିନ୍ତା ବଢାଇଛି। ତାଲିକାର ସବୁଠାରୁ ଉପରେ ରହିଛି ଖୋର୍ଦ୍ଧା ଜିଲ୍ଲା। ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରେ ୭୧୮ ଜଣ ଥିବାବେଳେ ଲୋକାଲ କେସ୍ ୫୨୫ ଥିବା ଜଣାଯାଇଛି। ସେହିପରି ରାଜ୍ୟରେ ପୁଣି ୬୯ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ। 

ରାଜ୍ୟରେ ଆଜି ସୁଦ୍ଧା ୯,୮୭,୦୭୦ ଜଣ ରୋଗୀ ପଜିଟିଭ ଚିହ୍ନଟ ହୋଇଛନ୍ତି। ମୋଟ ୯,୬୮,୪୫୩ ରୋଗୀ କରୋନାକୁ ମାତ୍‌ ଦେଇଥିବାବେଳେ ଗତକାଲି କରୋନାରୁ ସୁସ୍ଥ ହୋଇଛନ୍ତି ୧୫୨୫ ଜଣ।  ବର୍ତ୍ତମାନ ରାଜ୍ୟରେ ଆକ୍ଟିଭ କେସ ରହିଛି ୧୨୧୨୯।

ମୃତ୍ୟୁ ସଂଖ୍ୟାରେ ବି ଉପରେ ରହିଛି ଖୋର୍ଦ୍ଧା।  ମୃତକ ୬୯ଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୧ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି କଟକରୁ ୧୩, ସମ୍ବଲପୁରରୁ ୮ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର ଓ ସୁନ୍ଦରଗଡ଼ରୁ ୬ ଲେଖାଏଁ,  ବରଗଡ଼ ଓ କେନ୍ଦୁଝରରୁ ୫ ଲେଖାଏଁ,  ,ଝାରସୁଗୁଡ଼ାରୁ ୪, ଦେବଗଡ଼ରୁ ଜଣେ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ କରୋନାଜନିତ ମୃତ୍ୟୁ ସଂଖ୍ୟା ୬,୪୩୫କୁ ବୃଦ୍ଧି ପାଇଛି

Bhubaneswar Bhubaneswar Non Veg Market
Advertisment
Advertisment