/odishatv-khabar/media/post_attachments/uploadimage/library/16_9/16_9_0/Covid_Test_1643257050.jpg)
Covid Test
ନୂଆଦିଲ୍ଲୀ: କରୋନାର ଆଉ ଏକ ଭାରିଆଣ୍ଟ। ଡେନମାର୍କର ଓମିକ୍ରନର ଆଉ ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି। ଏହାର ନାଁ BA.2 ରଖାଯାଇଛି। ଡେନମାର୍କରେ ଦେଖାଦେଇଥିବା କୋଭିଡ୍ ସଂକ୍ରମଣର ପ୍ରାୟ ୯୮ ପ୍ରତିଶତଙ୍କ ଠାରେ ଏହି ନୂଆ ଭାରିଆଣ୍ଟ ଦେଖାଦେଇଛି। ଓମିକ୍ରନ୍ ଭାରିଆଣ୍ଟ ତୁଳନାରେ ଏହା ଅଧିକ ସଂକ୍ରାମକ ବୋଲି ଜଣାପଡିଛି।
ଓମିକ୍ରନ୍ର ଏହି ଭାରିଆଣ୍ଟ ଦ୍ୱାରା ଡେନମାର୍କରେ ସଂକ୍ରମଣ ବୃଦ୍ଧି ପାଇଥିବା ଡେନମାର୍କ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ଓମିକ୍ରନ୍ ଭାରିଆଣ୍ଟ ତୁଳନାରେ ନୂଆ ଭାରିଆଣ୍ଟ ପ୍ରାୟ ଦେଢଗୁଣା ଅଧିକ ସଂକ୍ରାମକ କିନ୍ତୁ ଆଶ୍ୱସ୍ତିର କଥା ହେଉଛି ନୂଆ ଭାରିଆଣ୍ଟରେ ଆକ୍ରାନ୍ତମାନେ ଅଧିକ ଗୁରୁତର ହେଉ ନଥିବା ପ୍ରାଥମିକ ପରୀକ୍ଷଣରୁ ଜଣାପଡିଛି।
ଡେନମାର୍କରେ ନୂଆ ଭାରିଆଣ୍ଟ ଚିହ୍ନଟ ହେବା ପରେ କରୋନା ସଂକ୍ରମଣ ପିକ୍ରେ ପହଞ୍ଚିବାକୁ ଆହୁରି ସମୟ ଲାଗିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଡେନମାର୍କ ସହ ବ୍ରିଟେନ, ସ୍ୱିଡେନ ଓ ନରୱେରେ ମଧ୍ୟ ଓମିକ୍ରନ୍ର ନୂଆ ଭାରିଆଣ୍ଟ ଠାବ କରାଯାଇଛି।
ଏ ନେଇ ଅଧିକ ଆଲୋଚନା ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନାରାୟଣ ମିଶ୍ର କହିଛନ୍ତିଯେ କରୋନାର ଶେଷ ଭ୍ୟାରିଆଣ୍ଟ ଓମିକ୍ରନ୍ ନୁହେଁ ହୁ କହିସାରିଛି। ଆମକୁ ସତର୍କ ରହିବାକୁ ପଡ଼ିବ। ଗହଳି ଓ ଭିଡ଼ ସ୍ଥାନରୁ ଦୂରେଇ ରହିବା ଭଲ। ଓମିକ୍ରନ୍ ବିରୋଧରେ ଆଣ୍ଟିବଡି କାମ ଦେଉନି, ଟିକା ନେବା ନିହାତି ଦରକାର। ଦେଶରେ ଗୋଷ୍ଠୀ ସଂକ୍ରମଣ ହୋଇସାରିଲାଣି। ଆମକୁ ସଜାଗ ରହିବାକୁ ପଡ଼ିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)