Advertisment

କରୋନାର ନୂଆ ଭ୍ୟାରିଏଣ୍ଟକୁ କଣ କହିଲେ ଡିଏମ୍‌ଇଟି, ଜାଣନ୍ତୁ

ବୁଷ୍ଟର ଡୋଜର ଆବଶ୍ୟକତା ଅଛି, କିନ୍ତୁ ଟେକ୍ନିକାଲ ଟିମର ଷ୍ଟଡି ରିପୋର୍ଟ ଆସିନି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ତା ସହ ଦୀପାବଳିରେ ବାଣ ଫୁଟିଲେ ଫୁସଫୁସ୍ ଆକ୍ରାନ୍ତ ହେବାର ଆଶଙ୍କା ରହିଛି ବୋଲି ସେ ଚେତାଇ ଦେଇଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
DMET CBK mohanty

DMET CBK mohanty

ଭୁବନେଶ୍ୱର:କିଛି ଦିନ ହେଲା ରାଜ୍ୟରେ ୪ଶହ ତଳକୁ ଖସୁନି କରୋନା ସଂକ୍ରମଣ। ପୁଣି ଗତ ୨୪ ଘଣ୍ଟାରେ ୪୨୫ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ଜଣଙ୍କ ଜୀବନ ନେଇଛି କରୋନା। କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୧୮ରୁ କମ ବର୍ଷ ବର୍ଗରେ ୭୧ ପଜିଟିଭ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୨୪୯ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୭୬ ରହିଛି। ସର୍ବାଧିକ ଖୋର୍ଦ୍ଧାରୁ ୨୧୧ଜଣ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୩୮ ହଜାର ୮୩୬କୁ ବୃଦ୍ଧି ପାଇଛି।

Advertisment

ଏପଟେ ମହାମାରୀ ଏବେ ଏଣ୍ଡେମିକ୍ ଷ୍ଟେଜ୍‌ରେ। ଏଣ୍ଡେମିକ୍ ଷ୍ଟେଜରେ ବି ସଂକ୍ରମଣ ବଢ଼ିବ। କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ଆବଶ୍ୟକତା ଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର। ଭୁବନେଶ୍ୱରରେ ତଳ ଉପର ହୋଇ ପ୍ଲାଟୋ ଷ୍ଟେଜରେ ରହିଛି ସଂକ୍ରମଣ। ବୁଷ୍ଟର ଡୋଜର ଆବଶ୍ୟକତା ଅଛି, କିନ୍ତୁ ଟେକ୍ନିକାଲ ଟିମର ଷ୍ଟଡି ରିପୋର୍ଟ ଆସିନି ବୋଲି କହିଛନ୍ତି ବିଜୟ ମହାପାତ୍ର। ତାସହ ଦୀପାବଳିରେ ବାଣ ଫୁଟିଲେ ଫୁସଫୁସ୍ ଆକ୍ରାନ୍ତ ହେବ ବୋଲି ସେ ଚେତାଇ ଦେଇଛନ୍ତି।

ଡେଲଟା ପ୍ଲସ୍ ଯାହା କୁହାଯାଉଛି, ତାହା ଡେଲଟା ଭାଇରସର ଉପପ୍ରଜାତି ନୂଆ ଭ୍ୟାରିଏଣ୍ଟକୁ ନେଇ ବ୍ୟସ୍ତ ହେବା ନାହିଁ। ଭାରତରେ ଦେଖିଲେ ଏହା ଅତି ନଗଣ୍ୟ। ନୂଆ ଉପପ୍ରଜାତି AY 4.2 ଏହା କେବଳ ଇନ୍ଦୋରରେ ୭ଟି ଏବଂ ମହାରାଷ୍ଟ୍ରରେ କିଛି ଚିହ୍ନଟ ହୋଇଛି। ଯଦିଓ ପ୍ରଥମେ ଠାବ ହୋଇଛି ତାକୁ ଭ୍ୟାରିଏଣ୍ଟ ଅଫ୍ ଇନଭେଷ୍ଟିଗେସନରେ ରଖାଯାଇଛି। 

Advertisment

ତାପରେ ଭ୍ୟାରିଏଣ୍ଟ ଅଫ ଇଣ୍ଟ୍ରେଷ୍ଟ ତାପରେ କନସର୍ଣ୍ଣ। ଭ୍ୟାରିଏଣ୍ଟ ଅଫ କନସର୍ଣ୍ଣ ଷ୍ଟେଜ୍ ବୋଲି ବିଶ୍ବ ସ୍ୱାସ୍ଥ୍ୟ ସଙ୍ଗଠନ ଘୋଷଣା କରିନାହିଁ। ଏହା ଭ୍ୟାରିଏଣ୍ଟ ଅଫ୍ ଇନଭେଷ୍ଟିଗେସନ ବୋଲି ୟୁକେ ଘୋଷଣା କରିଛି। ଇଂଲଣ୍ଡରେ ୧୦ ପ୍ରତିଶତ ଲୋକଙ୍କ ପାଖରେ ଦେଖାଯାଉଛି। ଭାରତରେ ଦେଖିଲେ ଏହା ଅତି ନଗଣ୍ୟ।ତେଣୁ ବ୍ୟସ୍ତ ହେବାନି ବୋଲି କହିଛନ୍ତି ଡିମ୍ଇଟି ଡାକ୍ତର ସିବିକେ ମହାନ୍ତି। 

COVID19 Odisha Corona Update DMET Health Director
Advertisment
Advertisment